ପୁରାଣ ପୃଷ୍ଠାରୁ: ଅଜ୍ଞାତବାସ ପୂର୍ବରୁ ଏମିତି ମା' ଦୂର୍ଗାଙ୍କ ସ୍ତୁତି କରିଥିଲେ ଯୁଧିଷ୍ଠିର

ପାଣ୍ଡଵମାନଙ୍କର ବନବାସ ଶେଷ ହୋଇ ଆସୁ ଥାଏ । ଆଉ ଗୋଟିଏ ବର୍ଷ ମାତ୍ର ଅଜ୍ଞାତବାସ କରିବାକୁ ପଡ଼ିବ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖୁବ ଗୋପନୀୟଭାବେ ଏହାକୁ ପାଳନ କରିବା ପାଇଁ ହେବ, ନ ହେଲେ ଚୁକ୍ତି ଅନୁସାରେ ପୁନଃ ବାର ବର୍ଷ ବନବାସ ଭୋଗ କରିବାକୁ ପଡ଼ିବ । ଏଥିପାଇଁ ବ୍ୟସ୍ତ ଥାନ୍ତି ପାଣ୍ଡଵ ଭ୍ରାତାଗଣ । ସେମାନେ ଗୁପ୍ତ ନିବାସ ଅନୁସନ୍ଧାନ କରି ଯମୁନା ନଦୀ ଦକ୍ଷିଣତୀରରେ ଥିବା ଘୋର ଅରଣ୍ୟ ମଧ୍ୟରେ ଗତି କରୁଥାନ୍ତି।

Pandavs

ସେମାନେ ଦଶାର୍ଣ୍ଣ ଓ ପାଞ୍ଚାଳ ଦେଶର ନିକଟବର୍ତ୍ତୀ ଥିଲେ ମଧ୍ୟ ସୁଗମ ପଥ ପରିହାର କରି, କେହି ଚିହ୍ନି ନ ପାରିଲା ଭଳି ଦୁର୍ଗମ, ଘଞ୍ଚ ଅରଣ୍ୟ ପଥରେ ଯାତ୍ରା କରୁଥାନ୍ତି । ଧନୁ,ଖଡ୍ଗ ଧରି ଅରଣ୍ୟ ପଥରେ ଯାତ୍ରା ବେଳେ ସେମାନେ ପ୍ରତୀତ ହେଉଥାନ୍ତି ଏକ ଯାଯାବର ବ୍ୟାଧଦଳ ଭଳି । ବିରାଟ ରାଜଧାନୀ ଅଳ୍ପ ଦୂର ଅଛି, ଦ୍ରୌପଦୀ ଅତ୍ୟନ୍ତ କ୍ଲାନ୍ତ ହୋଇ ପଡ଼ିଲେ । ସେ ଆଉ ଚାଲିପାରିବେ ନାହିଁ କହିବାରୁ ଅର୍ଜୁନ, ଭ୍ରାତା ଯୁଧିଷ୍ଠିରଙ୍କ ଆଦେଶରେ କିଛି ସମୟ ବିଶ୍ରାମ କରି ଆଗକୁ ଚାଲିଲେ । ଏମିତି ଚାଲି ଚାଲି ସେମାନେ ଲକ୍ଷ୍ୟସ୍ଥଳ ବିରାଟ ରାଜ୍ୟର ଉପକଣ୍ଠରେ ପହଞ୍ଚି ଗଲେ । ଧର୍ମରାଜ ଅର୍ଜୁନଙ୍କୁ କହିଲେ,"ପାର୍ଥ! ଆମେ ଏ ସବୁ ଅସ୍ତ୍ରଶସ୍ତ୍ର ଧରି ବିରାଟ ନଗରୀରେ ପ୍ରବେଶ କଲେ, ଲୋକେ ଆମକୁ ସନ୍ଦେହ କରିବେ। ଚିହ୍ନା ପଡ଼ି ଗଲେ ଆମର ସବୁ ଶ୍ରମ ବ୍ୟର୍ଥ ହେବ।" ଅର୍ଜୁନ ନିକଟ ଶ୍ମସାନ ଭୂମିରେ ଦେଖା ଯାଉଥିବା ଏକ ବିଶାଳ ଶମୀ ବୃକ୍ଷକୁ ଦେଖାଇ କହିଲେ, "ଜ୍ୟେଷ୍ଠ! ସମ୍ମୁଖ ସ୍ମଶାନ ଭୂମିରେ ଏ ଯେଉଁ ଘଞ୍ଚ ଡାଳପତ୍ର ଶୋଭିତ ଶମୀ ବୃକ୍ଷ ଦେଖାଯାଉଛି ସେହି ବୃକ୍ଷ ମଧ୍ୟରେ ଆମେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିବା । ଏହା କେହି ଜାଣି ପାରିବେ ନାହିଁ"। ଏହାପରେ ସମସ୍ତେ ସେମାନଙ୍କର ଧନୁ, ଗଦା,ଖଡ୍ଗ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସବୁକୁ ଏକାଠି ବାନ୍ଧିଲେ । ନକୁଳ ଶମୀବୃକ୍ଷର ଏକ ଉଚ୍ଚ ଶାଖାକୁ ଉଠିଯାଇ ଏ ଗଣ୍ଠିଲିଟିକୁ ଦୃଢ଼ ଭାବେ ଏପରି ବାନ୍ଧି ଦେଲେ ଯେମିତି ଏହା କାହାରିକୁ ଦେଖା ଯିବ ନାହିଁ ।

