ଆସନ୍ତୁ ଜାଣିବା ଶିଶୁ ଦିବସ କେବେ ଓ କାହିଁକି ପାଳନ କରାଯାଏ
ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ଭାବରେ ପାଳନ କରାଯାଏ। କାରଣ ଶିଶୁମାନଙ୍କୁ ଭଲ ପାଉଥିବା ଚାଚା ନେହେରୁଙ୍କ ଏହା ହେଉଛି ଜନ୍ମଦିନ । ପିଲାମାନେ ଜାଣିଛ କି, ଚାଚା ନେହେରୁ କିଏ? ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ଚାଚା ନେହେରୁ । ପୁରା ନାମ: ପଣ୍ଡିତ ଜବାହାରଲାଲ ନେହେରୁ।

ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ନେହରୁଙ୍କ ଜନ୍ମ 1889 ମସିହା ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜ (ଆଲ୍ଲାବାଦ)ରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ ।ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ଦେଶର କୋଣଅନୁକୋଣରେ ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ଏହି ମହାନ ଦିବସ ।
ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ । ପ୍ରତି ମୁହୁ ର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ, ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ସିଏ । ସେ ସୁନ୍ଦର, ନିଷ୍କପଟ, ସରଳ ଓ ନିଷ୍ପାପ । ଶିଶୁ ହେଉଛି ଇଶ୍ୱରଙ୍କ ପ୍ରତିରୂପ ।
ଶିଶୁ ସୁରକ୍ଷା ପାଇଁ ପଦକ୍ଷେପ:
ଶିଶୁଙ୍କ ସୁରକ୍ଷା ପାଇଁ ଭାରତ ସରକାର ତଥା ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଅନେକ ଶିଶୁ ସୁରକ୍ଷା ଆଇନ ମଧ୍ୟ ପ୍ରଣୟନ କରିଛନ୍ତି। ଆମ ରାଜ୍ୟରେ ଓଡିଶା ଶିଶୁ ଅଧିକାର ସୁରକ୍ଷା ସମିତି ଗଠନ କରାଯାଇଛି। ମିଳିତ ଜାତିସଂଘ ପକ୍ଷରୁ ୟୁନାଇଟେଡ୍ ନେସନ୍ ଚିଲ୍ଡ୍ରେନ୍ ଫଣ୍ଡ୍ ବା ୟୁନିସେଫ୍ ସମଗ୍ର ବିଶ୍ବରେ କାର୍ଯ୍ୟ କରୁଛି। ସେହିପରି ଅନ୍ତର୍ଜାତିକ ସ୍ତରରେ ଚାଇଲ୍ଡ ଲାଇନ, ଚାଇଲ୍ଡ କେୟାର ଇତ୍ୟାଦି ସଂସ୍ଥା କାମ କରୁଛନ୍ତି। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ମାନଙ୍କ ପାଇଁ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି। ଶିଶୁଙ୍କ ବିକାଶ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ସରକାର ଗୁରୁତ୍ଵ ଦେଉଛନ୍ତି।












Click it and Unblock the Notifications