ଭାରତ ଆସିବେ 100 ଚିତା, ଦକ୍ଷିଣ ଆଫ୍ରିକା ସହିତ ହୋଇଛି ଚୁକ୍ତି
ଭାରତ ଆସିବେ ଆଉ 12 ଚିତା । ଏ ନେଇ ପ୍ରସ୍ତୁତି ଜାରି ରହିଛି । ଦକ୍ଷିଣ ଆଫ୍ରିକା ସହିତ 12 ଚିତା ଆଣିବା ପାଇଁ ଚୁକ୍ତି କରିଛନ୍ତି ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ନୂଆଦିଲ୍ଲୀ: ଭାରତ ଆସିବେ ଆଉ 12 ଚିତା । ଏ ନେଇ ପ୍ରସ୍ତୁତି ଜାରି ରହିଛି । ଦକ୍ଷିଣ ଆଫ୍ରିକା ସହିତ 12 ଚିତା ଆଣିବା ପାଇଁ ଚୁକ୍ତି କରିଛନ୍ତି ଭାରତ ସରକାର । ଦୁଇ ଦେଶ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଆସନ୍ତା 10 ବର୍ଷ ମଧ୍ୟରେ ପ୍ରାୟ 100 ଆଫ୍ରିକୀୟ ଚିତା ଭାରତକୁ ଅଣାଯିବ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଫେବୃଆରୀ 2023 ରେ 12 ଟି ଚିତା ଅଣାଯିବ ବୋଲି ଦକ୍ଷିଣ ଆଫ୍ରିକାର ପରିବେଶ ବିଭାଗ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି । ଏହି ଚିତାମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ରଖାଯିବ । ଚୁକ୍ତିନାମା ଅନୁଯାୟୀ, ଆସନ୍ତା 10 ବର୍ଷ ପାଇଁ ପ୍ରତିବର୍ଷ 12 ଟି ଚିତା ଭାରତକୁ ଅଣାଯିବ ।
ଦକ୍ଷିଣ ଆଫ୍ରିକାର ପରିବେଶ ମନ୍ତ୍ରୀ ବାର୍ବାରା କ୍ରୀସୀ ଗତ ବର୍ଷ ନଭେମ୍ବରରେ ଭାରତର ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହି ବିଷୟରେ ଦୁଇ ଦେଶ ମଧ୍ୟରେ ଏକ ସରକାରୀ ଚୁକ୍ତିନାମାକୁ ଅପେକ୍ଷା କରାଯାଇଥିଲା, ଯାହା ବର୍ତ୍ତମାନ ଶେଷ ହୋଇଛି । ଗତ ବର୍ଷ ସେପ୍ଟେମ୍ବରରେ ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଦକ୍ଷିଣ ଆଫ୍ରିକାର ରୋବର୍ ଭେଟେରିନାରୀ ସର୍ଭିସରେ 9 ଟି ଚିତାଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଥିବାବେଳେ ଫିଣ୍ଡା ଗେମ୍ ରିଜର୍ଭରେ ତିନୋଟି ଚିତାଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଥିଲା । ସେବେଠାରୁ ଏହି ଚିତା ଭାରତକୁ ଅଣାଯିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା ।
ଫେବୃଆରୀରେ ଦକ୍ଷିଣ ଆଫ୍ରିକା ଯାଇ ଭାରତୀୟ ଟିମ୍ ଏହି ଚିତାଗୁଡ଼ିକୁ ଭାରତକୁ ଆଣିବେ । ଭାରତରେ ଏହି 12 ଟି ଚିତା ଆସିବା ପରେ ମୋଟ ଚିତା ସଂଖ୍ୟା 20 ହେବ । ଉଲ୍ଲେଖଯୋଗ୍ୟ, ଗତ ବର୍ଷ ସେପ୍ଟେମ୍ବର 17 ରେ କୁନୋ ଜାତୀୟ ଉଦ୍ୟାନରେ 8 ଟି ଚିତା ରଖାଯାଇଥିଲା । ନାମିବିଆରୁ ଆସିଥିବା ଏହି 8 ଟି ଚିତା ମଧ୍ୟରେ 5 ସ୍ତ୍ରୀ ଏବଂ 3 ପୁରୁଷ ଚିତା ଅଛନ୍ତି ।
-
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି












Click it and Unblock the Notifications