Pandavs

ଏହା ପରେ ସେମାନେ ଶ୍ମଶାନରୁ ମୁର୍ଦ୍ଦାରଟିଏ ଉଠାଇ ଆଣି ଗଛରେ ଝୁଲାଇଦେଲେ । ସେହି ସମୟରେ ସେ ବାଟ ଦେଇ କିଛି ଗୋପାଳକ ଯାଉଥିଲେ। ସେମାନେ ଏ ମୁର୍ଦ୍ଦାରଟି ଝୁଲା ହେଉଥିବା ଦେଖି ପ୍ରଶ୍ନ କରିବାରୁ ପାଣ୍ଡବ ମାନେ କହିଲେ, "ଆମର ଶହେଅଶୀ ବର୍ଷର ବୁଢ଼ୀମାଆ ମରିଗଲେ । ଆମ ପ୍ରଥା ଅନୁସାରେ ତାଙ୍କର ବଟିକୁ ଆମେ ଏହି ଗଛରେ ଝୁଲାଇ ଦେଉଛୁ । ତା'ପରେ ସେମାନେ ମନୋରମ ବିରାଟ ନଗରୀ ଆଡ଼କୁ ଅଗ୍ରସର ହେଲେ । ସେଠାରେ ନିର୍ବିଘ୍ନରେ କେମିତି ଅଜ୍ଞାତବାସ କଟିବ ସେ ନେଇ ଯୁଧିଷ୍ଠିର ବଡ଼ ଶଙ୍କିତ ହୋଇପଡ଼ିଲେ । ସେ ଅନନ୍ୟୋପାୟ ହୋଇ ତ୍ରିଭୁବନେଶ୍ୱରୀ ମା' ଦୁର୍ଗାଙ୍କୁ ସ୍ତୁତି କଲେ । ଦୁର୍ଗା ଥିଲେ ଯଶୋଦା ଗର୍ଭ ସମ୍ଭୁତା ଶ୍ରୀକୃଷ୍ଣ ଅନୁଜା ମାଆ ଏକାନଂସା । ମାଆ ଥିଲେ କଂସର ଭୟ ସଞ୍ଚାର କାରିଣୀ, ଆଦିମାତା,ଯୋଗମାୟା । ସେ ମାୟା ବଳରେ ଦେବକୀଙ୍କ ସପ୍ତମ ଗର୍ଭରୁ ବଳରାମଙ୍କୁ ଆକର୍ଷଣ କରି ନେଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ କରିଥିଲେ । ସେହି ମା' ଯୋଗମାୟା ଶ୍ରୀକ୍ଷେତ୍ର ଧାମରେ ବନ ହଳଦିଆ ମୁଖି ସୁଭଦ୍ରା ରୂପରେ ବିଜେ କରିଛନ୍ତି । ଯୁଧିଷ୍ଠିର ମାଆଙ୍କୁ ସ୍ତୁତି କଲେ," ହେ ଦିବ୍ୟମାଳା ବିଭୂଷିତା, ଖଡ୍ଗ ଖେଟକ ଧାରିଣୀ, ତୁମେ ଆମକୁ ରକ୍ଷା କର । ହେ କୁମାରୀ, ମହିଷାସୁର ମର୍ଦ୍ଦିନୀ, କୀର୍ତ୍ତି, ଶ୍ରୀ,ସିଦ୍ଧି, ନିଦ୍ରା,ବିଦ୍ୟା,ମତି,ସନ୍ଧ୍ୟା,ରାତ୍ରୀ, ପ୍ରଭା,କାନ୍ତି,କ୍ଷମା ଓ ଦୟା ସ୍ୱରୂପିଣେ ମା' ତୁମେ ପ୍ରସନ୍ନ ହୁଅ । ଅରଣ୍ୟ ମଧ୍ୟରେ, ଅତଳ ଜଳରେ, ଘୋର ଶତ୍ରୁମାନଙ୍କ ସହ ସଂଗ୍ରାମରେ ତୁମକୁ ଯିଏ ସ୍ମରଣ କରେ ତୁମେ ତାକୁ ଅଭୟ ଦେଇ ଥାଅ । ହେ ଭକ୍ତବତ୍ସଳା!ତୁମେ ପ୍ରସନ୍ନ ହୁଅ ।ରାଜ୍ୟଭ୍ରଷ୍ଟ ଯୁଧିଷ୍ଠିର ତୁମର ଶରଣ ଭିକ୍ଷା କରୁଛି । ରକ୍ଷାକର ମାଆ, ରକ୍ଷା କର !!!

