ଲଟେରୀ ଖୋଲିଦେଲା ଭାଗ୍ୟ, 250 ଟଙ୍କାରୁ କୋଟିପତି ହେଲେ 11 ମହିଳା
ଆପଣ ବି କୋଟିପତି ହୋଇପାରିବେ । ଏଥିଲାଗି ଭାଗ୍ୟ ସାଥ୍ ଦେବା ଦରକାର । ଆଜ୍ଞା ହଁ ! ଲଟେରୀ ଖୋଲିଦେଇଛି 11 ମହିଳାଙ୍କ ଭାଗ୍ୟ । ରାତାରାତି ପାଲଟି ଯାଇଛନ୍ତି କୋଟିପତି । ମାତ୍ର 250 ଟଙ୍କାର ଲଟେରୀ କିଣି ଜିତିଛନ୍ତି 10 କୋଟି ଟଙ୍କା ।

ଏମିତି ଏକ ଖବର ଆସିଛି କେରଳରୁ । ମଲାପୁରମର ପାରାପାନଙ୍ଗଡି ପୌରପାଳିକାରେ କାମକରନ୍ତି ଏହି 11 ଜଣ ଗରିବ ମହିଳା । ନିଜର ଗୁଜୁରାଣ ମେଣ୍ଟାଇବାକୁ ପୌରପାଳିକା ଅଧିନରେ ସଫେଇ କାର୍ଯ୍ୟ କରନ୍ତି । ହେଲେ ସେଠାରେ ଏକ ଲଟେରୀ ଲାଗିଥିବା ବେଳେ ଏଥିରେ ଅଂଶଗ୍ରହଣ କରିବାକୁ ଚିନ୍ତା କରିଥିଲେ ଏହି ମହିଳା । ଲଟେରୀ ଟିକେଟ୍ 250 ଟଙ୍କା ଥିବାବେଳେ ଏହା କିଣିବା ପାଇଁ ସେମାନଙ୍କ ପାଖରେ ନଥିଲା ଟଙ୍କା । ପରେ ସମସ୍ତେ ମିଶି ଗୋଟିଏ ଟିକେଟ୍ କିଣିଥିଲେ । ତା ଭିତରୁ ବି 2 ଜଣଙ୍କ ଅବସ୍ଥା ଏମିତି ଥିଲା ଯେ 25 ଟଙ୍କା ଦେବା ପାଇଁ ସକ୍ଷମ ନଥିଲେ । ସେମାନେ 12 ଟଙ୍କା 50 ପଇସା ଲେଖାଏଁ ଦେଇଥିଲେ ।
ପରେ ସମସ୍ତଙ୍କ ଟଙ୍କା ଏକାଠି କରି ଲଟେରୀ ଟିକେଟ୍ କିଣିଥିଲେ । ମହିଳାମାନଙ୍କ ଏମିତି କାମରେ ଲୋକେ ହସିବା ସହ ଥଟ୍ଟା ପରିହାସ କରିଥିଲେ । କିନ୍ତୁ ଆଜି ସମସ୍ତେ ଚକ୍କିତ । ସେମାନଙ୍କ ଆଗରେ ଏହି 11 ମହିଳା ଏବେ କୋଟିପତି । ଲଟେରୀ ଜିତି ମହିଳାମାନଙ୍କ ଖୁସି ଏବେ କହିଲେ ନସରେ ।












Click it and Unblock the Notifications