Get Updates
Get notified of breaking news, exclusive insights, and must-see stories!

ବାପୁଙ୍କ ଠାରୁ ଅନୁପ୍ରାଣିତ ହୋଇ ଷ୍ଟିଭ ଜବ୍ସ ପିନ୍ଧୁଥିଲେ ଗୋଲ ଚଷମା, ଜାଣନ୍ତୁ ମହାତ୍ମା ଗାନ୍ଧୀଙ୍କ ସହ ଜଡିତ 10ଟି ରୋଚକ ତଥ୍ୟ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅକ୍ଟୋବର 2 ରେ ଭାରତ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ । ଆଜି ବିଶ୍ୱ ମହାତ୍ମା ଗାନ୍ଧୀଙ୍କ 152 ତମ ଜନ୍ମ ବାର୍ଷିକୀ ପାଳନ କରୁଛି ।

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅକ୍ଟୋବର 2 ରେ ଭାରତ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ । ଆଜି ବିଶ୍ୱ ମହାତ୍ମା ଗାନ୍ଧୀଙ୍କ 152 ତମ ଜନ୍ମ ବାର୍ଷିକୀ ପାଳନ କରୁଛି । ଭାରତର ଜାତିର ପିତା ମହାତ୍ମା ଗାନ୍ଧୀ ଅହିଂସା ତଥା ସତ୍ୟର ପଥ ଅନୁସରଣ କରି ଆମ ଦେଶକୁ ସ୍ୱାଧୀନତା ଆଡକୁ ନେଇଥିଲେ । ମହାତ୍ମା ଗାନ୍ଧୀ 2 ଅକ୍ଟୋବର 1869 ରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ସମ୍ପୂର୍ଣ୍ଣ ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧୀ । ମହାତ୍ମା ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ରାଜନୈତିକ ଏବଂ ଆଧ୍ୟାତ୍ମିକ ନେତା ଥିଲେ ।
ନାଥୁରାମ ଗୋଡସେ 30 ଜାନୁଆରୀ 1948 ରେ ଦିଲ୍ଲୀରେ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଗାନ୍ଧିଜୀଙ୍କ ମୃତ୍ୟୁ ପରଠାରୁ ପ୍ରତିବର୍ଷ 2 ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ । ମହାତ୍ମା ଗାନ୍ଧୀଙ୍କ 154 ତମ ଜନ୍ମ ବାର୍ଷିକୀରେ, ଆମେ ଆପଣଙ୍କୁ ତାଙ୍କ ବିଷୟରେ ଏପରି କିଛି କଥା କହିବୁ ଯାହାକୁ ଆପଣ କ୍ୱଚିତ୍ ଜାଣିଥିବେ ।

