ସିବିଆଇ ହେପାଜତରୁ 45କୋଟି ମୂଲ୍ୟର ସୁନା ଗାଏବ !
2012 ମସିହାରେ ଚେନ୍ନାଇରେ ସୁରାନା କର୍ପୋରେସନ ଲିମିଟେଡଙ୍କ କାର୍ଯ୍ୟାଳୟରେ ଚଢାଉ ସମୟରେ ସିବିଆଇ 400 କିଲୋଗ୍ରାମ 500 ଗ୍ରାମ ସୁନା ଜବତ କରିଥିଲା | ଜବତ ସୁନାକୁ ସିବିଆଇ ଦାୟିତ୍ୱରେ ସୁରନାର ସେଫ୍ ଏବଂ ଭାଲ୍ଟରେ ରଖାଯାଇଥିଲା |
ଚେନ୍ନାଇ: ସିବିଆଇ ହେପାଜତରୁ ଗାଏବ ହୋଇଗଲା ସୁନା | ସେ ପୁଣି 45 କୋଟି ମୂଲ୍ୟର 105 କିଲୋଗ୍ରାମ | ଏପରି ଏକ ଘଟଣା ନଜରକୁ ଆସିଛି ମାଦ୍ରାସ୍ ସହରରେ | ସିବିଆଇ ଦ୍ୱାରା ଜବତ ହୋଇଥିବା 103 କିଲୋଗ୍ରାମରୁ ଅଧିକ ସୁନା ମିଳୁନି | ଶୁକ୍ରବାର ଦିନ ମାଡ୍ରାସ ହାଇକୋର୍ଟ ତାମିଲନାଡୁର ସିବି-ସିଆଇଡିକୁ ଏହାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି |
2012 ମସିହାରେ ଚେନ୍ନାଇରେ ସୁରାନା କର୍ପୋରେସନ ଲିମିଟେଡଙ୍କ କାର୍ଯ୍ୟାଳୟରେ ଚଢାଉ ସମୟରେ ସିବିଆଇ 400 କିଲୋଗ୍ରାମ 500 ଗ୍ରାମ ସୁନା ଜବତ କରିଥିଲା | ଜବତ ସୁନାକୁ ସିବିଆଇ ଦାୟିତ୍ୱରେ ସୁରନାର ସେଫ୍ ଏବଂ ଭାଲ୍ଟରେ ରଖାଯାଇଥିଲା |

ସିବିଆଇ ଯାଞ୍ଚ ପାଇଁ ଚେନ୍ନାଇର ମୁଖ୍ୟ ସ୍ୱତନ୍ତ୍ର କୋର୍ଟକୁ ସେଫ୍ ଏବଂ ଭାଲ୍ଟର 72 ଟି ଚାବି ହସ୍ତାନ୍ତର କରିଥିଲା ବୋଲି କେନ୍ଦ୍ରୀୟ ଏଜେନ୍ସି କହିଛି | ସିବିଆଇ ଦାବି କରିଛି ଯେ ଜବତ ସମୟରେ ସୁନା ବାରଗୁଡିକ ଏକାଠି ଓଜନ କରାଯାଇଥିଲା | କିନ୍ତୁ ସୁରନା ଏବଂ ଏସବିଆଇ ମଧ୍ୟରେ କୌଣସି ଏକ ସମାଧାନ ପାଇଁ ଏହାକୁ ପୁଣି ଅଲଗା ଅଲଗା ଓଜନ କରାଯାଇଥିଲା |
ଦାଖଲ ହୋଇଥିବା ରିପୋର୍ଟକୁ ଗ୍ରହଣ କରିବାକୁ ମନା କରି ଜଷ୍ଟିସ ପ୍ରକାଶ ଏସପି ର଼୍ୟାଙ୍କରେ ଥିବା ଜଣେ ଅଧିକାରୀଙ୍କ ଦ୍ୱାରା ସିବି-ସିଆଇଡି ଯାଞ୍ଚକରି ଛ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଯଦି ସ୍ଥାନୀୟ ପୋଲିସ ଏହାର ତଦନ୍ତ କରେ ତେବେ ଏହାର ସମ୍ମାନ ଉପରେ ପ୍ରଭାବ ପାଇବ ବୋଲି ସିବିଆଇ ଜଷ୍ଟିସ ପ୍ରକାଶଙ୍କୁ କହିଛନ୍ତି |












Click it and Unblock the Notifications