ବ୍ଲଡ୍ ଗ୍ରୁପ କହିବ ଲୋକଙ୍କ ବ୍ୟକ୍ତିତ୍ୱ, ଜାଣନ୍ତୁ ଆପଣଙ୍କ ନିକଟରେ ଥିବା ଲୋକଙ୍କ ଗୁଣ

ମଣିଷ ଶରୀର ରକ୍ତ, ମାଂସ, ହାଡ଼ରେ ଗଢା । ଏହା ତ ବିଜ୍ଞାନ ସମ୍ମତ । କିନ୍ତୁ ଆପଣ ଦୈନନ୍ଦିନ ଜୀବନରେ ଅନେକ ଲକୋଙ୍କ ସହ ମିଶୁଛନ୍ତି । ଅଫିସ୍ ହେଉ ଅବା ନିକଟ ସମ୍ପର୍କୀୟ ନହେଲେ ପିଲା ଦିନର ସାଙ୍ଗ । ଏପରିକି ଆଜି କାଲିର ଆଧୁନିକ ଦୁନିଆରେ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ ବି ହେଉଛି । ତେବେ ଏହି ଲୋକମାନେ ଆପଣଙ୍କ ମୁହଁରେ ଭଲରେ ହସ ମଜାରେ କଥା ହେଉଥିଲେ ବି ସେମାନଙ୍କ ମନରେ ଥାଇପାରେ ଅଲଗା ଧାରଣା ।

blood group

ଏମିତି ଅନେକ ଅଛନ୍ତି, ଯେଉଁମାନେ ଆପଣଙ୍କ ଆଗରେ ଗୋଟେ କଥା ଏବଂ ପଛରେ ଆଉ ଗୋଟେ କଥା କହୁଥିବେ । କେହି ନିଜର ସ୍ୱାର୍ଥ ଲାଗି ବିଶ୍ୱସ୍ତ ହେବାର ନାଟକ କରୁଥିବେ ତ ଆଉ କାହାକୁ ଆପଣ ଖରାପ ଭାବୁଥିଲେ ବି ସେ ଆପଣଙ୍କୁ ସତରେ ଆପଣାର ଭାବୁଥିବେ ।

ଏମିତିରେ ଆପଣ କାହା ଉପରେ ବିଶ୍ୱାସ କରିବେ, କାହାକୁ ଅବିଶ୍ୱାସ କରିବେ ଜାଣିବା ମୁସ୍କିଲ । ତେବେ ଯେମିତି ରୋଗ ଜାଣି ଡାକ୍ତର ଔଷଧ ଦିଅନ୍ତି, ସେମିତି ମଣିଷର ବ୍ଲଡ୍‌ ଗ୍ରୁପ୍‌ରୁ ଆପଣ ସେହି ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ । ବ୍ଲଡ୍‌ ଗ୍ରୁପ୍‌ କହିଦେବ ବ୍ୟକ୍ତିର ଗୁଣ କେମିତି ?

ଆମେ ସମସ୍ତେ ଜାଣନ୍ତି ମଣିଷ ଶରୀରରେ ମୁଖ୍ୟତଃ 4 ପ୍ରକାର ବ୍ଲଡ୍‌ ଗ୍ରୁପ ରହିଛି । A, B, AB ଏବଂ O । ଏହା ବ୍ୟତୀତ ଆହୁରି 8 ପ୍ରକାର ବ୍ଲଡ୍‌ ଗ୍ରୁପ ରହିଛି । ଯେମିତିକି (A+), (A-), (B+), (B-), (AB+), (AB-), (O+), (O-) ।

ଏହି ସବୁ ବ୍ଲଡ୍‌ ଗ୍ରୁପ ମଧ୍ୟରୁ B -ve, AB -ve ଏବଂ AB +ve ବ୍ଲଡ୍‌ ବହୁ କମ୍‌ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ସେଥିପାଇଁ ଏହି 3 ଟି ବ୍ଲଡ ଗ୍ରୁପକୁ ରେୟାର ବ୍ଲଡ୍‌ ବୋଲି ବି କୁହାଯାଏ ।

AB-ve ବ୍ଲଡ୍‌ ଗ୍ରୁପ ମାତ୍ର 1 ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳିଥାଏ । 'O+' ବ୍ଲଡ୍‌ ଗ୍ରୁପକୁ କମନ ବ୍ଲଡ୍‌ ଗ୍ରୁପ ବୋଲି କୁହାଯାଇଥାଏ । କାହିଁକି ନା 'O+' ବ୍ଲଡ ଗ୍ରୁପ ଥିବା ମଣିଷ ଅନ୍ୟ ସମସ୍ତଙ୍କୁ ରକ୍ତ ଦାନ କରିପାରିବ । ତା'ଛଡ଼ା ପିତାମାତାଙ୍କ ଜିନ୍‌ ସହ ବି ରହିଛି ବ୍ଲଡ୍‌ ଗ୍ରୁପ୍‌ର ସମ୍ପର୍କ ।

ବ୍ଲଡ୍‌ ଗ୍ରୁପରୁ ଜାଣିହେବ ବ୍ୟକ୍ତିତ୍ୱ । କେମିତି କାହାର ବ୍ୟବହାର ସବୁ କିଛି କହିଦେବ ରକ୍ତ କଣିକା । ଏବେ ଆସନ୍ତୁ ଜାଣିବା କେଉଁ ବ୍ଲଡ୍‌ ଗ୍ରୁପ୍‌ର କ'ଣ ରହିଛି ପ୍ରକୃତି...

