Get Updates
Get notified of breaking news, exclusive insights, and must-see stories!

ଡେଙ୍ଗୁ ଜ୍ୱରର ଲକ୍ଷଣ ଏବଂ ପ୍ରତିକାର

Dengue: Everything You Need To Know About Dengueଡେଙ୍ଗୁ ଜ୍ୱରର ଲକ୍ଷଣ ଏବଂ ପ୍ରତିକାର

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟାର ବିଭୀଷିକା ମଧ୍ୟରେ ଅନେକ ଦିନ ଘାଣ୍ଟିହେବା ପରେ ଏବେ ରାଜ୍ୟବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ବର୍ଷା କମିବା ସହ ଧିରେ ଧିରେ ଖସୁଛି ବନ୍ୟା ଜଳ । ଏବେ ଅନେକ ସ୍ଥାନରେ ଯମି ରହିଛି ପାଣି । ବନ୍ୟାପରେ ଏବେ ଦେଖାଦେଉଛି ଅନେକ ସଂକ୍ରମଣ ଜନିତ ରୋଗ । ଯାହା ନେଇ ଏବେ ଚିନ୍ତାରେ ଲୋକେ । ଗତ କିଛି ଦିନ ହେଲା ରାଜ୍ୟର ରାଜଧାନୀରେ ଡେଙ୍ଗୁ ଆତଙ୍କ ଦେଖିବା ପାଇଁ ମିଳୁଛି । ତେବେ ଏପରି ସ୍ଥିତି କିପରି ଜାଣିବେ ଡେଙ୍ଗୁର ଲକ୍ଷଣ ଏବଂ କିପରି କରିବେ ଏହାରକ ପ୍ରତିକାର । ତେବେ ଡେଙ୍ଗୁ ମସା କାମୁଡ଼ିବାର ୪ ରୁ ୭ ଦିନ ମଧ୍ୟରେ ବ୍ୟକ୍ତିକୁ ଜ୍ୱର ହୋଇଥାଏ । ହେଲେ ବେଳେ ବିଳମ୍ବରେ ମଧ୍ୟ ଏହି ଜ୍ୱର ହେବାର ଦେଖାଯାଇଛି । ଡେଙ୍ଗୁ ପାଇଁ ଆପଣଙ୍କୁ ତିନି ପ୍ରକାର ଟେଷ୍ଟ କରିବା ପାଇଁ ପଡିଥାଏ ଯଥା ଆଣ୍ଟିଜେନ୍ ବ୍ଲେଡଟେଷ୍ଟ , ଡେଙ୍ଗୁ ଆଣ୍ଟିବଡି ,ଏବଂ ପ୍ଲେଟଲେଟ କାଉଣ୍ଟ ଟେଷ୍ଟ୍ । ଡେଙ୍ଗୁ ଜ୍ୱର ହେବାର ୪ ରୁ ୩ ଦିନ ମଧ୍ୟରେ ଟେଷ୍ଟ କରିନେବା ଉଚିତ୍ ।

Dengue

ଡେଙ୍ଗୁ ଜ୍ୱରର ଲକ୍ଷଣ
.ଦିନରେ ୪ରୁ ୫ ଥର ଏହି ଜ୍ୱର ଆସେ ଜ୍ୱର ସହ ଭୀଷଣ ହାଡ଼ ଓ ଗଣ୍ଠିବିନ୍ଧା ମଧ୍ୟ ହେଇଥାଏ ।
.ଦେହରେ ଲାଲ୍ ଦାଗ ଦେଖାଦେବା
.ଆଖି ଭିତରେ ଯନ୍ତ୍ରଣା ହେବା
.ମୁଣ୍ତ ବିନ୍ଧା ସହ ବେଳେ ବେଳେ ବାନ୍ତି ମଧ୍ୟ ହୋଇଥାଏ ।

s
ଡେଙ୍ଗୁ ଜ୍ୱରର ପ୍ରତିକାର
.ପାଣି ଜମି ରହୁଥିବା ପାତ୍ର,ଟାଙ୍କି,ରୁମ କୁଲର ଇତ୍ୟାଦି ସ୍ଥାନରେ ରହୁଥିବା ପାଣିକୁ ଦୁଇ କିମ୍ବା ତିନି ଦିନର ମଧ୍ୟରେ ବଦଳାଇ ଦିଅନ୍ତୁ । କିରୋସିନ୍ କିମ୍ବା ବ୍ଲିଚିଂ ପାଉଡର ପକାନ୍ତୁ ଯାାହା ଦ୍ୱାରା ଏହି ମଶା ଅଣ୍ତା ବିକଶିତ ହୋଇପାରେ ନାହିଁ ।

.ନିୟମିତ ମାଶାରୀ ବ୍ୟବହାର କରନ୍ତୁ

.ଘର ଭିତର ଓ ଚାରିପଟକୁ ନିୟମିତ ସଫା କରନ୍ତୁ ।

.ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

f

ତେବେ ସବୁଠୁ ଖାସ୍ କଥା ହେଉଛି ଯେଉଁ ଡେଙ୍ଗୁ ଦ୍ୱିତୀୟ ଥର ହୁଏ ତେବେ ତାହା ଅଧିକ ବିପଜ୍ୱନକ । ସେଥିପାଇଁ ଯଦି ଆପଣଙ୍କୁ ପୂର୍ବରୁ ଡେଙ୍ଗୁ ହୋଇସାରିଛି ତେବେ ଆପଣଙ୍କୁ ଅଧିକ ସତର୍କ ରହିବା ଉଚିତ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+