କାହାଣୀ: କାହିଁକି ସହଜରେ ଛାଡୁ ନାହିଁ ମୋହ ମାୟା
ଥରେ ସ୍ଵାମୀ ରାମକୃଷ୍ଣଙ୍କୁ ଏକ ସାଧକ ପଚାରିଲେ ଯେ: ମୁଁ ସର୍ବଦା ଭଗବାନ ଙ୍କ ନାମ ନେଉଛି, ଭଜନ କୀର୍ତନ କରୁଛି, ଧ୍ୟାନ କରୁଛି ତଥାପି ମୋ ମନ ରେ କାହିଁକି କୁବିଚାର ଆସୁଛି? ଏହା ଶୁଣି ସ୍ଵାମୀଜୀ ଟିକେ ମୃଦୁ ହସ ହସିଲେ ଓ ସାଧକଙ୍କୁ ବୁଝାଇବ ପାଇଁ ଏକ କାହାଣୀ ଶୁଣାଇଲେ:

କହିଲେ ଗୋଟେ ବ୍ୟକ୍ତି କୁକୁର ଟିଏ ପାଳୁଥିଲା ଓ ସେ ତାହାକୁ ବହୁତ ଭଲ ପାଉଥିଲା । ସେ ସର୍ବଦା ସେ କୁକୁର ସାଥିରେ ମଗ୍ନ ରହୁଥିଲା । ତାକୁ କୋଳରେ ନେଉଥିଲା, ତା ମୁହଁ ରେ ମୁହଁ କୁ ଲଗାଇ ବସି ରହୁଥିଲା, ଏହିପରି ଖାଉଥିବ ଓ ପିଉଥିବା ସମୟରେ ମଧ୍ୟ କୁକୁରଟି ତା ସହ ରହୁଥିଲା ।ତା'ର ଏହି କାର୍ଯ୍ୟ ଦେଖି ଏକ ବୃଦ୍ଧ ବ୍ୟକ୍ତି ତାଙ୍କୁ କହିଲା ଯେ,ଏକ କୁକୁର ସାଥିରେ ଏତେ ମିଳାମିଶା ଠିକ ନୁହେଁ । ସର୍ବଶେଷରେ ସେ ପଶୁ ହିଁ ତ ଅଟେ । ତୁମର କୌଣସି କ୍ଷତି କରିପାରେ । କିମ୍ବା କାମୁଡି ପାରେ । ଏହି କଥା ଟି ଶୁଣିବା ପରେ ସେହି ବ୍ଯକ୍ତିର ମସ୍ତିସ୍କ ରେ ବୃଦ୍ଧର କଥାଟି ଘର କରିଗଲା ।ସେ ତୁରନ୍ତ କୁକୁର ଠାରୁ ଦୂରେଇ ରହିବାର ନିସ୍ପତି ନେଇଗଲା । କିନ୍ତୁ ସେହି କୁକୁର ଟି ଏହି କଥାକୁ କିପରି ଜାଣିବ । ସେ କୁକୁର ଟି ପୂର୍ବ ଭଳି ମାଲିକ କୁ ଦେଖି ମାଲିକ ର କୋଳକୁ ଆସି ବସି ଯାଉଥିଲା । ମୁହଁ ଚାଟିବାକୁ ଚେଷ୍ଟା କରୁଥିଲା । କିନ୍ତୁ ମାଲିକ ତାକୁ ବଡପାଟି କରି ତାକୁ ଦୂରେଇ ଦେଉଥିଲା । କିନ୍ତୁ କୁକୁର ଟି ତାର ଅଭ୍ୟାସ ଛାଡୁନଥାଏ । ବହୁଦିନର କଠିନ ପରିଶ୍ରମ ପରେ ତାକୁ ସର୍ବଦା ଦୂରେଇବାର ଚେଷ୍ଟା କରିବା ଦ୍ଵାରା ତାହାର ଅଭ୍ୟାସ ଛାଡିଗଲା । କୁକୁର ଟି ଯେତେବେଳେ ଦେଖିଲା ଯେ ତାର ମାଲିକ ପାଖକୁ ଜୀବ ଦ୍ଵାରା ମାଲିକ ତାକୁ ବାଡାଉଛି ଓ ଦୂରେଇ ଦେଉଛି ତେଣୁ ସେ କିଛି ଦିନ ପରେ ଆଉ ତା ମାଲିକ ପାଖକୁ ଗଲା ନାହିଁ । ଏହି କଥାଟି କହିବାପରେ ସ୍ଵାମିଜି ସାଧକଟିକୁ କହିଲେ, ତୁମେ ବି ଠିକ ସେହି ମାଲିକ ପରି ।
ତୁମେ ଯେଉଁ ସାଂସାରିକ ଭୋଗ ବିଳାସର ଆସକ୍ତି କରିଲ ଓ ଏହିପରି ଆସକ୍ତିକୁ ବହୁତ ସମୟ ଧରି ପାଳନ କଲ ଓ ଛାତିରେ ଲଗାଇ ରଖିଥିଲ । ସେମାନେ କିପରି ତୁମକୁ ଏତେ ଶୀଘ୍ର ଛାଡି ଦେବେ । ତୁମେ ତାହାକୁ ଭଲ ପାଇବା ବନ୍ଦ କର । ଅର୍ଥାତ ସେହି ସାଂସାରିକ ମୋହ ମାୟା ପ୍ରତି ରୁଚି ରଖିବା ବନ୍ଦ କର । ସେମାନଙ୍କୁ ନିର୍ଦୟ ନିର୍ମୟ ହୋଇ ଦମନ କର ତେବେ ହିଁ ତା ଠାରୁ ସମ୍ପୂର୍ଣ ମୁକ୍ତି ପାଇପାରିବ । ଯେତେ ଯେତେ ଖରାପ ଅଭ୍ୟାସ ର ଦମନ କରିବ ମନ ରେ ଏକାଗ୍ରତା ବଢିଯିବ ।ମନକୁ ମନ ଭିତରେ ଧର୍ମ ବିରାଜ ମାନ କରିବାକୁ ଲାଗିବ ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications