Get Updates
Get notified of breaking news, exclusive insights, and must-see stories!

ଆଜି ପ୍ରସାରଣ ହେବ ‘ମନ କି ବାତ୍'ର 100 ତମ ଏପିସୋଡ଼

Mann ki baat

ନୂଆଦିଲ୍ଲୀ : ଆଜି (ଅପ୍ରେଲ 30) ରେ ପ୍ରସାରିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ର 100 ତମ ଏପିସୋଡ୍ । ନରେନ୍ଦ୍ର ମୋଦୀ 'ମନ୍ କି ବାତ୍‌'ର 100 ତମ ଏପିସୋଡ଼ରେ ଦେଶବାସୀଙ୍କ ସହ ମତବିନିମୟ କରିବେ । ଏହି ଅବସରରେ କେନ୍ଦ୍ର ସରକାର ଓ ଭାରତୀୟ ଜନାତା ପାର୍ଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସମସ୍ତ ଗାଁ ଗହଳିରେ ଶୁଣିବାକୁ ମିଳିବ ମୋଦୀଙ୍କ 'ମନ୍ କି ବାତ୍' ।

ଏହି ଅବସରରେ ପିଏମ ମୋଦୀ 100 ଟଙ୍କାର ଏକ ସ୍ୱତନ୍ତ୍ର ମୁଦ୍ରା ଜାରି କରିବେ ।

ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ଏହାର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରସାର ଭାରତୀ ଏବଂ ପିଆଇବି ପକ୍ଷରୁ ଆୟୋଜନ କରାଯାଉଥିବା ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ପ୍ରସାରିତ 'ମନ୍ କି ବାତ୍' ଅଧ୍ୟାୟଗୁଡ଼ିକରେ ଓଡ଼ିଶାର ଯେଉଁ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ବିଷୟରେ ଆଲୋଚନା କରିଛନ୍ତି ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ସ୍କ୍ରିନିଂକୁ ଆମନ୍ତ୍ରିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ମନ୍ କି ବାତ୍‌ର ନିୟମିତ ଶ୍ରୋତା ଅଂଶଗ୍ରହଣ କରିବେ ।

ଏହି ଅବସରରେ ମିଳିତ ଜାତିସଂଘ ମୁଖ୍ୟାଳୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତର 100 ତମ ଏପିସୋଡ୍ ର ସିଧା ପ୍ରସାରଣ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହା ସହିତ ମନ୍ କି ବାତ ର 100 ତମ ଏପିସୋଡ୍ ପାଇଁ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ପିଏମ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି- ମନ କି ବାତ୍ ମହିଳାମାନଙ୍କୁ ଅର୍ଥନୈତିକ, ସଶକ୍ତିକରଣ, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିକାଶ କ୍ଷେତ୍ରରେ ସଚେତନ କରାଇଛି ।

ଜାତିସଂଘ ମଧ୍ୟ ଏକ ଟ୍ୱିଟ୍ ରେ କହିଛି- "ଐତିହାସିକ ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ରୁହ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର 100 ତମ ଏପିସୋଡ୍ ମଧ୍ୟ ଜାତିସଂଘ ମୁଖ୍ୟାଳୟରେ ଟ୍ରଷ୍ଟିସିପ୍ କାଉନସିଲ୍ ଚାମ୍ବରରେ ସିଧା ପ୍ରସାରଣ ହେବ ।"

ସୂଚନାଥଆଉକି, ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ପିଏମ ମୋଦୀ ବିଭିନ୍ନ ପ୍ରସଙ୍ଗରେ ସାଧାରଣ ଲୋକଙ୍କ ସହ ଯୋଗାଯୋଗ କରନ୍ତି । ଏହି କାର୍ଯ୍ୟକ୍ରମ ପ୍ରଥମେ 3 ଅକ୍ଟୋବର 2014 ରେ ପ୍ରସାରିତ ହୋଇଥିଲା । ଏହା ପ୍ରତ୍ୟେକ ମାସର ଶେଷ ରବିବାରରେ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହୁଏ । ବର୍ତ୍ତମାନ ଏହାର 100 ତମ ଏପିସୋଡ 30 ଅପ୍ରେଲ ରବିବାର ଦିନ ପ୍ରସାରଣ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+