Get Updates
Get notified of breaking news, exclusive insights, and must-see stories!

ଏହି ଦିଗରେ ଟାଙ୍ଗନ୍ତୁ କ୍ୟାଲେଣ୍ଡର, ଜୀବନରେ ଆସିବ ସକରାତ୍ମକ ପ୍ରଭାବ

ପର୍ବ ପର୍ବାଣୀ ହେଉ ଅବା ତାରିଖ-ବାର ଜାଣିବା ପାଇଁ ଆମେ ସାଧାରଣତଃ କ୍ୟାଲଣ୍ଡର ଦେଖିଥାନ୍ତି । ଏହା ସହ ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା, ଏକାଦଶୀ... ଭଳି ଦିନ ଗୁଡ଼ିକୁ ଜାଣିବା ପାଇଁ ମଧ୍ୟ ଆମେ କ୍ୟାଲେଣ୍ଡର ଉପରେ ନିର୍ଭର କରିଥାନ୍ତି । ଆମ ସମସ୍ତଙ୍କ ଘରେ କ୍ୟାଲେଣ୍ଡର ନିଶ୍ଚୟ ଟଙ୍ଗା ହୋଇଥାଏ ।

calendar

କିନ୍ତୁ, ଏହି କ୍ୟାଲେଣ୍ଡର କେଉଁ ଦିଗରେ ଟାଙ୍କିଛନ୍ତି ? ଏହା ଆପଣଙ୍କ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଉଛି କି ? ଯଦି କ୍ୟାଲେଣ୍ଡର ଶୁଭ ଦିଗରେ ଲଗାଯାଇଥାଏ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ । ଏହା ପ୍ରକୃତିର ସିଦ୍ଧାନ୍ତ ଯେ ଯଦି କୌଣସି ବସ୍ତୁ କିମ୍ବା ଜିନିଷକୁ ଆମେ ଅଧିକ ଦେଖିବା ତେବେ ଆମେ ତାହାର ନିକଟତର ହେବା । ଯେହେତୁ ଆମେ କ୍ୟାଲେଣ୍ଡରକୁ ବେଶୀ ଟାଇମ ଦେଖୁଥାଉ ତେଣୁ ତାହା ଏଭଳି ସ୍ଥାନରେ ଲଗାଯିବା ଆବଶ୍ୟକ ଯାହା ଘର ମଧ୍ୟରେ ସକରାତ୍ମକ ଶକ୍ତି ପ୍ରବାହିତ କରିବ ।

ଭିନ୍ନ ଭିନ୍ନ ଶୈଳୀ କ୍ୟାଲେଣ୍ଡର ଆମ ଜୀବନଶୈଳୀକୁ ପ୍ରଭାବିତ କରିଥାଏ । ତେଣୁ ଘରେ ଏଭଳି ସ୍ଥାନରେ କ୍ୟାଲେଣ୍ଡର ରହିବା ଉଚିତ ଯାହା ଖୁସି, ସମ୍ପନ୍ନତା, ବିକାଶ ଓ ଆର୍ଥିକ ଉନ୍ନତିର ପ୍ରତିନିଧିତ୍ୱ କରୁଥିବ । ଯାହାକୁ ଦେଖି ହୃଦୟକୁ ଶାନ୍ତି ଅନୁଭବ ହେଉଥିବ । ମନରୁ ସବୁ ଚିନ୍ତା ଦୂର ହେଉଥିବ । ଫଳରେ ବର୍ଷ ତମାମ ବ୍ୟକ୍ତି ସଫଳତା ଆଡ଼କୁ ଅଗ୍ରସର ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ କ୍ୟାଲେଣ୍ଡର ସଠିକ ସ୍ଥାନରେ ଲଗାଇବା ଦ୍ୱାରା ଜୀବନଶୈଳୀରେ ଲାଭପ୍ରଦ ହୋଇଥାଏ ।

