For Quick Alerts
Turn On Notification  
For Daily Alerts
Oneindia App Download

ଭାରତ ଆସିବେ 100 ଚିତା, ଦକ୍ଷିଣ ଆଫ୍ରିକା ସହିତ ହୋଇଛି ଚୁକ୍ତି

ଭାରତ ଆସିବେ ଆଉ 12 ଚିତା । ଏ ନେଇ ପ୍ରସ୍ତୁତି ଜାରି ରହିଛି । ଦକ୍ଷିଣ ଆଫ୍ରିକା ସହିତ 12 ଚିତା ଆଣିବା ପାଇଁ ଚୁକ୍ତି କରିଛନ୍ତି ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

|
Cheetah

ନୂଆଦିଲ୍ଲୀ: ଭାରତ ଆସିବେ ଆଉ 12 ଚିତା । ଏ ନେଇ ପ୍ରସ୍ତୁତି ଜାରି ରହିଛି । ଦକ୍ଷିଣ ଆଫ୍ରିକା ସହିତ 12 ଚିତା ଆଣିବା ପାଇଁ ଚୁକ୍ତି କରିଛନ୍ତି ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଆସନ୍ତା 10 ବର୍ଷ ମଧ୍ୟରେ ପ୍ରାୟ 100 ଆଫ୍ରିକୀୟ ଚିତା ଭାରତକୁ ଅଣାଯିବ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଫେବୃଆରୀ 2023 ରେ 12 ଟି ଚିତା ଅଣାଯିବ ବୋଲି ଦକ୍ଷିଣ ଆଫ୍ରିକାର ପରିବେଶ ବିଭାଗ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି । ଏହି ଚିତାମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯିବ । ଚୁକ୍ତିନାମା ଅନୁଯାୟୀ, ଆସନ୍ତା 10 ବର୍ଷ ପାଇଁ ପ୍ରତିବର୍ଷ 12 ଟି ଚିତା ଭାରତକୁ ଅଣାଯିବ ।

ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରୀ ବାର୍ବାରା କ୍ରୀସୀ ଗତ ବର୍ଷ ନଭେମ୍ବରରେ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହି ବିଷୟରେ ଦୁଇ ଦେଶ ମଧ୍ୟରେ ଏକ ସରକାରୀ ଚୁକ୍ତିନାମାକୁ ଅପେକ୍ଷା କରାଯାଇଥିଲା, ଯାହା ବର୍ତ୍ତମାନ ଶେଷ ହୋଇଛି । ଗତ ବର୍ଷ ସେପ୍ଟେମ୍ବରରେ ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଦକ୍ଷିଣ ଆଫ୍ରିକାର ରୋବର୍ ଭେଟେରିନାରୀ ସର୍ଭିସରେ 9 ଟି ଚିତାଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିବାବେଳେ ଫିଣ୍ଡା ଗେମ୍ ରିଜର୍ଭରେ ତିନୋଟି ଚିତାଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିଲା । ସେବେଠାରୁ ଏହି ଚିତା ଭାରତକୁ ଅଣାଯିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା ।

ଫେବୃଆରୀରେ ଦକ୍ଷିଣ ଆଫ୍ରିକା ଯାଇ ଭାରତୀୟ ଟିମ୍ ଏହି ଚିତାଗୁଡ଼ିକୁ ଭାରତକୁ ଆଣିବେ । ଭାରତରେ ଏହି 12 ଟି ଚିତା ଆସିବା ପରେ ମୋଟ ଚିତା ସଂଖ୍ୟା 20 ହେବ । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର 17 ରେ କୁନୋ ଜାତୀୟ ଉଦ୍ୟାନରେ 8 ଟି ଚିତା ରଖାଯାଇଥିଲା । ନାମିବିଆରୁ ଆସିଥିବା ଏହି 8 ଟି ଚିତା ମଧ୍ୟରେ 5 ସ୍ତ୍ରୀ ଏବଂ 3 ପୁରୁଷ ଚିତା ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
100 More Cheetahs To Come India, MoU has Signed With South Africa
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X