ଜାମ୍ମୁ କାଶ୍ମୀର : ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିଲେ ପ୍ରଶାସନର 11 ଜଣ ଅଧିକାରୀ, ଅଭିଯୋଗ ପରେ ହେଲେ ବରଖାସ୍ତ
ଜାମ୍ମୁ କାଶ୍ମୀର ପ୍ରଶାସନର 11 ଜଣ ଅଧିକାରୀ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ବରଖାସ୍ତ କରାଯାଇଛି । ଏହି ପ୍ରସଙ୍ଗରେ ଅଧିକ ପଦକ୍ଷେପ ନିଆଯାଉଛି, ବହିଷ୍କୃତ ଅଧିକାରୀଙ୍କ ମଧ୍ୟରେ ପୋଲିସ ଓ ଶିକ୍ଷକମାନେ ଅଛନ୍ତି ।
ଶ୍ରୀନଗର : ଗତ ମାସର ଶେଷ ସପ୍ତାହରେ ଜାମ୍ମୁ ଏୟାରବେସରେ ଡ୍ରୋନ୍ ଆକ୍ରମଣ ପରଠାରୁ ଗୁପ୍ତଚର ଏଜେନ୍ସିମାନେ ଦିନରାତି ଏଥିରେ ସାମିଲ ଥିବା ଅପରାଧୀଙ୍କ ପତ୍ତା ଲଗାଉଛନ୍ତି । ଏହି ଅନୁସନ୍ଧାନରେ ଆହୁରି ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସୁଛି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଜାମ୍ମୁ କାଶ୍ମୀର ପ୍ରଶାସନର 11 ଜଣ ଅଧିକାରୀ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ବରଖାସ୍ତ କରାଯାଇଛି । ଏହି ପ୍ରସଙ୍ଗରେ ଅଧିକ ପଦକ୍ଷେପ ନିଆଯାଉଛି, ବହିଷ୍କୃତ ଅଧିକାରୀଙ୍କ ମଧ୍ୟରେ ପୋଲିସ ଓ ଶିକ୍ଷକମାନେ ଅଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ 11 ଜଣ ବରଖାସ୍ତ ହୋଇଥିବା ଜାମ୍ମୁ ଓ କାଶ୍ମୀରର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅନନ୍ତନାଗର ଦୁଇଜଣ ଶିକ୍ଷକ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା ଜଣାପଡ଼ିଛି । ଏହା ବ୍ୟତୀତ ଦୁଇଜଣ ପୋଲିସ କନଷ୍ଟେବଳ ଆତଙ୍କବାଦୀଙ୍କୁ ଆଭ୍ୟନ୍ତରୀଣ ସୂଚନା ପ୍ରଦାନ କରୁଥିବା ଜଣାପଡିଛି ।
11 officials of Jammu and Kashmir administration terminated on the grounds of having terror links: Sources
— ANI (@ANI) July 10, 2021
11 ଜଣ ସରକାରୀ କର୍ମଚାରୀଙ୍କ ମଧ୍ୟରୁ 4 ଜଣ ଅନନ୍ତନାଗ, 3 ଜଣ ବଡ଼ଗାମରୁ, ବାରମୁଲ୍ଲା, ଶ୍ରୀନଗର, ପୁଲୱାମା ଏବଂ କୁପୱାରାରୁ ଜଣେ ଲେଖାଏଁ ବାସିନ୍ଦା ଅଛନ୍ତି । ସେଥିମଧ୍ୟରୁ 4 ଜଣ ଶିକ୍ଷା ବିଭାଗରେ, 2 ଜଣ ଜାମ୍ମୁ ଓ କାଶ୍ମୀର ପୋଲିସରେ, ଏବଂ ଜଣେ ଲେଖାଏଁ କୃଷି, ଦକ୍ଷତା ବିକାଶ, ବିଦ୍ୟୁତ୍, SKIMS ଏବଂ ସ୍ୱାସ୍ଥ୍ୟ ବିଭାଗରେ ନିୟୋଜିତ ହୋଇଥିଲେ ।












Click it and Unblock the Notifications