ତେବେ କେଉଁଭଳି ଓ କେଉଁଠି ଲଗାଇବେ କ୍ୟାଲେଣ୍ଡର । ପ୍ରଥମେ ଜାଣନ୍ତୁ ଘରର କେଉଁଠାରେ ଲଗାଇବେ କ୍ୟାଲେଣ୍ଡର ।

  • ବାସ୍ତୁଶାସ୍ତ୍ର ଅନୁସାରେ ସବୁବେଳେ ଘରର ଉତ୍ତର ଦିଗରେ କ୍ୟାଲଣ୍ଡର ଲଗାନ୍ତୁ । ଏହି ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ସକାଳୁ ଉଠିବା ପରେ ପ୍ରଥମେ ବ୍ୟକ୍ତିଙ୍କ ମୁହଁ ପୂର୍ବ ଏବଂ ଉତ୍ତର ପଟକୁ ରହିବ । ଏହାଦ୍ୱାରା ବ୍ୟବସ୍ଥିତ ଜୀବନଶୈଳୀ ଓ ଦିନଚର୍ଯ୍ୟା କାଏମ ରହିଥାଏ ।
  • ବାସ୍ତୁ ଅନୁସାରେ ଏହି ଦିଗକୁ ଦେଖି ଦିନ ଆରମ୍ଭ ଦ୍ୱାରା ବର୍ଷ ତମାମ ସକରାତ୍ମକ ଉର୍ଜ୍ଜା ମିଳିଥାଏ । କିନ୍ତୁ ଭୁଲରେବି କେବେ ମୁଖ୍ୟଦ୍ୱାର ଉପରେ କ୍ୟାଲେଣ୍ଡର ଲଗାନ୍ତୁ ନାହିଁ । କାରଣ ମୁଖ୍ୟଦ୍ୱାରରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ଘର ସଦସ୍ୟଙ୍କ ଆୟୁଷ ଉପରେ ଖରାପ ପ୍ରଭାବ ପଡିଥାଏ ।
  • କ୍ୟାଲେଣ୍ଡରକୁ ଘରର ଉତ୍ତର, ପଶ୍ଚିମ କିମ୍ବା ପୂର୍ବ କାନ୍ଥରେ ଲଗାନ୍ତୁ । କ୍ୟାଲେଣ୍ଡରରେ ହିଂସ୍ର ପଶୁ କିମ୍ବା ଦୁଃଖୀ ଚେହେରା ଥିଲେ, ତାହାକୁ ତୁରନ୍ତ ହଟାଇବା ଦରକାର । ଏ ପ୍ରକାର ଚିତ୍ର ଘରେ ନକାରାତ୍ମକ ଶକ୍ତି ଭରିଥାଏ ।
  • ପୂର୍ବ ଦିଗରେ ସୂର୍ଯ୍ୟ ଉଦୟ ହେଉଥିବାରୁ ଏହି ଦିଗରେ କ୍ୟାଲେଣ୍ଡର ରଖିବା ଜୀବନର ଉନ୍ନତିକୁ ସୂଚାଇଥାଏ । ଲାଲ କିମ୍ବା ଗୋଲାପୀ ରଙ୍ଗର କାଗଜରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଚିତ୍ର ଓ ଭଗବାନଙ୍କ ଛବିଥିବା କ୍ୟାଲେଣ୍ଡର ଘରେ ଲଗାନ୍ତୁ ।
  • ଉତ୍ତର ଦିଗ କୁବେରଙ୍କ ଦିଗ ବୋଲି ବିବେଚନା କରାଯାଏ । ଏହି ଦିଗରେ କ୍ୟାଲେଣ୍ଡର ଲଗାଉଥିଲେ ସବୁଜ, ନଦୀ, ସମୁଦ୍ର, ଝରଣା ଓ ବିବାହ ଆଦି ଚିତ୍ରରେ ଅଙ୍କିତ ହୋଇଥିବା କ୍ୟାଲେଣ୍ଡରକୁ ଲଗାଇ ପାରନ୍ତି । ଏପରି କ୍ୟାଲେଣ୍ଡରରେ ସବୁଜ କିମ୍ବା ଧଳା ରଙ୍ଗର ଉପଯୋଗ ଅଧିକ ହୋଇଥିଲେ ଭଲ ।
  • ପଶ୍ଚିମ ଦିଗକୁ ଗତିଶୀଳ ଦିଗ ବୋଲି ବିବେଚନା କରାଯାଏ । ଏହି ଦିଗରେ କ୍ୟାଲେଣ୍ଡର ଲଗାଇଲେ ଅଟକି ଥିବା କାର୍ଯ୍ୟ ବି ଖୁବ୍‌ ଜଲଦି ସମାପ୍ତ ହୋଇଯାଇଥାଏ । ଏପରିକି କାର୍ଯ୍ୟଦକ୍ଷତା ବି ବଢ଼ିଥାଏ ।
  • ଘଣ୍ଟା ଓ କ୍ୟାଲେଣ୍ଡର ଉଭୟ ହିଁ ସମୟ ତଥା ଦିନ ସୂଚାଇ ଥାଏ । ଦକ୍ଷିଣ ଦିଗକୁ ସାଧାରଣତଃ ସ୍ଥିର ଭାବେ ବିବେଚନା କରାଯାଇଥାଏ । ତେଣୁ ଏହି ଦିଗରେ ସମୟ ସୂଚାଉଥିବା ବସ୍ତୁ ରଖିବା ଉଚିତ ନୁହେଁ । ଏହି ଦିଗରେ କ୍ୟାଲେଣ୍ଡର କିମ୍ବା ଘଣ୍ଟା ଲଗାଇଲେ ତାହା ଉନ୍ନତିର ପଥରେ ପ୍ରତିବନ୍ଧକ ସାଜିଥାଏ । ଏପରିକି ଘରର ମୁଖ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ ।
  • କ୍ୟାଲେଣ୍ଡରରେ ସାଧୁସନ୍ଥ ତଥା ଭଗବାନଙ୍କ ଚିତ୍ର ଥିଲେ ତାହାକୁ ଅଧିକ ପୂଣ୍ୟଦାୟୀ ତଥା ଆନନ୍ଦଦାୟକ ବୋଲି ବିବେଚନା କରାଯାଏ ।

