Get Updates
Get notified of breaking news, exclusive insights, and must-see stories!

ଘରେ ରହୁଛି କି ବାସ୍ତୁ ଦୋଷ ? ସାହା ହେବ ଏହି ସବୁ ଉପାୟ...

ସାଧାରଣତଃ ଆମେ ଘରଟିଏ ଗଢିଲେ ଏହାକୁ ଅତି ଯତ୍ନର ସହ ତୋଳିଥାନ୍ତି । ଭଲ ଘର ଟିଏ କରି ଶାନ୍ତିରେ ରହିବାକୁ ସମସ୍ତଙ୍କ ପସନ୍ଦ । ମଣିଷ ଜୀବନର ଅର୍ଜନ କରିଥିବା ଅଧିକାଂଶ ଧନ ଘର ଗଢିବାରେ ଲଗାଇଥାଏ । କିନ୍ତୁ ଏତେ ସବୁ ଖର୍ଚ୍ଚ କରିବା ପରେ ବି ଯଦି ଘରେ ଅଶାନ୍ତି ଲାଗି ରହେ ତେବେ ମଣିଷ ବିଚଳିତ ହୋଇଯାଏ । ଘରର ବାସ୍ତୁ ଦୋଷ ହେଉ ଅବା ଘରର ପାରିପାର୍ଶ୍ୱରେ ଥିବା ନକରାତ୍ମକ ଜିନିଷ ଏହି ଅଶାନ୍ତିର ମୂଳ କାରଣ ପାଲଟିଥାଏ । ତେବେ ଆସନ୍ତୁ ଜାଣିବା କିଭଳି ଏହି ସବୁ ସମସ୍ୟାରୁ ମୁକ୍ତି ପାଇବେ...

vastu tips

ପ୍ରକୃତିକୁ ସ୍ୱୟଂ ଇଶ୍ୱରଙ୍କ ସହ ତୁଳନା କରାଯାଇଛି । ପ୍ରକୃତିରେ ଜଡିତ ସବୁକିଛି ଇଶ୍ୱରଙ୍କ ଦାନ । ଇଶ୍ୱରଙ୍କ ଦ୍ୱାରା ଏହା ବିଭିନ୍ନ ସ୍ୱରୂପରେ ପ୍ରଦର୍ଶିତ ହେଉଛି । ଏହା ମଣିଷ ପାଇଁ ଅନେକ ମାତ୍ରାରେ ସହାୟକ ହୋଇଥାଏ । ସଧାରଣତଃ ଗଛଲତା ଆମର ବେଶୀ ଉପକାର କରିଥାନ୍ତି । ଗଛଲତା ପରିବେଶକୁ ସକାରାତ୍ମକ ପ୍ରବାହ କରିଥାନ୍ତି । ଆଉ ଏହାକୁ ଠିକ୍‌ ସ୍ଥାନରେ ଲଗାଇଲେ ଘରର ବାସ୍ତୁଦୋଷ ମଧ୍ୟ ଦୂର ହୋଇଥାଏ । ତେବେ ଏମିତି କିଛି ସ୍ଥାନ ଅଛି ଯେଉଁଠି ଗଛ ଲଗାଇବା ଉଚିତ ।

-ବିଶ୍ୱାସ ରହିଛି ଯେ ଉଚ୍ଚତା ଥିବା ଗଛ ଅର୍ଥାତ ଯିଏ ଫଳ ଦେଇଥାଏ । ସେହି ଗଛ ସୂର୍ଯ୍ୟଦେବଙ୍କ ସହ ସମ୍ବନ୍ଧ ରହିଥାଏ ।
-ବୃନ୍ଦାବତୀ ତଥା ତୁଳସୀ ଗଛକୁ ମା' ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଇଥାଏ । ଯଦି ଆପଣଙ୍କ ଘରେ ନକାରାତ୍ମକଶକ୍ତି ରହିଛି ତେବେ ଆପଣ ତୁଳସୀ ଗଛ ଲଗାଇଲେ ତାହା ଦୂର ହୋଇଥାଏ ।
-ବିଶ୍ୱାସ ରହିଛି ଯେ, ବିଦ୍ୟାର୍ଥୀମାନେ କଦଳୀ ଗଛ ତଳେ ପଢ଼ିଲେ ତାଙ୍କର ସ୍ମରଣ ଶକ୍ତି ବଢ଼ିଥାଏ। ପାଠ ମନେ ରହେ ।
-ଘରର ଆଖପାଖରେ ନିମ ଗଛ ରହିଲେ ବହୁତ ଶୁଭ ହୋଇଥାଏ । ଏହା ଘରକୁ ସକାରାତ୍ମକ ଶକ୍ତି ପ୍ରବାହ କରିଥାଏ ।

-ବରଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଉର୍ଜ୍ଜା ପ୍ରବାହ କରିଥାଏ । ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ଧନହାନୀ ହୋଇଥାଏ । ଯଦି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଯାଇ ଲଗାଇ ପାରିବେ ।
-ସେହିପରି କ୍ୟାକଟସ୍‌ କୁ ଘରେ ଲଗାଇବା ଅଶୁଭ ମନାଯାଏ । ଘରେ ବାଉଁଶ ଗଛ ମଧ୍ୟ ଲଗାଇବା ଅନୁଚିତ୍‌ । ଏହାଦ୍ୱାରା ଆପଣଙ୍କ କୌଣସି କାମ ପୂରା ହୋଇନଥାଏ । ଭୁଲରେ ବି ଆପଣ କଣ୍ଟା ଗଛ ଘରେ ଲଗାନ୍ତୁ ନାହିଁ । ଏହାଦ୍ୱାରା ଘରେ କଳହ ବଢ଼ିଥାଏ ।
-ଘର ସାମ୍ନାରେ ଜାମୁକୋଳି ଗଛ, ଅମୃତଭଣ୍ଡା ଗଛ ବ୍ୟତିତ ଆଉ କୌଣସି ଗଛ ଲଗାନ୍ତୁ ନାହିଁ । ଅନ୍ୟ ଗଛ ଘରେ ଭୟ ଉତ୍ପନ କରିଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+