Get Updates
Get notified of breaking news, exclusive insights, and must-see stories!

ଫୁଲକୋବି ଖାଇବା ଦ୍ବାରା କଣ ମିଳେ ଫାଇଦା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଆମେ ବିଭିନ୍ନ ପ୍ରକାର ପନିପରିବା ଖାଇଥାଉ । ଫୁଲକୋବି ଶୀତ ଦିନିଆ ପରିବା । ଯାହା ବେଶ ଶସ୍ତାରେ ମିଳିଯାଏ । ଏହା ଖାଇବା ଦ୍ୱାରା ଆମକୁ ଅନେକ ଲାଭ ପ୍ରଦାନ କରିଥାଏ । ଫୁଲ କୋବିରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଫୁଲକୋବିର ଗୁଣବତ୍ତା ଗରମ ହୋଇଥାଏ ତେଣୁ ଏହାର ଚାହିଦା ଶୀତଦିନେ ଖୁବ୍ ଭଲ ଥାଏ ।

cauliflower

ଶୀତ ଦିନେ ଅଧିକାଂଶ ଲୋକ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି । ଫୁଲକୋବି ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ତେଣୁ ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । ଯାହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ । ତେବେ ଆସନ୍ତୁ ଫୁଲକୋବିର ଉପକାରିତା ବିଷୟରେ ଜାଣିବା ।

ଫୁଲକୋବି ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । ଏଥିରେ ଫାଇବର ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ । ଏହା ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧି କରିବା ସହ ଇନ୍‌ଫ୍ଲାମେଶନକୁ କମ୍ କରିଥାଏ । ଏହା ମଧ୍ୟ ହଜମ ପ୍ରକ୍ରିୟାକୁ ମଜଭୁତ କରିଥାଏ । ଏଥିରେ କୋଲିନ ମାତ୍ରା ଅଧିକ ଥିବାରୁ ଏହା ନର୍ଭସ ସିଷ୍ଟମକୁ ଷ୍ଟ୍ରଙ୍ଗ କରିଥାଏ ।

ବିଶେଷ କରି ଶୀତଦିନେ ହାଡ଼ ଜନିତ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଫୁଲକୋବିରେ ଭିଟାମିନ୍ K ରହିଥାଏ, ଯାହା ହାଡ଼କୁ ମଜବୁତ କରେ । ସେଥିପାଇଁ ନିୟମିତ ଫୁଲକୋବି ଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯାହା ଗଣ୍ଠି ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ । ଡାଇବେଟିସ୍ ରୋଗୀଙ୍କ ପାଇଁ କିଛି ଖାଦ୍ୟ ବାରଣ କରାଯାଇଥାଏ । କିନ୍ତୁ ଡାଇବେଟିସରେ ପୀଡିତ ଥିବା ଲୋକମାନେ ଫୁଲକୋବି ଖାଇପାରିବେ । ଏହା ତ୍ୱଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । ଯାହା ତ୍ବଚାରେ ଥିବା ଦାଗ ଆଦି ସମସ୍ୟା ଦୂର କରିଥାଏ । ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣମାନେଆପଣଙ୍କ ଖାଇବା ଲିଷ୍ଟରେ ଫୁଲକୋବି ଆଡ୍ କରିପାରିବେ । ଯାହା ଓଜନ କମାଇବା ପାଇଁ ପ୍ରଭାବଶାଳୀ ହୋଇଥାଏ ।

ଏଥିସହିତ ଫୁଲକୋବିରେ ଫାଇବର ପ୍ରଚୁର ମାତ୍ରାରେ ଭରି ରହିଥିବାରୁ ଏହା ଶରୀରରେ ବ୍ୟାକ୍ଟେରିଆ ଓ ପାଚନ ଶକ୍ତି ବୃଦ୍ଧି କରିଥାଏ । ଏଥିରେ କ୍ୟାଲୋରୀ କମ୍ ଓ ଭିଟାମିନ ଭରପୁର ମାତ୍ରାରେ ରହିଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଜରୁରୀ । ଏହା ଆମକୁ କିଡନୀ ରୋଗ, ମଧୁମେହ ଏବଂ ବ୍ଲଡପ୍ରେସର ଭଳି ସମସ୍ୟାରୁ ରକ୍ଷା କରିଥାଏ ।

ଏତିକି ନୁହେଁ ବରଂ ଏହା ଖାଇବା ଦ୍ବାରା ହାର୍ଟର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସହାୟକ କରେ । ଏଥିରେ ଥିବା ଗ୍ଲୁକୋରାଫାନିନ୍ ହାର୍ଟ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ହାର୍ଟକୁ ସୁସ୍ଥ ରଖିବା ପାଇଁ ଫୁଲକୋବି ଖାଇପାରିବେ ।

ଫୁଲକୋବିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟରୀ ଗୁଣ ରହିଛି । ଯାହା କୋଲେଷ୍ଟ୍ରଲ୍‌ ସ୍ତରକୁ ବଜାୟ ରଖେ । ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍ ଏବଂ ଫାଇବର ଖରାପ କୋଲେଷ୍ଟ୍ରଲ୍‌କୁ ହ୍ରାସ କରିବାରେ ସାହାଯ୍ୟ କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+