ନିର୍ମାଣଧୀନ ପ୍ଲାଏ ଓଭର ଭୁଶୁଡ଼ି 10 ଶ୍ରମିକ ଆହତ
ହାଇଦ୍ରାବାଦ: ହାଇଦ୍ରାବାଦରୁ ଏକ ମର୍ମନ୍ତୁଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଲ.ବି ନଗରରେ ଏକ ନିର୍ମାଣାଧୀନ ଫ୍ଲାଏ ଓଭର ହଠାତ୍ ଭୁଶୁଡି ପଡିଛି । ଫଲରେ 10ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।

ରାତି ପ୍ରାୟ 3 ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି । ଫ୍ଲାଏ ଓବର ଭୁଶୁଡିବା ବେଳେ କିଛି ଲୋକ ଏହା ତଳେ ଶୋଇଥିଲେ ।
ଆହତ ବ୍ୟକ୍ତି, ସମସ୍ତ ନିର୍ମାଣ ଶ୍ରମିକ, ବିହାର ଏବଂ ଉତ୍ତରପ୍ରଦେଶର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି । ଘଟଣାର ଖବର ଅଧିକାରୀଙ୍କ ନିକଟରେ ପହଞ୍ଚିବା ମାତ୍ରେ ଉଦ୍ଧାର ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ପୀଡିତମାନଙ୍କୁ ଉଦ୍ଧାର କରିବା ଏବଂ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଆହତ ଶ୍ରମିକଙ୍କ ମଧ୍ୟରୁ 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଫ୍ଲାଏଓଭରର ଭୁଶୁଡ଼ିବା ପଛରେ ପ୍ରକୃତ କାରଣ ଜଣା ପଡ଼ିନାହିଁ । ପ୍ରକୃତ କରାଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।












Click it and Unblock the Notifications