ଗାନ୍ଧୀଜୀ କହିଥିଲେ: ‘କୁଟି ଖାଅ କାଟି ପିନ୍ଧ'
ମହାତ୍ମା ଗାନ୍ଧୀ ସାରା ଦେଶ ପାଇଁ ପ୍ରେରଣାର ଉତ୍ସ ଥିଲେ। ଲୋକମାନଙ୍କୁ ସେ ପରିଶ୍ରମ କରିବା ଶିଖାଇଥିଲେ ସେଥିପାଇଁ ସେ ଅରଟକୁ ସାରା ଦେଶରେ ସ୍ଵାଧିନର ଆୟୁଦ୍ଧ ଭାବରେ ଗ୍ରହଣ କରିଥିଲେ। ଏଥିପାଇଁ ସେ କହୁଥିଲେ, 'ଖଟି ଖାଅ କାଟି ପିନ୍ଧ'। ତେବେ ଗାନ୍ଧୀଜୀ ଚାହୁଁଥିଲେ ଲୋକମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରୁହନ୍ତୁ।
"ଗାନ୍ଧୀଜୀ ଓଡ଼ିଶାରେ ପଦଯାତ୍ରା କରୁଥିବା ସମୟରେ ଲକ୍ଷ ଲକ୍ଷ ଲୋକ ସମାଗମ ହୋଇଥିଲେ। ଏତେ ସଂଖ୍ୟାରେ ଲୋକ ଆସିଥିବା ଦେଖି ଗାନ୍ଧୀଜୀ ମନ ଖରାପ କରିଥିଲେ। ଆଉ ତାଙ୍କ ସମୟକୁ ନଷ୍ଟ ନକରିବାକୁ ସେମାନଙ୍କୁ ଅରଟରେ ଲୁଗା ବୁଣିବା ଶିଖାଇଥିଲେ" । ଓଡିଶାରେ ଗାନ୍ଧିଜୀଙ୍କ ପଦଯାତ୍ରା ଚାଲିଥାଏ। ତାଙ୍କର ପଦଯାତ୍ରା ଆସି ଶିଶୁଆରେ ପହଞ୍ଚି ସାରିଥାନ୍ତି। ତାଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ସୁଅ ଛୁଟିଥାଏ। ରଥଯାତ୍ରା କିମ୍ବା ଜଗନ୍ନାଥଙ୍କ ପରେ ଗାନ୍ଧିଜୀଙ୍କୁ ଦେଖିବା ପାଇଁ ଏତେ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ।

ପଦଯାତ୍ରା ସମୟରେ ଏତେ ପରିମାଣର ଲୋକଦେଖି ଗାନ୍ଧିଜୀ ଦୁଃଖ ପ୍ରକାଶ କରିଥିଲେ। ଏହାକୁ ଦେଖି ସେ ଓଡ଼ିଶାର ଦାରିଦ୍ର୍ୟ କାରଣ ଅଳସୁଆମୀ ବୋଲି ଦର୍ଶାଇଥିଲେ। ଏତେ ସଂଖ୍ୟକ ଲୋକ କିଛି କାମନକରି ଏମିତି କରିବାକୁ ସେ ପସନ୍ଦ କରୁନଥିଲେ। ତେଣୁ ପଦଯାତ୍ରା ସମୟରେ ଅରଟରେ ସୂତା କାଟିବା ପାଇଁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ।
ଓଡ଼ିଶାରେ ଏତେ ମାତ୍ରାରେ କପା ନଥିବାରୁ ବାହାରୁ କପା ମଗାଇ ଭାଗବତପୁରଠାରେ ଅରଟରେ କିପରି ସୂତା କାଟାଯାଏ ତାହା ଶିଖାଇଥିଲେ। ଗାନ୍ଧୀଜୀ ସର୍ବଦା କହୁଥିଲେ ଜଣେ ଗରିବ ଲୋକ ପାଇଁ ଅରଟ ହିଁ ଏଭଳି ଏକ ଯନ୍ତ୍ର ଯାହା ଦ୍ଵାରା ଜଣେ ଲୋକ କର୍ମ ସଂଯୁକ୍ତ ହୋଇପାରିବ। ଗାନ୍ଧିଜୀଙ୍କ ମତରେ ଆମେ ଯଦି କାମ ନକରି ଖାଦ୍ୟ ଖାଉଛୁ ତେବେ ତାହା ଚୋରି ସହ ସମାନ।

୧୯୪୮ ମସିହା ଜାନୁଆରୀ ୧୩ରେ ପାକିସ୍ତାନକୁ ଭରଣା ଦେବାକୁ ବିରୋଧ କରି ଅନଶନ କରିଥିଲେ ଗାନ୍ଧୀ। ଦୀର୍ଘ ପାଞ୍ଚ ଦିନ ଧରି ସେ ଅନଶନରେ ବସିଥିଲେ। ପାଖାପାଖି ୧୨୧ ଘଣ୍ଟା ୩୦ ମିନିଟର ଉପାସରେ ରହିଥିଲେ। ଏହାପରେ ଯାଇ ସେ ଅନଶନ ଭାଙ୍ଗିଥିଲେ। ଡାକ୍ତରଙ୍କ ପରାର୍ମଶ ପରେ ଅଳ୍ପ ଖାଦ୍ୟ ଖାଇ ଅରଟରେ ସୂତା କାଟିବାକୁ ବସି ପଡ଼ିଥିଲେ ଗାନ୍ଧୀଜୀ। ଡାକ୍ତର ତାଙ୍କୁ ଏଥିରୁ ବାରଣ କରିବାରୁ ସେ କହିଥିଲେ ଯେ, ସେ ବିନା କାମ କରି ଖାଦ୍ୟ ଗ୍ରହଣ କରିଛନ୍ତି । ଯଦି ସେ ବିନା କାମରେ ଖାଦ୍ୟ ଗ୍ରହଣ କରିବେ ତେବେ ତାହା ଚୋରି ସହ ସମାନ ହେବ।
ତେଣୁ ଅରଟକୁ ସେ ସ୍ଵାଧିନତାର ଆୟୁଦ୍ଧ ବୋଲି କହୁଥିଲେ। ଆଉ ଅରଟ ସାହାର୍ଯ୍ୟରେ ସୂତା କାଟି ପିନ୍ଧିବାକୁ ସେ ପରାର୍ମଶ ଦେଇଥିଲେ। ସେ ସବୁବେଳେ କହୁଥିଲେ 'କୁଟି ଖାଅ କାଟି ପିନ୍ଧ'।












Click it and Unblock the Notifications