Mahatma Gandhi
  • ମହାତ୍ମା ଗାନ୍ଧୀଙ୍କ ନାଗରିକ ଅଧିକାର ଆନ୍ଦୋଳନ (ସିଭିଲ୍ ରାଇଟ୍ସ ଆନ୍ଦୋଳନ) ସମୁଦାୟ 4 ମହାଦ୍ୱୀପ ଏବଂ 12 ଟି ଦେଶରେ ବ୍ୟାପିଥିଲା ।
  • ମହାତ୍ମା ଗାନ୍ଧୀଙ୍କୁ 5 ଥର ଥର ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା କିନ୍ତୁ ତାଙ୍କୁ ଏହି ପୁରସ୍କାର କେବେ ଦିଆଯାଇନଥିଲା ।
  • ଗାନ୍ଧୀଙ୍କ ମୃତ୍ୟୁର 21 ବର୍ଷ ପରେ ଗ୍ରେଟ ବ୍ରିଟେନ ତାଙ୍କ ସମ୍ମାନାର୍ଥେ ଏକ ଡାକ ଟିକେଟ୍ ଜାରି କରିଥିଲା । ଗ୍ରେଟ ବ୍ରିଟେନ ସେହି ଦେଶ ଥିଲା ଯାହା ବିରୋଧରେ ବାପୁ ସ୍ୱାଧୀନତା ପାଇଁ ଲଢିଥିଲେ ।
  • ବିଶ୍ୱର ସର୍ବଶ୍ରେଷ୍ଠ ଉଦ୍ଭାବକ ଷ୍ଟିଭ ଜବ୍ସ ମହାତ୍ମା ଗାନ୍ଧୀଙ୍କ ଜଣେ ପ୍ରଶଂସକ ଥିଲେ । ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଷ୍ଟିଭ ଜବ୍ସ ଗୋଲ ଚଷମା ପିନ୍ଧୁଥିଲେ ।
  • ଭାରତର ସ୍ୱାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀଙ୍କୁ 13 ଥର ଗିରଫ କରାଯାଇଥିଲା । ସେ ତାଙ୍କ ସମଗ୍ର ଜୀବନରେ 17 ଥର ଅନଶନ କରିଥିଲେ । ଏହା ବ୍ୟତୀତ ଗାନ୍ଧିଜୀ କ୍ରମାଗତ 114 ଦିନ ଅନଶନରେ ବସିଥିଲେ । ଗାନ୍ଧିଜୀ ତାଙ୍କ ଜୀବନର 6 ବର୍ଷ 5 ମାସ ଜେଲରେ ବିତାଇଥିଲେ ।
  • ମହାତ୍ମା ଗାନ୍ଧୀଙ୍କ ଅନ୍ତିମ ସଂସ୍କାର ସମରେ ଶବଯାତ୍ରା 8 କିଲୋମିଟର ଲମ୍ବ ଥିଲା ।
  • ଭାରତ ବାହାରେ ବିଶ୍ୱର ବିଭିନ୍ନ ଦେଶରେ 48 ଟି ରାସ୍ତା ଅଛି, ଯାହା ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ । ଅନ୍ୟପକ୍ଷରେ, ଭାରତର ଛୋଟ ସଡ଼କ ବ୍ୟତୀତ ସମଗ୍ର ଦେଶରେ ଗାନ୍ଧିଜୀଙ୍କ ସମ୍ମାନାର୍ଥେ 53 ଟି ବଡ଼ ରାସ୍ତା ଅଛି ।
  • 1930 ମସିହାରେ ଟାଇମ୍ ପତ୍ରିକା ଦ୍ୱାରା ମହାତ୍ମା ଗାନ୍ଧୀଙ୍କୁ "ମ୍ୟାନ୍ ଅଫ୍ ଦି ଇୟର" ଘୋଷିତ କରାଯାଇଥିଲା । ମହାତ୍ମା ଗାନ୍ଧୀ ଜଣେ ମହାନ ଲେଖକ ଥିଲେ ।
  • ତାମିଲନାଡୁର ମଦୁରାଇ ସହରରେ 1959 ମସିହାରେ ଗାନ୍ଧୀ ମେମୋରିଆଲ୍ ସଂଗ୍ରହାଳୟ ପ୍ରତିଷ୍ଠିତ ହୋଇଥିଲା । ଏହା ଗାନ୍ଧୀ ସଂଗ୍ରହାଳୟ ଭାବରେ ମଧ୍ୟ ଜଣାଶୁଣା । ଏଥିରେ ରକ୍ତ ଜୁଡୁବୁଡୁ କପଡା ରହିଛି, ଯାହା ନାଥୁରାମ ଗୋଡସେ ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିବା ଦିନ ପିନ୍ଧିଥିଲେ ।
  • ଯେତେବେଳେ ଜବାହରଲାଲ ନେହେରୁ ସ୍ୱାଧୀନ ଭାରତର ଅଭିଭାଷଣ ରଖୁଥିଲେ ସେତେବେଳେ ମହାତ୍ମା ଗାନ୍ଧୀ ସେହି ସଭାରେ ଉପସ୍ଥିତ ନଥିଲେ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+