ଭାରତମାତାଙ୍କ ସର୍ବ କନିଷ୍ଠ ସାଧକ: ଶହୀଦ ବାଜି ରାଉତ
ଭରତ ମାତାଙ୍କ ସର୍ବ କନିଷ୍ଠ ଶହୀଦ ବାଜି ରାଉତ
ତାଙ୍କୁ ହୋଇଥିଲା ମାତ୍ର ୧୨ ବର୍ଷ । ବାଳ ସୁଲଭ ଚପଳତାରେ ମଧ୍ୟ ସେ ଗମ୍ଭିର ଥିଲେ ଦେଶର ସ୍ଵାଧୀନତା ଆନ୍ଦୋଳନ ପାଇଁ। ସେଥିପାଇଁ ସେ ବଳୀଦାନ ଦେଇଥିଲେ ନିଜପ୍ରାଣକୁ ଭାତର ମାତାଙ୍କ ଚରଣ ତଳେ ।

୧୯୩୮ ମସୀହା ଅକ୍ଟୋବର ୧୧ ତାରିଖ । ପାର୍ବଣ ଋତୁର ରାତ୍ରୀ। ବ୍ରାହ୍ମଣୀ ନଦୀର, ଭୂବନ, ନୀଳକଣ୍ଠପୁର ଘାଟ । ଢେ଼ଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ଜାଗ୍ରତ ପ୍ରହରୀ ଥିବା ବାଲ୍ ସ୍ୱେଚ୍ଛାସେବୀ ବାଜି ରାଉତଙ୍କ ପାଳି ଥିଲା ଘାଟକୁ ଜଗିବା। ଏହି ସମୟରେ ଘାଟ ପାରି କରିବାକୁ ବାଧ୍ୟ କଲା ଗୋରା ସୈନିକ । ମାତ୍ର ୧୨ ବର୍ଷ ବୟସର ବାଳକ ବାଜି ରାଉତ ଦେଶ ପାଇଁ ସାଲିସ୍ କରିବାକୁ ମନା କଲେ । ବନ୍ଧୁକଧାରୀ ସଶକ୍ତ ପୁଲିସ୍ ଆଗରେ କ୍ଷଣିକ ଭୀତତ୍ରସ୍ତ ନହୋଇ ଦୃଢ଼ ତଥା ନିର୍ଭିକ ସ୍ୱରରେ କହିଲେ ଶତ୍ରୁକୁ ପାର କରିବାକୁ ଦେବିନାହିଁ । ଦେଶ ପାଇଁ ଏଭଳି ନିର୍ଭିକତା! ଜୀବନ ପ୍ରତି ନିମିଷକ ଭୟର ସଂଚାର ନକରି ଦୃଢ଼ମନା ଏହି ଦିବ୍ୟ ବାଳକର ଅଜେୟ ନିଷ୍ପତ୍ତି ଆହେତୁକ ପ୍ରତୀତ ହେଲା ଗୋରା ସୈନ୍ୟଙ୍କୁ । ଗୁଲାମଗିରୀର ସାଧକ ବ୍ରିଟିଶ ସୈନ୍ୟ ଏଥର ଭୟଭୀତ କରାଇଲେ ଗୁଳିବଦ୍ଧ କରିବାକୁ । ଦୃଢ଼ମନା ବାଜି ରାଉତ ବୋଧହୁଏ ସେତେବେଳ ମନସ୍ଥ କରିସାରିଥିଲେ ଜୀବନକୁ ଦେଶ ପାଇଁ ଲଗାଇଦେବାକୁ ବାଜି । ଶତ୍ରୁକୁ ଘାଟ ପାରି କରିବି ନାହିଁ, ବଜ୍ର ଘୋଷଣା କଲେ ବାଜି ରାଉତ । ଥରି ଉଠିଲା ବ୍ରିଟିଶ ସେନାର ଗୁଳି । ଏଥିସହ ଭାରତୀୟ ସ୍ୱାଧୀନତାର ଗୌରବ ଗାଥାରେ ଯୋଡିହେଲା ଭାରତ ମାତାଙ୍କ ସର୍ବ କନିଷ୍ଠ ଶହୀଦଙ୍କ ନାମ: ଶହୀଦ୍ ବାଜି ରାଉତ।












Click it and Unblock the Notifications