ନର୍ଭୟା ମାମଲାକୁ 10 ବର୍ଷ : ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏପରି ଦାବି କଲେ ସ୍ୱାତୀ ମାଲିୱାଲ
ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ (ଡିସିଡବ୍ଲୁ) ସ୍ୱାତୀ ମାଲିୱାଲ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଚିଠି ଲେଖି ସଂସଦୀୟ କାର୍ଯ୍ୟକୁ ସ୍ଥଗିତ ରଖି ମହିଳା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ।
ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀରେ ଘଟିଥିବା ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଭୟ ଏବେବି ଲୋକଙ୍କ ମନରୁ ଲିଭି ନାହିଁ । 2012 ମସିହା ଡିସେମ୍ବର 16 ତାରିଖରେ ଘଟିଥିବା ଏହି ଦୁଃଖଦ ଘଟଣାକୁ ଆଜି 10 ବର୍ଷ ପୁରିଛି । 23 ବର୍ଷୀୟା ନିର୍ଭୟାଙ୍କୁ ଚଳନ୍ତା ଗାଡ଼ିରେ 6 ଜଣ ପୁରୁଷ ତାଙ୍କ ସହ ଗଣ ଦୁଷ୍କର୍ମ କରି ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ । ଏହି ମାମଲା ଏତେ ଭୟଙ୍କର ଥିଲା ଯେ ପୀଡ଼ିତାଙ୍କ ଦେହାନ୍ତ ହୋଇଥିଲା ।

ଆଜି ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ 10 ବର୍ଷ ପୁରିଛି । କିନ୍ତୁ ଏବେବି ମହିଳା ସୁରକ୍ଷା ନେଇ ଚିନ୍ତା କମିନି । ଏହି ସମୟରେ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ (ଡିସିଡବ୍ଲୁ) ସ୍ୱାତୀ ମାଲିୱାଲ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଚିଠି ଲେଖି ସଂସଦୀୟ କାର୍ଯ୍ୟକୁ ସ୍ଥଗିତ ରଖି ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ।
ଡିସିଡବ୍ଲୁ ମୁଖ୍ୟ ସ୍ୱାତୀ ମାଲିୱାଲ ଶୁକ୍ରବାର ଦିନ ଟ୍ୱିଟ କରି କହିଛନ୍ତି ଯେ "ଆଜି ନିର୍ଭୟା ଗଣଦୁଷ୍କର୍ମ ମାମଲାକୁ 10 ବର୍ଷ ପୁରିଛି । ଏହା ଦୁଃଖର ବିଷୟ ଯେ ଆଜି ପର୍ଯ୍ୟନ୍ତ କିଛି ପରିବର୍ତ୍ତନ ହୋଇନାହିଁ । ଲୋକସଭାର ମାନ୍ୟବର ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖି ଆଜି ଗୃହର ଶୁଣାଣି ସ୍ଥଗିତ ରଖିବାକୁ ଏବଂ ସଂସଦରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛି ।"












Click it and Unblock the Notifications