ମୁଣ୍ଡ ପାଖରେ ମୋବାଇଲ୍ ରଖି ଶୋଉଥିଲେ ସାବଧାନ ! ସ୍ବାସ୍ଥ୍ୟ ଉପରେ ବଡିବ ବଡ ପ୍ରଭାବ
ବର୍ତ୍ତମାନ ସମୟରେ ମୋବାଇଲ ଅତ୍ୟାବଶ୍ୟକୀୟ ସାମଗ୍ରୀର ଏକ ଅଂଶ ପାଲଟି ଗଲାଣି। ମୋବାଇଲ ନ ହେଲେ, ନା ଖାଇ ହେଉଛି ନା ଶୋଇ ହେଉଛି। କିଛି ଲୋକଙ୍କର ଏପରି ଅଭ୍ୟାସ ଅଛି ଯେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖିବା ପରେ ମୁଣ୍ଡ ପାଖରେ କିମ୍ବା ତକିଆ ପାଖରେ ରଖି ଶୋଇ ପଡ଼ନ୍ତି।

ଏହା କେତେ ହାନି କାରକ ହୋଇପାରେ, ତାହା ଖୁବ୍ କୋଚିତ୍ ଲୋକ ଜାଣିଥିବେ। ବାସ୍ତବରେ ମୋବାଇଲ ଫୋନର ପ୍ରଭାବ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ରାତିରେ ମୁଣ୍ଡ ପାଖରେ କିମ୍ବା ତକିଆ ତଳେ ମୋବାଇଲ ରଖି ଶୋଇବା ଦ୍ୱାରା କି କି ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ, ଜାଣନ୍ତୁ...
ମୋବାଇଲ୍ ଫୋନ୍ କେତେ ବିପଜ୍ଜନକ:-
ମୋବାଇଲ୍ ଫୋନରେ ଥିବା ବିକିରଣ (ରେଡିଏସନ) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। କାରଣ ମୋବାଇଲର ବିକିରଣ ଇରେକ୍ଟାଇଲ୍ ଡିସଫଙ୍କସନ ସହ ଜଡ଼ିତ। ମୋବାଇଲ୍ ଫୋନରୁ ନିର୍ଗତ ନୀଳ ଆଲୋକ ଶୋଇବା ହରମୋନ ମେଲାଟୋନିନକୁ କ୍ଷତି ପହଞ୍ଚାଏ। ଫଳରେ ରାତିରେ ଭଲ ନିଦ ନ ହେବା ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ।
କି କି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ:-
ମୁଣ୍ଡ ତଳେ ମୋବାଇଲ୍ ଫୋନ୍ ରଖି ଶୋଇବା ଦ୍ୱାରା ମସ୍ତିଷ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। ଏହା ଦ୍ୱାରା ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା ହୁଏ। କେବଳ ଏତିକି ନୁହେଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ, ଫୋନରୁ ନିର୍ଗତ ହେଉଥିବା RF ରେଡିଏସନ (ରେଡିଓ ଫ୍ରିକ୍ୱେନ୍ସି ବିକିରଣ) ମସ୍ତିଷ୍କ କର୍କଟ (ବ୍ରେନ୍ କ୍ୟାନସର) କରିବାର ଆଶଙ୍କାକୁ ବଢାଇଥାଏ।
ଏହି କାରଣରୁ ଅନେକ ଲୋକ ସକାଳେ ମୁଣ୍ଡବିନ୍ଧାର ଶିକାର ହୁଅନ୍ତି, କ୍ରୋଧିତ ରୁହନ୍ତି ଏବଂ ଆଖିରେ ଯନ୍ତ୍ରଣା ମଧ୍ୟ ଅନୁଭବ କରନ୍ତି।
କେତେ ଦୂରରେ ମୋବାଇଲ ରଖି ଶୋଇବା ଉଚିତ୍:-
ମୋବାଇଲ୍ ଫୋନକୁ ବିଛଣାରୁ ଅତି କମରେ ତିନି ଫୁଟ ଦୂରରେ ରଖି ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ। ଯଦି ମୋବାଇଲ ନିଶାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ରାତିରେ ଫୋନକୁ ସାଇଲେଣ୍ଟ କରି ରଖନ୍ତୁ। ଫୋନ୍ ବଦଳରେ ବହି ପଢିବା ଅଭ୍ୟାସ ଆରମ୍ଭ କରନ୍ତୁ। ବିଶେଷ କରି ଶୋଇବାର କିଛି ଘଣ୍ଟା ପୂର୍ବରୁ ମୋବାଇଲ ଦେଖିବାଠୁ ଦୂରେଇ ରୁହନ୍ତୁ। ନଚେତ୍ ଉପରୋକ୍ତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
-
ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ -
ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ଗ୍ୟାସ୍ ସିଲିଣ୍ଡର୍ -
ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ୍ ପଦବୀରେ ହେବ ନିଯୁକ୍ତି, ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ୱ ସଚିବ -
ପଛକୁ ହଟିଲେ ଟ୍ରମ୍ପ: ୨ ସପ୍ତାହ ପାଇଁ ଯୁଦ୍ଧ ବିରାମ କରିବାକୁ ରାଜି ହେଲେ ଆମେରିକା-ଇରାନ -
ଓଡ଼ିଆ ପକ୍ଷ : ଶିଶୁକଥା ଦିବସରେ ୧୮,୦୦୦ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ -
Karan Adani ଙ୍କ ବଡ଼ ଘୋଷଣା; ଓଡ଼ିଶାରେ ₹33,000 କୋଟିର ମେଗା ନିବେଶ, ଅନେକ ନୂତନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ -
ଆଜି ଆସାମ, କେରଳମ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ, ମେ'୪ରେ ଫଳାଫଳ ଘୋଷଣା -
ଆଜି ଦିଲ୍ଲୀ-ଗୁଜରାଟ ମୁକାବିଲା : ଫେରିବେ ଫିଟ୍ ଗିଲ୍, ଜଲୱା ଦେଖାଇବେ କେଏଲ୍ ରାହୁଲ୍ -
IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍ରେ ହରାଇଲା ରାଜସ୍ଥାନ ରୟାଲ୍ସ





Click it and Unblock the Notifications