Get Updates
Get notified of breaking news, exclusive insights, and must-see stories!

ହୋଲି ରଙ୍ଗରୁ ସୁରକ୍ଷା ଦେବ ଘରୋଇ ଉପଚାର, ନିଜେ ଘରେ ବନାନ୍ତୁ ଏହି ଫେସ୍ ପ୍ୟାକ୍

ଫଦତଗ 2024: ରଙ୍ଗର ପର୍ବ ହୋଲି । ଏହି ଦିନ ସାଙ୍ଗସାଥି ତଥା ପରିବାର ବର୍ଗଙ୍କ ସହ ରଙ୍ଗ ଖେଳିବା ସହ ବେଶ୍ ଖୁସିମଜା କରିଥାନ୍ତି । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭେଛା ଦେବା ସହ ବନ୍ଧୁତାର ବାର୍ତ୍ତା ବାଣ୍ଟିଥାନ୍ତି । କିନ୍ତୁ ଏହି ରଙ୍ଗ ଆମ ଜାଣତରେ ହେଉ ଅବା ଅଜାଣତରେ ଆମର ଅନେକ କ୍ଷତି କରିଥାଏ । ଏହାର ମୁଖ୍ୟ କାରଣ ହେଲା, ଆଜିକାଲି ବଜାରରେ ମିଳୁଥିବା କେମିକାଲ ରଙ୍ଗ । ଏହି କେମିକାଲ ଆମ ଶରୀରରେ ଲାଗିବା ଫଳରେ ବିଭିନ୍ନ ଚର୍ମରୋଗ ସମସ୍ୟା ସୃଷ୍ଟି କରିଥାଏ । ଚର୍ମ କୁଣ୍ଡେଇ ହେବା, ଜଳିବା ଏବଂ ଦାଗ ପଡିବା ଭଳି ଅନେକ ସମସ୍ୟା ଦେଖାଦେଇଥାଏ ।

ତେଣୁ ହୋଲି ଖେଳିବା ସମୟରେ ଆମେ ଏଥିପ୍ରତି ସାବଧାନ ହେବା ଉଚିତ୍ । କେବଳ ଅର୍ଗାନିକ ରଙ୍ଗରେ ହୋଲି ଖେଳିବା ସହ କେମିକାଲ ଠାରୁ ଦୂରେଇ ରହିବା ଆବଶ୍ୟକ । କିନ୍ତୁ କେତେକ ପରିସ୍ଥିତିରେ ଏଭଳି କରି ନହେଲେ କେମିକାଲ ରଙ୍ଗ ଆମ ଶରୀରର ତ୍ୱଚାକୁ ହାନି କରିଥାଏ । ସେଥିପାଇଁ ଆମକୁ କେବଳ ଧ୍ୟାନ ଦେବାକୁ ପଡିବ ଯେ ଯଦି ଏପରି କିଛି ଚର୍ମ ରୋଗ ଲକ୍ଷଣ ଦେଖାଯାଉଛି, ତାହେଲେ ଆପଣ ତୁରନ୍ତ ଏଥିପାଇଁ କିଛି ପଦକ୍ଷେପ ନେବା । ଫଳରେ ସ୍କିନ୍‌ରେ ଏପରି କିଛି ସମସ୍ୟା ହେବ ନାହିଁ ।

Skincare Remedies

ତେବେ ଯଦି ଏପରି କିଛି ସମସ୍ୟା ହେଉଛି, ତାହେଲେ ଆପଣ ଏଥିରୁ ଆରାମ ପାଇପାରିବେ । ହୋଲିର କଲର ଯୋଗୁ ସ୍କିନ୍‌ରେ ରେଡ୍‌ନେସ୍‌, କୁଣ୍ଡେଇ ହେବା, ପୋଡିବା ଏବଂ ଦାଗ ହେବା ଭଳି ସମସ୍ୟା ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ସ୍କିନ୍‌ ଡ୍ରାଏ ମଧ୍ୟ ହୋଇପାରେ । ତାହେଲେ ଆସନ୍ତୁ ଜାଣିବା ଯେ ହୋଲି ପରେ ଏହି ସବୁ ସମସ୍ୟାରେ ହେଉଥିଲେ କ'ଣ କରିବା ଉଚିତ ।

ହୋଲି ଖେଳିବା ପରେ ଏହି 2 ଟି ପତ୍ରର ଫେସ୍‌ ପ୍ୟାକ୍‌କୁ ମୁହଁରେ ଲଗାଇପାରିବେ । ଏପରିକି ଏହା ଆପଣ ନିଜେ ଘରେ ପ୍ରସ୍ତୁତ କରିପାରିବେ ।

ଯଦି ଆପଣ ହୋଲି ଖେଳିବା ପରେ ମୁହଁରେ ବ୍ରଣ, ଦାଗ ଏବଂ ଜଳିବା ଭଳି ଅନୁଭବ କରୁଛନ୍ତି , ତାହେଲେ ଆପଣ ଏହି ଘରୋଇ ଉପଚାର କରିପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଆଲୋଭେରା ଏବଂ ତୁଳସୀ ପତ୍ର ନେଇ ଏହାର ଏକ ପ୍ୟାକ୍ ତିଆରି କରି ଏହାକୁ ଲଗାଇବାକୁ ପଡିବ । ଏହାକୁ ଲାଗାଇବା ପାଇଁ ପ୍ରଥମେ ଆପଣ ଆଲୋଭେରାରୁ ଜେଲ୍ ବାହାର କରନ୍ତୁ । ଏହା ପରେ ଏଥିରେ ତୁଳସୀ ପତ୍ର ମିଶାଇ ଗ୍ରାଇଣ୍ଡ୍ କରନ୍ତୁ । ଏହା ସହ ଏଥିରେ ଦହି ମଧ୍ୟ ମିଶାଇ ପାରିବେ । ଆପଣ ଚାହିଁଲେ ସେଥିରେ ଅଳ୍ପ ବାଦାମ ତେଲ ମଧ୍ୟ ମିଶାଇ ପାରିବେ । ଏହାପରେ ଏହି ଫେସ୍ ପ୍ୟାକ୍‌କୁ ମୁହଁରେ ଲଗାନ୍ତୁ ଏବଂ କିଛି ସମୟ ଛାଡିଦିଅନ୍ତୁ । ତେବେ ପ୍ରାୟ 10 ମିନିଟ୍ ପରେ, ଥଣ୍ଡା କପଡ଼ାରେ ମୁହଁ ପୋଛି ଦିଅନ୍ତୁ ଏବଂ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।

ଏହା ପରେ ମଧ୍ୟ ଯଦି ଆପଣଙ୍କର ଚେହେରା କୁଣ୍ଡେଇ ହେଉଛି, ତେବେ ଏକ କପଡ଼ାରେ ବରଫ ନେଇ ଲଗାନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଆରାମ ଦେବା ପାଇଁ କାର୍ଯ୍ୟ କରିବ । ଆପଣ ଜାଣିଥିବେ ଯେ ଆଲୋଭେରା ଏକ ମଶ୍ଚରାଇଜର ହୋଇଥିବାବେଳେ ଦହି ଚର୍ମକୁ ହାଇଡ୍ରେଟ୍ କରିଥାଏ । ଏହା ସହ ତୁଳସୀ ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ଯାହା ଆଲର୍ଜିକୁ କମ୍‌ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+