ପୁରୁଣା କ୍ୟାଲେଣ୍ଡର ହଟାଇ ଦିଅନ୍ତୁ :

ଅଧିକାଂଶ ଲୋକେ ପୁରୁଣା କ୍ୟାଲେଣ୍ଡର ଉପରେ ନୂଆ କ୍ୟାଲେଣ୍ଡର ରଖି ଥାନ୍ତି। ଏହାସହିତ ପୁରୁଣା କ୍ୟାଲେଣ୍ଡର ଫିଙ୍ଗିବା ବଦଳରେ ତାକୁ ସମ୍ଭାଳି ରଖିଥାନ୍ତି । କିନ୍ତୁ ଏଭଳି କରିବା ଉଚିତ ନୁହେଁ । ଯାହାଫଳରେ ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ ଏବଂ ପରିବାର ଲୋକଙ୍କର ପ୍ରଗତିରେ ବାଧା ଉତ୍ପନ୍ନ ହୋଇଥାଏ । ଅଧିକାଂଶ କ୍ୟାଲେଣ୍ଡରରେ ଠାକୁରଙ୍କର ଫୋଟଚିତ୍ର ରହିଥାଏ । ତେଣୁ ଏହି କ୍ୟାଲେଣ୍ଡରକୁ କୌଣସି ନଦୀ ବା ପୋଖରୀରେ ପ୍ରବାହିତ କରି ଦେବା ଉଚିତ ।

କ୍ୟାଲେଣ୍ଡରକୁ ଏଭଳି ସ୍ଥାନରେ ଟାଙ୍ଗିବା ଉଚିତ ନୁହେଁ, ଯେଉଁଠାରେ କ୍ୟାଲେଣ୍ଡର ପବନରେ ଉଡୁଥିବ । ତେଣୁ ଘରେ ସୁଖଶାନ୍ତି ବୃଦ୍ଧି କରିବା ପାଇଁ ଏହିସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+