"ଗଜପତି, ଏ କିଙ୍ଗ ୱିଥ ଆଉଟ କିଙ୍ଗଡମ" ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି "ଗଜପତି, ଏ କିଙ୍ଗ ୱିଥ ଆଉଟ କିଙ୍ଗଡମ" ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ରଚନା କରିଛନ୍ତି ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ଅଶୋକ ବଳ। ଏହି ପୁସ୍ତକରେ ସନ୍ନିବେଶିତ ହୋଇଛି ଓଡିଶା ସୂର୍ଯ୍ୟବଂଶୀ ଗଜପତି ମହାରାଜ କପିଳେନ୍ଦ୍ର ଦେବଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଗଜପତିଙ୍କ ଇତିହାସ ସମ୍ପର୍କରେ।

book on Gajapati

ଓଡିଶାର ସ୍ଵର୍ଣ୍ଣୀମ ଇତିହାସର ଗୁରୁତ୍ଵପୂର୍ଣ ଅଧ୍ୟାୟ ହେଉଛି ଗଙ୍ଗବଂଶୀ ରାଜମାନଙ୍କ ଶାସନ ସମୟ। ଗଙ୍ଗ ବଂଶ ରାଜାଙ୍କ ପରେ ମହାରାଜ କପିଳେନ୍ଦ୍ର ଦେବ ପ୍ରଥମ ମହାରାଜ ଭାବେ ଗଜପତି ଉପାଧିରେ ଭୂଷିତ ହୋଇଥିଲେ । ଏବଂ ତାଙ୍କ ଉତ୍ତରାଧିକାରୀମାନେ ଗଜପତି ଭାବେ ସମ୍ୱୋଧିତ ହେଉଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଆସୁଛି । ଏହି ପୁସ୍ତକରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ବିବେଚିତ ଗଜପତି ମହାରାଜ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ସମ୍ପର୍କରେ ଉଲ୍ଲେଖ ରହିଛି । କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶା ଗଙ୍ଗା ଠାରୁ କାବେରୀ ନଦୀ ଯାଏଁ ଲମ୍ୱିଥିଲା । ଏଣୁ ଗଜପତିଙ୍କ ଏହି ପୂର୍ବ ଇତିହାସ ସମ୍ପର୍କରେ ଲୋକେ ଜାଣିବା ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+