ଅଧିକ ହଳଦୀ ବ୍ୟବହାର କରୁଛନ୍ତି କି ? ଶୀରରକୁ କରିଦେଇପାରେ ବିଷାକ୍ତ...
Health Tips: ଭାରତୀୟ ଭାବେ ଆମେ ଖାଦ୍ୟରେ ବହୁତ ମସଲା ବ୍ୟବହାର କରୁ । ଏପରିକି ସାରା ବିଶ୍ୱରେ ମସଲା ପାଇଁ ଭାରତ ନିଜର ନାଁ କରିଛି । ନିଜେ ବ୍ୟବହାର କରିବା ସହ ସାରା ଦୁନିଆକୁ ମସଲା ବ୍ୟବହାର ଶିଖାଇଛି ଭାରତ । ଏହି ମସଲାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଅନେକ ସମୟରେ ଆମ ଦେହ ଖରାପ ହେଲେ ଆମ ରୋଷେଇ ଘରେ ଥିବା ଅନେକ ମସଲା ଆମ ପାଇଁ ଔଷଧ ଭଳି ବ୍ୟବହାର ହୋଇଥାଏ ।

ସେଥି ମଧ୍ୟରୁ ଏକ ମସଲା ହେଲା ହଳଦୀ । ଏହା ବିନା ଭାରତୀୟଙ୍କ ଖାଦ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ରୋଷେଇରେ ଅନ୍ୟ କିଛି କମ୍ ରହିଗଲେ ଚଳିଯିବ ହେଲେ ହଳଦୀ ବିନା ଖାଦ୍ୟ ପ୍ରସ୍ତୁତ ଏକ ପ୍ରକାର ଅସମ୍ଭବ । ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ହଳଦୀର ବ୍ୟବହାର ରହିଆସିଛି । ହଳଦୀର ବ୍ୟବହାର କେବଳ ଖାଦ୍ୟ ସାମଗ୍ରୀରେ ବ୍ୟବହାର ହୋଇନଥାଏ ବରଂ ବିଭିନ୍ନ ରୋଗବେମାରୀ ଠାରୁ ଆରମ୍ଭ କରି ସୁନ୍ଦରତା କ୍ଷେତ୍ରରେ ମଧ୍ୟ ସହାୟକ ହୋଇଥାଏ ହଳଦୀ ।
ଆଣ୍ଠୁଗଣ୍ଠି ବଥା ହେଉଥିଲେ ହଳଦୀ ସେବନ କରିବା ବା ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଫଳରେ ଏହା ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରେ । ସୁସ୍ଥ ନିଦ ପାଇଁ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ମିଶାଇ ପିଆଯାଏ । ସେହିପରି କିଛି ଲୋକଙ୍କ ମୁହଁରୁ ଦୁର୍ଗନ୍ଧ ବାହାରୁଥିବାରୁ ଏହାକୁ ଏଡ଼ାଇବା ପାଇଁ ହଳଦୀ ସେବନ କରିଥାନ୍ତି । ଏହିଭଳି ହଳଦୀର ବହୁ ଉପକାରିତା ଗୁଣ ପାଇଁ ଏହାକୁ ବହୁଳ ବ୍ୟବହାର କରାଯାଏ । ସାଧାରଣତଃ ଖାଦ୍ୟର ସ୍ୱାଦ,ରଙ୍ଗ ଓ ଭଲ ସ୍ୱାସ୍ଥ୍ୟ ପାଇଁ ଏହାକୁ ପ୍ରତିଦିନ ଖାଦ୍ୟରେ ମିଶାଯାଇ ଆମେ ଖାଇଥାନ୍ତି । କିନ୍ତୁ ଆପଣଙ୍କୁ ଜଣା ଅଛି କି, ଏହି ହଳଦୀକୁ ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଭଲ ବୋଲି ଭାବିଥାଉ ତାହା ସେତିକି ଭଲ ନୁହେଁ । ହଳଦୀରେ ବି ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରହିଛି ।
କଣ କ୍ଷତି କରେ ହଳଦୀ ?
ଯେତେବେଳେ ଆମେ ମାତ୍ରାଧିକ ହଳଦୀ ଖାଇଥା'ନ୍ତି, ସେତେବେଳେ ଏହାର ଅଧିକ ପାର୍ଶ୍ୱ ପ୍ରତିକ୍ରିୟାକୁ ଅନୁଭବ କରିଥାନ୍ତି । ଏକ ନୂଆ ଅଧ୍ୟୟନରୁ ଏଭଳି କିଛି ଜଣାପଡିଛି ।
- ଅତ୍ୟଧିକ ହଳଦୀ ଖାଇବା ଦ୍ୱାରା ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ଯେପରିକି ପେଟ ବ୍ୟଥା, ବାନ୍ତି, ମୁଣ୍ଡ ବୁଲାଇବା କିମ୍ବା ଝାଡା ହେବା ।
- ଯେହେତୁ ହଳଦୀରେ ପ୍ରାୟ 2 ପ୍ରତିଶତ ଅକ୍ସାଲେଟ୍ ଥାଏ, ଏହାକୁ ଅଧିକ ଖାଇବା ଦ୍ୱାରା କିଡନୀ ଷ୍ଟୋନ୍ ହେବାରେ ସହାୟକ ହୋଇପାରେ ।
- କେତେକ ହଳଦୀ ପାଉଡରରେ ମଧ୍ୟ ସୀସା ଭାଗ ଅଧିକ ଥାଇପାରେ ଯାହା ସ୍ନାୟୁ ପ୍ରଣାଳୀ ପାଇଁ ଅତ୍ୟଧିକ ବିଷାକ୍ତ ଅଟେ ।
- ହଳଦୀ ନିର୍ଗତ ଗ୍ୟାଲଷ୍ଟୋନ୍ ଥିବା ଲୋକଙ୍କଠାରେ ବିଲିୟାରି କୋଲିକ୍ (ପେଟ ଯନ୍ତ୍ରଣା) ସୃଷ୍ଟି କରିପାରେ ।












Click it and Unblock the Notifications