For Quick Alerts
Turn On Notification  
For Daily Alerts
Oneindia App Download

ଆପଣ ନାହାନ୍ତି ତ ? ଏହି ଦୁଇ ବ୍ଲଡ୍ ଗ୍ରୁପର ଲୋକମାନଙ୍କ ଉପରେ କରୋନା ପ୍ରଭାବ ବେଶି

B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକମାନଙ୍କୁ ଅନ୍ୟ ଗ୍ରୁପର ଲୋକଙ୍କ ତୁଳନାରେ ଅଧିକ ବିପଦ ରହିଛି ବୋଲି ସର୍ଭେରୁ ଜଣାପଡିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଏହି ଦୁଇ ବ୍ଲଡ୍ ଗ୍ରୁପର ଲୋକମାନେ କରୋନା ଭାଇରସ୍ ପ୍ରତି ଅଧିକ ସମ୍ବେଦନଶୀଳ ଥାନ୍ତି ।

|

ନୂଆଦିଲ୍ଲୀ : ସାରା ଦେଶରେ ଏବେ କରୋନା ସ୍ଥିତି ଗମ୍ଭୀର ହେଉଛି । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଭିନ୍ନ ବୈଜ୍ଞାନିକ ଏହି ଭାଇରସ୍ କୁ ନେଇ ରିସର୍ଚ୍ଚ ଚଳାଇଛନ୍ତି । ଆଉ ଏହାକୁ ନେଇ ଅନେକ ମତ ପ୍ରକାଶ କରିଛନ୍ତି । ନିକଟରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ ବା ସିଏସଆଇଆର୍ ପକ୍ଷରୁ ଏକ ସର୍ଭେ କରାଯାଇଥିଲା ।

corona-virus

ଯେଉଁ ସର୍ଭେରେ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମନାକୁ ଆସିଛି । B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକମାନଙ୍କୁ ଅନ୍ୟ ଗ୍ରୁପର ଲୋକଙ୍କ ତୁଳନାରେ ଅଧିକ ବିପଦ ରହିଛି ବୋଲି ସର୍ଭେରୁ ଜଣାପଡିଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଏହି ଦୁଇ ବ୍ଲଡ୍ ଗ୍ରୁପର ଲୋକମାନେ କରୋନା ଭାଇରସ୍ ପ୍ରତି ଅଧିକ ସମ୍ବେଦନଶୀଳ ଥାନ୍ତି ।

ସର୍ଭେ ଅନୁସାରେ, B+ ଏବଂ AB+ ବ୍ଲଡ୍ ଗ୍ରୁପର ଲୋକ ମାନଙ୍କୁ କରୋନା ଅଧିକ ପ୍ରଭାବ ପକାଉଥିବା ବେଳେ 'O' ବ୍ଲଡ୍ ଗ୍ରୁପ ବର୍ଗର ଲୋକମାନଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଏ ନାହିଁ । 'O' ବ୍ଲଡ୍ ଗ୍ରୁପର ଲୋକମାନଙ୍କ ଠାରେ ଏହା କମ୍ ଲକ୍ଷଣ ଦେଖାଏ ଏବଂ କିଛି ଲୋକଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଏନାହିଁ ।

ଯେଉଁ ମାନେ ମାଂସ ଅଧିକ ଖାଆନ୍ତି ସେମାନେ କରୋନା ଭୁତାଣୁ ପ୍ରତି ଅଧିକ ସମ୍ବେଦନଶୀଳ ଥାଆନ୍ତି । ହେଲେ ଶାକାହାରୀ ଲୋକମାନଙ୍କ ଠାରେ ଅଧିକ ଲକ୍ଷଣ ଦେଖାଯାଏ ନାହିଁ । କାରଣ ଶାକାହାରୀ ଭୋଜନରେ ଫାଇବର୍ ଅଧିକ ଥାଏ । ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ ଅଙ୍ଗ ପ୍ରତ୍ୟଙ୍ଗକୁ ରୋଗର ସହ ଲଢ଼ିବାରୁ ଶକ୍ତି ପ୍ରଦାନ କରେ ।

ଏହି ସର୍ଭେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ହଜାର ଲୋକଙ୍କର ସାମ୍ପଲକୁ ନେଇ କରାଯାଇଥିଲା। ଏହି ସର୍ଭେରେ ପ୍ରାୟ 140 ଜଣ ଡାକ୍ତର ମଧ୍ୟ ସାମିଲ ଥିଲେ । ତେବେ ସାରା ଦେଶରେ ସିଏସଆଇଆର୍ ପକ୍ଷରୁ ହୋଇଥିବା ଏହି ସର୍ଭେ ସେରୋ ପଜିଟିଭ୍ ରେଟ୍ ଉପରେ ଅଧାରିତ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
These Two Blood Group People May More affected By Corona Virus
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X