O ବ୍ଲଡ୍ ଗ୍ରୁପର ଲୋକ କେମିତି ?

'O' ବ୍ଲଡ୍ ଗ୍ରୁପ ଥିବା ମଣିଷମାନେ ଶାନ୍ତିପ୍ରିୟ ସ୍ୱଭାବର ହୋଇଥାନ୍ତି । ସେମାନଙ୍କ ଠାରେ ଲିଡରସିପ୍‌ କ୍ବାଲିଟି ରହିଥାଏ । ଏମାନେ ଭାବୁକ ଶ୍ରେଣୀର ହୋଇଥିବା ବେଳେ ପ୍ରତି କ୍ଷେତ୍ରରେ ଭାରି ଆଗ୍ରେସିଭ୍‌ । ଯେଉଁମାନଙ୍କ ଶରୀରରେ 'O' ବ୍ଲଡ୍ ଗ୍ରୁପ ରକ୍ତ ପ୍ରବାହିତ ହେଉଛି ସେମାନେ କାହାକୁ ଖାତିର କରିନଥାନ୍ତି। ସବୁ କଥାରେ କନଫିଡେଣ୍ଟ ଥାଆନ୍ତି। ହେଲେ ଏମାନେ ଭାରି ସ୍ବାର୍ଥପର ପ୍ରକୃତିର ହୋଇଥାନ୍ତି । ଏମାନଙ୍କ ଶରୀରରେ ରକ୍ତ ଜମାଟ ବାନ୍ଧିବା ସମ୍ଭାବନା ବହୁତ କମ୍‌ ରହିଥାଏ । ଏପରିକି ହାର୍ଟ ଆଟାକ୍‌ର ସମ୍ଭାବନା ବି ବହୁ କମ୍‌ ରହିଥାଏ ।

A ଗ୍ରୁପ ଲୋକଙ୍କ ସ୍ୱଭାବ ଏମିତି...

'A' ବ୍ଲଡ୍‌ ଗ୍ରୁପ ଥିବା ଲୋକମାନେ ବହୁତ ଦୟାଳୁ ପ୍ରକୃତିର ହୋଇଥାନ୍ତି । ଏମାନେ ବନ୍ଧୁତ୍ବ ସ୍ଥାପନ ପାଇଁ ପୂରା ଫିଟ୍‌ । ବିଶ୍ବାସ ଭାଜନ ହେବା ସହ ପରୋପକାର ପ୍ରକୃତିର ହୋଇଥାନ୍ତି । ଏହି ଗ୍ରୁପର ଲୋକଙ୍କ ଠାରେ ହାର୍ଟ ଆଟାକ୍‌ର ରିସ୍କ ବହୁତ କମ୍‌ ରହିଥାଏ । ଏମାନେ ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିର ହୋଇଥାନ୍ତି । A+ ଗ୍ରୁପର ଲୋକେ ସାଧାରଣତଃ ଶାନ୍ତି, ଥଣ୍ଡା ପ୍ରକୃତିର ହୋଇଥିବା ବେଳେ ଏମାନଙ୍କ ଠାରେ ଉପସ୍ଥିତ ବୁଦ୍ଧି ପ୍ରଖର ରହିଥାଏ । କୌଣସି ସମସ୍ୟାରେ ପଡ଼ିବା ପୂର୍ବରୁ ଏମାନେ ସେଥିରୁ ମୁକୁଳିବାର ବାଟ କାଢ଼ି ସାରିଥାନ୍ତି ।

B ଗ୍ରୁପର ଲୋକ ହୋଇଥାନ୍ତି ଏହି ସ୍ୱଭାବର...

'B' ବ୍ଲଡ୍‌ ଗ୍ରୁପର ଲୋକେ ଭାରି କ୍ରିଏଟିଭ୍‌। ଏହି ରକ୍ତ କଣିକା ଥିବା ଲୋକମାନେ ସାଧାରଣତଃ ସାହିତ୍ୟିକ, କ୍ରିଏଟିଭ ରାଇଟର ହୋଇଥାନ୍ତି। ଉପସ୍ଥାପନା ଶୈଳୀ ଭଲ ରହିଥାଏ। ଭାରି ମାର୍ଜିତ ଏବଂ ସବୁବେଳେ ଆକ୍ଟିଭ ରହିଥାନ୍ତି। ଏହି ବ୍ଲଡ୍‌ ଗ୍ରୁପର ଲୋକମାନେ ସଉକ କରିବାକୁ ଭାରି ଭଲପା'ନ୍ତି। ପ୍ରେମ, ଭଲ ପାଇବା, ଆଦର କରିବା, ସାହାଯ୍ୟ କରିବା ଆଦି ଗୁଣ ଏହି ଶ୍ରେଣୀର ଲୋକଙ୍କ ପାଖରେ ରହିଥାଏ। ଏମାନେ ଦୁର୍ବଳମନା ହେଲେ ମଧ୍ୟ କାହାରି ମନରେ କଷ୍ଟ ଦେବାକୁ ଭଲ ପାଇନଥାନ୍ତି। ବହୁତ କମ୍‌ ରାଗିଥାନ୍ତି। ଆଉ ରାଗିଲେ, ସବୁ ସମ୍ପର୍କ ଭୁଲିଯାଇଥାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+