ଯୁଧିଷ୍ଠିରଙ୍କ ନିର୍ମଳ ଭକ୍ତି ନିବେଦନରେ ସନ୍ତୁଷ୍ଠା ହୋଇ ମାଆ ଦୁର୍ଗା ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ ।ମାଆ ଅଭୟ ଦେଇ କହିଲେ, "ବତ୍ସ ! ମୁଁ ଆଶିଷ ପ୍ରଦାନ କରୁଛି ତୁମେ ନିଶ୍ଚୟ ଏହି ଘୋର ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବ । ଅଚିରେ ଶତୃମାନଙ୍କୁ ଜୟକରି ତୁମେ ନିଷ୍କଣ୍ଟକ ରାଜ୍ୟ ଭୋଗ କରିବ "।ଯୁଧିଷ୍ଠିର ଆଶ୍ୱସ୍ତ ହେଲେ । ଏହି ତକ ଆଶିର୍ବଚନ କହି ମାଆ ଶୂନ୍ୟ ମାର୍ଗରେ ପ୍ରସ୍ଥାନ କଲେ ।ବ୍ୟାସକୃତ ମହାଭାରତର ବିରାଟ ପର୍ବରେ ମା' ଦୁର୍ଗାଙ୍କୁ ଯୁଧିଷ୍ଠିର କରିଥିବା ଏହି ଅଷ୍ଟବିଂଶ ଶ୍ଳୋକ ବିଶିଷ୍ଟ ଦୁର୍ଗାସ୍ତୁତି ଦେଖିବାକୁ ମିଳେ ।କଥିତ ଅଛି ଯେ, ଧର୍ମରାଜ ଏହି ସ୍ତୁତିର ରଚୟିତା । ସ୍ତୁତିର ପ୍ରଥମ ଶ୍ଳୋକରେ ଲେଖା ଅଛି: ଯଶୋଦା ଗର୍ଭ ସମ୍ଭୁତାମ୍, ନାରାୟଣ ବରା ପ୍ରୀୟମ୍ । ନନ୍ଦ ଗୋପ କୁଳେ ଯାତମ୍, ମଙ୍ଗଲ୍ୟ କୁଳ ବର୍ଦ୍ଧିନୀମ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+