Get Updates
Get notified of breaking news, exclusive insights, and must-see stories!

ପ୍ରଚଣ୍ଡ ଖରାରେ ମହାରାଷ୍ଟ୍ର ଭୂଷଣ ଉତ୍ସବ, ଅଂଶୁଘାତରେ ପ୍ରାଣ ହରାଇଲେ 11 ଜଣ

ମୁମ୍ବାଇ : ମଞ୍ଚରେ ନେତା । ନେତାଙ୍କ ପାଇଁ ଟେଣ୍ଟ ବ୍ୟବସ୍ଥା । ହେଲେ ପ୍ରଚଣ୍ଡ ଖରାରେ ଛିଡ଼ା ହୋଇଛନ୍ତି ଜନତା । ସ୍ଥିତି ଏପରି ହେଲା ଯେ ଅଂଶୁଘାତରେ ପ୍ରାଣ ହରାଇଲେ 11 ଜଣ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରେ ଆୟୋଜିତ ଭୂଷଣ ପୁରସ୍କାର ସମାରୋହ ଉତ୍ସବରେ । ଏପରିକି ଶତାଧିକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ ।

bhushan award ceremony

ମହାରାଷ୍ଟ୍ରର ନାଭି ମୁମ୍ବାଇର ଖାର୍ଗରରେ ଭୂଷଣ ପୁରସ୍କାର ବିତରଣ ଉତ୍ସବରେ ଏପରି ବଡ଼ ଅଘଟଣ ସାମ୍ନାକୁ ଆସିଛି । ସାରା ରାଜ୍ୟରେ ତାତି ପ୍ରକୋପ ବଢୁଥିବା ବେଳେ ଆୟୋଜିତ ହୋଇଥିଲା ଭୂଷଣ ପୁରସ୍କାର ସମାରୋହ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଖୋଲା ଆକାଶ ତଳେ ଲକ୍ଷାଧିକ ଲୋକଙ୍କୁ ଏକାଠି କରାଯାଇଥିଲା । ମୁଣ୍ଡ ଉପରେ ନଥିଲା ଟେଣ୍ଟ । ପ୍ରଚଣ୍ଡ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ ଲକ୍ଷ ଲକ୍ଷ ଲୋକ ।

ମୃତକଙ୍କ ମଧ୍ୟରେ 8 ଜଣ ମହିଳା ରହିଥିବା ବେଳେ ଅଧିକାଂଶ ବୟସ୍କ ବୋଲି ଜଣାପଡ଼ିଛି । ନଭି ମୁମ୍ବାଇ ଖାରଘରର ଏକ ବଡ଼ ପଡ଼ିଆରେ ଦିନ 11.30 ରୁ ଦିନ 1 ଟା ପର୍ଯ୍ୟନ୍ତ ଚାଲିଥିଲା କାର୍ଯ୍ୟକ୍ରମ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଉତ୍ସବରେ ଯୋଗ ଦେଇ ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ କରିଥିଲେ । ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଯୋଗ ଦେଇଥିଲେ ।

ଏହି ଘଟଣା ପରେ ପୀଡ଼ିତମାନଙ୍କୁ ଭେଟିବା ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନଭି ମୁମ୍ବାଇ ସ୍ଥିତ ଏମ୍‌ଜିଏମ୍‌ ହସ୍ପିଟାଲ ଯାଇଥିଲେ । ଏଥିସହିତ ମୃତକଙ୍କ ପିଛା 5 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ‌ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଉତ୍ସବର ଆୟୋଜନ ଅତି ନିମ୍ନମାନର ଥିଲା ଏବଂ ପରିଚାଳନା ଠିକ୍ ନଥିଲା ବୋଲି ଖରଘରର ବାସିନ୍ଦା ଓ ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଗତ କିଛି ଦିନ ମଧ୍ୟରେ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପାରଦ 40 ଡିଗ୍ରୀରୁ ଅଧିକ ଥିଲା । ଏହି ସମୟରେ ସରକାର ଲୋକଙ୍କୁ ଖରାକୁ ନ ବାହାରିବାକୁ ପରାମର୍ଶ ଦେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ସମାରୋହ ଆୟୋଜନ କରିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+