ଅତିବଡି ଜଗନ୍ନାଥ ଦାସଙ୍କ ଜୟନ୍ତୀ
ଭାରତୀୟ ସାହିତ୍ୟରେ ରାମାୟଣ, ମହାଭାରତ ପରେ ପରେ ଭାଗବତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରଦାନ କରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଶାସ୍ତ୍ରୀୟ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି ଯେ ଭାଗବତରେ ଜୀବନ ଓ ମୃତୁ୍ୟ ମଧ୍ୟରେ ରହିଥିବା ଆଧ୍ୟାତ୍ମିକ ଭାବ ଅନ୍ତର୍ନିହିତା ଓଡ଼ିଆ ଜାତିର ଶ୍ରଦ୍ଧା ଓ ଭକ୍ତିଭାବ ଭାଗବତରେ ବର୍ଣ୍ଣିତ ହୋଇଛିା ଓଡ଼ିଆଙ୍କ ଜାତୀୟ ଚରିତ୍ର, ଉଦାରତା, ସହନଶୀଳତା, ତ୍ୟାଗ ଓ ବିନମ୍ରତାର ଚିତ୍ର ଏହି ଗ୍ରନ୍ଥରେ ଉତ୍ତୋଳିତ ହୋଇଛିା
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା କାର୍ଯ୍ୟକ୍ରମର ଉଦ୍ଘାଟକ ଭାବେ ବକ୍ତବ୍ୟ ରଖି ଅତିବଡ଼ୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି
ଓଡ଼ିଆ ସଂସ୍କୃତି ସହିତ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଦର୍ଶନକୁ ଯୋଡ଼ିବାରେ ଅତିବଡ଼ୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ବୋଲି ଉଲ୍ଲେଖ କରି
ଶ୍ରୀମଦ୍ ଭାଗବତ ଓଡ଼ିଆ ଜାତିକୁ ଏକତି୍ରତ କରିବାର ମାଧ୍ୟମ ହୋଇପାରିଛି ବୋଲି ପ୍ରକାଶ କରିଥିଲୋ ଉତ୍ତରପିଢ଼ିଙ୍କୁ ଓଡ଼ିଆ ଅସ୍ମିତା ସହ ପରିଚିତ
କରାଇବାରେ ଅତିବଡ଼ୀଙ୍କ କୃତିତ୍ୱ ଅନୁପ୍ରେରିତ କରୁଥିବ ବୋଲି ଶ୍ରୀ ଦାସବର୍ମା କହିଥିଲୋ ବିଭାଗୀୟ ସଚିବ ଡ. ସୁରେଶ କୁମାର ଦଳାଇ ବକ୍ତବ୍ୟ ରଖି ଭାଗବତକାର ଜଗନ୍ନାଥ ଦାସଙ୍କୁ ସିଦ୍ଧ ସାଧକ ଓ ଆମ ଜାତିର ସାଂସ୍କୃତିକ ଇତିହାସରେ ଅନନ୍ୟ ପୁରୁଷ ଭାବରେ ବର୍ଣ୍ଣନା କରିଥିଲୋ ଏବେ ମଧ୍ୟ ଓଡ଼ିଶା ପୁରପଲ୍ଲୀରେ ଭାଗବତ ବଞ୍ଚ# ରହିଛି ବୋଲି ସେ ପ୍ରକାଶ କରିଥିଲୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ଅତିବଡ଼ୀଙ୍କୁ ଓଡ଼ିଶାରେ ଭକ୍ତି ଆନ୍ଦୋଳନର ଆଦ୍ୟ ପ୍ରବକ୍ତା ତଥା ପଞ୍ଚସଖା ଗୋଷ୍ଠୀର ଅଗ୍ରଗଣ୍ୟ ମନୀଷୀ ଭାବରେ ଅଭିହିତ କରିଥିଲୋ ଏକାଡେମୀର ସଭାପତି ପ୍ରତିଷ୍ଠିତ କବି ତଥା ଆଲୋଚକ ଡ. ହୃଷୀକେଶ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଏକାଡେମୀର ସହସଂପାଦକ ଶ୍ରୀ ପ୍ରଦୀପ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଓ ଏକାଡେମୀର ଉପସଭାପତି କବି
ତଥା ଅନୁବାଦକ ଡ. ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲୋ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଉତ୍ତରୀୟ ତଥା ଭାଗବତ ସେଟ୍ ଉପହାର ଭାବେ ପ୍ରଦାନ କରାଯାଇଥିଲାା କାର୍ଯ୍ୟକ୍ରମ ଆରମ୍ଭରେ ଭାଗବତ ପାଠ ହୋଇଥିବାବେଳେ କାର୍ଯ୍ୟକ୍ରମ ମଧ୍ୟରେ ଶାଶ୍ୱତୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର
ପ୍ରତିଭା ଦାସ, ପ୍ରଦୀପ ପଲାଇ, ନବୀନ ରଥ, ସୁନୀଲ ବାରିକ ଏବଂ ମାନସ ଦାସ ଭାଗବତର କିଛି ପଂକ୍ତି ପରିବେଷଣ କରିଥିଲୋ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲୋ ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରସ୍ଥ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲାା ଅତିବଡ଼ୀଙ୍କ ଜନ୍ମସ୍ଥାନ ବ୍ରହ୍ମଗିରିସ୍ଥିତ କପିଳେଶ୍ୱରପୁରରେ ଅତିବଡ଼ୀ ଜଗନ୍ନାଥ ଦାସ ମେମୋରିଆଲ୍ ଟ୍ରଷ୍ଟ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଡ. କୈଳାସ ଚନ୍ଦ୍ର ଟିକାୟତରାୟ, ଡ. ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀ ବଦ୍ରୀ ମିଶ୍ର ଓ ଶ୍ରୀ ଜ୍ଞାନାନନ୍ଦ ସାଗର କୁମାର ବେହେରା ଯୋଗଦେଇ ଅତିବଡ଼ୀଙ୍କ ପ୍ରତି ଶ୍ରଦ୍ଧାନିବେଦନ କରିଥିଲ ।












Click it and Unblock the Notifications