ତାମିଲନାଡୁ : ମନ୍ଦିର ଶୋଭାଯାତ୍ରାରେ ଦୁର୍ଘଟଣା, ବିଦ୍ୟୁତ୍ ସଂଯୋଗ ଯୋଗୁଁ 11 ଜଣଙ୍କର ମୃତ୍ୟୁ
ତାମିଲନାଡୁରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ରଥ ମହୋତ୍ସବରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି 11 ଜଣଙ୍କର ମୃତ୍ୟୁ ହୋଇଛି ।
ଚେନ୍ନାଇ : ତାମିଲନାଡୁରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ରଥ ମହୋତ୍ସବରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି 11 ଜଣଙ୍କର ମୃତ୍ୟୁ ହୋଇଛି ।
ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରି ତାଞ୍ଜାବୂର ଡିଏମ କହିଛନ୍ତି ଯେ ଶୋଭାଯାତ୍ରା ସମୟରେ ରଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା, ସେହି କାରଣରୁ ଦୁର୍ଘଟଣା ଘଟିଥିଲା ।

ତ୍ରୀଚରାପଲ୍ଲୀ ସେଣ୍ଟ୍ରାଲ୍ ଜୋନ୍ ର ଆଇଜି ବି ବାଲକୃଷ୍ଣ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ 11 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 15 ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଏକ FIR ପଞ୍ଜିକୃତ ହୋଇଛି । ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି ।
Tamil Nadu | At least 10 people died after a temple car (of chariot festival) came in contact with a live wire in the Thanjavur district. More details are awaited. pic.twitter.com/clhjADE6J3
— ANI (@ANI) April 27, 2022
ପ୍ରାପ୍ତ ସୂଚନା ଅନୁସାରେ, କାଳିମେଡୁ ନିକଟସ୍ଥ ଅପ୍ପାର ସ୍ୱାମୀ ମନ୍ଦିରର ରଥଯାତ୍ରା ବାହାରି ଥିବା ବେଳେ ଉକ୍ତ ଅଘଟଣ ଘଟିଛି । ମଙ୍ଗଳବାର ରାତିରେ ପ୍ରଭୁ ଆୟାପ୍ପାଙ୍କ ଉତ୍ସବ ପାଳନ କରାଯାଉଥିଲା । ଏହି ଉତ୍ସବରେ ଆଖପାଖ ଅଞ୍ଚଳରୁ ବହୁ ଲୋକ ଯୋଗ ଦେଇଥିଲେ । ଆଜି ପ୍ରତ୍ୟୁଷରେ ଶୋଭାଯାତ୍ରାରେ ଟଣାଯାଉଥିବା ରଥଟି ରାସ୍ତାର ମୋଡ଼ରେ ବୁଲୁଥିବା ବେଳେ ବାଧା ପାଇଥିଲା । ତେଣୁ, ରଥଟିକୁ ଠିକ୍ ଭାବେ ବୁଲାଇବା ପାଇଁ ରଥକୁ ପଛୁଆ ଟାଣିବାରୁ ଉପରେ ଯାଇଥିବା ଉଚ୍ଚ ଶକ୍ତିସମ୍ପନ୍ନ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ରଥ ଉପରେ ଠିଆ ହୋଇଥିବା ଲୋକମାନେ ବିଜୁଳି ଆଘାତ ପାଇ ତଳେ ପଡ଼ିଯାଇଥିଲେ ଓ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications