ଆଜି ଭାରତ-ଚୀନ୍ ସାମରିକ କମାଣ୍ଡର ଦଶମ ପର୍ଯ୍ୟାୟ ଆଲୋଚନା
ଚୀନ ପାର୍ଶ୍ୱରେ ଥିବା ମୋଲଡୋ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ ସମ୍ପର୍କରେ ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ହେବ ।
ନୂଆଦିଲ୍ଲୀ : ଚୀନ ପାର୍ଶ୍ୱରେ ଥିବା ମୋଲଡୋ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ ସମ୍ପର୍କରେ ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ହେବ । ଏହି ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦ ଓ ସଂଘର୍ଷ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ସୂତ୍ରରୁ ପ୍ରକାଶ ହୋଇଛି ।
ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ସେନାଙ୍କୁ ଉଭୟ ଦେଶ ଚୀନ୍ ଏବଂ ଭାରତ ଫେରାଇନେଇଛନ୍ତି । ପାଙ୍ଗୋଙ୍ଗ ସୋରେ ଅସନ୍ତୋଷ ସମାପ୍ତ ହେବା ପରେ ଉଭୟ ଦେଶ ଦଶମ ରାଉଣ୍ଡ ସିନିୟର କମାଣ୍ଡର ସ୍ତରୀୟ ଆଲୋଚନା କରିବାକୁ ରାଜି ହୋଇଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି । ଆଲୋଚନାରେ ଅବଶିଷ୍ଟ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ ବୋଲି କୁହାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ପରବର୍ତ୍ତୀ ରାଉଣ୍ଡ ଆଲୋଚନାରେ ଡିପସଙ୍ଗ ସମତଳ ଅଞ୍ଚଳର ଅସନ୍ତୋଷ ଉପରେ ବ୍ୟାପକ ଧ୍ୟାନ ଦିଆଯିବ । ବିବାଦ ହୋଇଥିବା ଅଞ୍ଚଳର ପ୍ରସଙ୍ଗଗୁଡ଼ିକ ଗୋଟିଏ ପରେ ଗୋଟିଏ ଆଲୋଚନା କରାଯିବା ସହ ନିସ୍କର୍ଷ ନବାହାରିବା ପର୍ଯ୍ୟନ୍ତ ଆଲୋଚନା ଜାରି ରହିବ ବୋଲି ସୂତ୍ରରୁ ପ୍ରକାଶ ହୋଇଛି ।
ମଙ୍ଗଳବାର ଦିନ ଭାରତୀୟ ସେନା ପାଙ୍ଗୋଙ୍ଗ ସୋ ଅଞ୍ଚଳରୁ ଚୀନ୍ ନିଜର ସେନା ଫେରାଇ ନେଉଥିବାର ଫଟୋ ଓ ଭିଡ଼ିଓ ଜାରି କରିଥିଲା । ଏହି ଭିଡ଼ିଓ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ପାଙ୍ଗୋଙ୍ଗ ସୋ ଏବଂ କୈଳାଶ ରେଞ୍ଜ ଅଞ୍ଚଳର ଥିଲା ।
ପାଙ୍ଗୋଙ୍ଗ ସୋ'ର ଦକ୍ଷିଣ ବ୍ୟାଙ୍କରୁ ସଶସ୍ତ୍ର ସେନାବାହିନୀ ପ୍ରତ୍ୟାହାର ପ୍ରାୟ ସଂପୂର୍ଣ୍ଣ ହୋଇଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଉଭୟ ପକ୍ଷ ଦ୍ୱାରା ସ୍ଥାପିତ ଅସ୍ଥାୟୀ ସ୍ଥଳକୁ ନଷ୍ଟ କରାଯିବ ବୋଲି କୁହାଯାଇଛି ।












Click it and Unblock the Notifications