ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ହେଉଛନ୍ତି ଡାଏବେଟିସ ର ଶିକାର, ଜାଣନ୍ତୁ ଏହାର କାରଣ ଏବଂ ପ୍ରତିରୋଧ
ଆଜିକାଲି ମଧୁମେହ ବା ଡାଏବେଟିସ୍ ଏକ ସାଧାରଣ ରୋଗ ଭାବେ ଶୁଣିବାକୁ ମିଳୁଛି । ସାଧାରଣତଃ ଏହି ରୋକ ବାର୍ଦ୍ଧକ୍ୟ ବଢିବା ସହ ଦେଖାଦେଇଥାଏ । କିନ୍ତୁ ବର୍ତ୍ତମାନ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
ପୂର୍ବରୁ ପ୍ରାୟତଃ ପୁରୁଷମାନେ ଏହାର ଶିକାର ହେଉଥିଲେ । କିନ୍ତୁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ବର୍ତ୍ତମାନ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ମଧୁମେହ ରୋଗରେ ପଡ଼ୁଛନ୍ତି । ଏହା 30 ରୁ 40 ବର୍ଷ ବୟସର ମହିଳାମାନଙ୍କୁ ବେଶୀ ପ୍ରଭାବିତ କରୁଛି । କହିବାରୁ ଗଲେ ଯୁବ ବୟସରେ ଏହି ରୋଗ ବେଶୀ ଦେଖାଦେଉଛି । କାର୍ଯ୍ୟରତ ମହିଳାମାନେ ମଧ୍ୟ ଏହା ଦ୍ୱାରା ଅଧିକ ପ୍ରଭାବିତ ହେଉଛନ୍ତି ।

ତେବେ ଏହାର କାରଣ କ'ଣ, ମହିଳାମାନେ କାହିଁକି ଏହାର ଶିକାର ହେଉଛନ୍ତି ?
ଉଲ୍ଲେଖଥାଉ କି, ଭାରତକୁ ଡାଏବେଟିସ୍ କ୍ୟାପିଟାଲ୍ କୁହାଯାଏ । ସୁଗାର ମାମଲା ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଯୁବକମାନଙ୍କ ସହିତ ପିଲାମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ଜଣାପଡିଛି ଯେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ମଧୁମେହରେ ପୀଡିତ । ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଔଷଧ ଖାଉଛନ୍ତି । ଏହାର ଅନେକ ମୁଖ୍ୟ କାରଣ ଅଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରୁ ଜଣାପଡିଛି ଯେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳାଙ୍କର ସୁଗାର ଅଛି । ବିଶେଷକରି ଗର୍ଭାବସ୍ଥାରେ ମହିଳାମାନେ ଏହାର ଶିକାର ହୋଇଥା'ନ୍ତି, କିନ୍ତୁ ଗର୍ଭଧାରଣ ପରେ ଏହା ଆଉ ଦେଖାଦେଇନଥାଏ । କିନ୍ତୁ ବର୍ତ୍ତମାନ ଏତ୍ରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯୁବ ବୟସର ମହିଳାଙ୍କ ଠାରେ ବେଶୀ ମାତ୍ରାରେ ମଧୁମେହ ଦେଖିବାକୁ ମିଳୁଛି ।
ମହିଳାମାନେ ଶାରୀରିକ କାର୍ଯ୍ୟଠାରୁ ଦୂରରେ ରହୁଛନ୍ତି । ଅଫିସରେ ଘଣ୍ଟା ଘଣ୍ଟା ଧରି ଚେୟାରରେ ବସି ରହିବା ବ୍ୟତୀତ ଖାଦ୍ୟର ଯତ୍ନ ନ ନେବା ଏହାର ମୁଖ୍ୟ କାରଣ ହୋଇପାରେ । ଠିକ୍ ସମୟରେ ଖାଇବା ଏବଂ ଚାଲିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ମଧୁମେହର ସଠିକ୍ ଯତ୍ନ ନିଆଯାଏ ନାହିଁ ତେବେ ବହୁତ ଅସୁବିଧା ହୋଇପାରେ । ଏହାକୁ ଠିକ୍ ସମୟରେ ରୋକିବା ଆବଶ୍ୟକ ।
ଡାଏବେଟିସ୍ କେତେ ପ୍ରକାର ଓ କଣ କଣ ?
ଟାଇପ୍ -1 ଡାଏବେଟିସ୍: ଏହା ହେଉଛି ମଧୁମେହର ସବୁଠାରୁ ସାଧାରଣ ପ୍ରକାର । ଏହା ବଂଶାନୁକ୍ରମିକ ଏବଂ ଏଥିରେ ଅଗ୍ନାଶୟ ଇନସୁଲିନ୍ ଉତ୍ପାଦନ କରିବାରେ ସକ୍ଷମ ନୁହେଁ । ଏହାର ଚିକିତ୍ସାରେ ଇନସୁଲିନ୍ ଇଞ୍ଜେକ୍ସନ୍ କିମ୍ବା ପମ୍ପର ଆବଶ୍ୟକତା ପଡ଼େ । ଏହାକୁ ନେଇ ଏକ ଗମ୍ଭୀର କଥା ହେଉଛି ଏପର୍ଯ୍ୟନ୍ତ ଏହାର କୌଣସି ଉପଶମ ନାହିଁ । ତଥାପି, କିଛି ଖାଦ୍ୟ, ଔଷଧ ଏବଂ ଇନସୁଲିନ୍ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ ।
ଟାଇପ୍ 2 ଡାଏବେଟିସ : ଏଥିରେ ଶରୀର ରକ୍ତରେ ଥିବା ଗ୍ଲୁକୋଜକୁ ସଠିକ୍ ଭାବରେ ପ୍ରକ୍ରିୟାକରଣ କରିବାରେ ସକ୍ଷମ ହୁଏ ନାହିଁ । ଅଗ୍ନାଶୟ ଯଥେଷ୍ଟ ଇନସୁଲିନ୍ ତିଆରି କରେ ନାହିଁ କିମ୍ବା ଶରୀର ଇନସୁଲିନ୍ ଗ୍ରହଣ କରେ ନାହିଁ । ମଧୁମେହ ରୋଗୀଙ୍କ ମଧ୍ୟରୁ 95 ପ୍ରତିଶତରୁ ଅଧିକ ଲୋକଙ୍କର ଟାଇପ୍ 2 ଡାଏବେଟିସ୍ ଅଛି । ଏହାର ମୁଖ୍ୟ କାରଣ ହେଉଛି ମୋପାଟା, ଅଧିକ ଚିନି ଖାଇବା ଏବଂ ଶାରୀରିକ ନିଷ୍କ୍ରିୟତା ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications