ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିଲେ ସାବଧାନ ! ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ଆଜିକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆଉ ଏହା ଦ୍ୱାରା ସମସ୍ତେ ଅଭ୍ୟସ୍ତ ମଧ୍ୟ ହୋଇଗଲେଣି । ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବା ହେତୁ ପ୍ରତି ବର୍ଷ ହଜାର ସଂଖ୍ୟକ ଲୋକଙ୍କର ପ୍ରାଣହାନୀ ଘଟୁଛି ।
ଆଜିକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆଉ ଏହା ଦ୍ୱାରା ସମସ୍ତେ ଅଭ୍ୟସ୍ତ ମଧ୍ୟ ହୋଇଗଲେଣି । ମାତ୍ର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିବା ହେତୁ ପ୍ରତି ବର୍ଷ ହଜାର ସଂଖ୍ୟକ ଲୋକଙ୍କର ପ୍ରାଣହାନୀ ଘଟୁଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଖୁଲାସା କରିଛି । କରୋନା ଭାଇରସ୍ ମହାମାରୀ ଯୋଗୁଁ ଆଗାମୀ ଦିନରେ ଏହି ଧରଣର ମୃତ୍ୟୁ ସଂଖ୍ୟା ଅଧିକ ବଢିପାରେ ବୋଲି 'ହୁ' କହିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ଲୋକଙ୍କୁ ନେଇ ଏକ ଅଧ୍ୟୟନ ମଧ୍ୟ କରାଯାଇଛି ।

୨୦୧୬ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ଲୋକଙ୍କ ମଧ୍ୟରୁ ୭,୪୫,୦୦୦ ଜଣଙ୍କ ହୃଦଘାତରେ ପ୍ରାଣହାନୀ ହୋଇଛି । ୨୦୦୦ ମସିହା ତୂଳନାରେ ୨୦୧୬ରେ ଏହି ମାମଲା ୩୦ ପ୍ରତିଶତ ଅଧିକ ବୃଦ୍ଧି ଘଟିଛି । 'ହୁ' ର ପରିବେଶ, ଜଳବାୟୁ ପରିବର୍ତନ ଓ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମାରିଆ ନୀରା କହିଛନ୍ତି ଯେ ପ୍ରତି ସପ୍ତାହରେ ୫୫ ଘଣ୍ଟା କିମ୍ବା ସେଥିରୁ ଅଧିକ ସମୟ କାମ କରିବା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ ହୋଇପାରେ। ଶ୍ରମିକଙ୍କୁ ଅଧିକ ସୁରକ୍ଷା ଦେବା ଏବଂ ସେମାନଙ୍କୁ ସଜାଗ କରିବା ପାଇଁ ଏହା ଉପରେ ଅଧ୍ୟୟନ କରାଯାଇଛି ।
'ହୁ' ଓ ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଅଧ୍ୟୟନରୁ ଜଣା ପଡିଛି ଯେ, ଅଧିକାଂଶ ପୀଡିତଙ୍କ ମଧ୍ୟରୁ ୭୨ ପ୍ରତିଶତ ପୁରୁଷ ଅଛନ୍ତି । ସେମାନଙ୍କ ବୟସ ମଧ୍ୟମ ଆୟୁ କିମ୍ବା ସେଥିରୁ ଅଧିକ ରହିଛି । ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଛି ଯେ, ଏମିତି ଲୋକଙ୍କ ମୃତ୍ୟୁ ୧୦ ବର୍ଷ ଭିତରେ ଘଟିଛି । ଏହି ଅଧ୍ୟୟନ ୧୯୪ ଦେଶର ତଥ୍ୟ ଉପରେ ଆଧାରିତ । ସପ୍ତାହରେ ୫୫ ଘଣ୍ଟା କିମ୍ବା ସେଥିରୁ ଅଧିକ ସମୟ କାମ କରୁଥିବା ଲୋକଙ୍କୁ ହୃଦଘାତ ହେବାର ବିପଦ ୩୫ ପ୍ରତିଶତ ଅଧିକ ରହିଥାଏ । ୩୫ ରୁ ୪୦ ଘଣ୍ଟା କାମ କରୁଥିବା ଲୋକଙ୍କୁ ହୃଦଘାତ ହେବାର ବିପଦ ୧୭ ପ୍ରତିଶତ ରହିଥାଏ । ଏହି ଅଧ୍ୟୟନ ୨୦୦୦ରୁ ୨୦୧୬ ମଧ୍ୟରେ କରାଯାଇଥିବା ହୁ କହିଛି । କିନ୍ତୁ ଏଥିରେ କରୋନା ପ୍ରଭାବିତ ଲୋକଙ୍କ ତଥ୍ୟକୁ ସାମିଲ କରାଯାଇ ନାହିଁ ।












Click it and Unblock the Notifications