ମୁଣ୍ଡ ବିନ୍ଧା ଲାଗି ରହୁଛି କି ? ଆପଣାନ୍ତୁ ଏହି ଉପାୟ...

ଆଜିକାଲି କାମ ଚାର ହେଉ ଅବା ଦୈନନ୍ଦିନ ଜୀବନରେ ପରିବର୍ତ୍ତନ ଯୋଗୁଁ ପ୍ରାୟ ସମସ୍ତେ ଶରୀର ପ୍ରତି ସେତେଟା ଯତ୍ନବାନ ହୋଇପାରୁନାହାଁନ୍ତି । ଫଳରେ ଛୋଟବଡ଼ ରୋଗ ଦେଖାଦେଉଛି । ଏପରିକି ଅନେକଙ୍କ କ୍ଷେତ୍ରରେ ମୁଣ୍ଡବିନ୍ଧା ଏକ ସାଧାରଣ ରୋଗ ଭଳି ଦେଖାଦେଉଛି । କିନ୍ତୁ ଏହାକୁ ସାମାନ୍ୟ ରୋଗ ଭାବି ଅନେକ ଅଣଦେଖା କରିଦେଉଛନ୍ତି । ଅନେକ ଲୋକଙ୍କର ସକାଳୁ ଉଠିବା ପରେ ସେମାନଙ୍କ ମୁଣ୍ଡ ବିନ୍ଧା ହୋଇଥାଏ । ଏହାଦ୍ୱାରା ଦିନଯାକ ବ୍ୟସ୍ତତା ଅନୁଭବ ହୋଇଥାଏ । କାମ କରିବାକୁ ମଧ୍ୟ ଆଗ୍ରହ ହୋଇନଥାଏ । ଖାଦ୍ୟ ଖାଇବାକୁ ମଧ୍ୟ ଇଚ୍ଛା ହୋଇନଥାଏ । ମୁଣ୍ଡ ବିନ୍ଧାରୁ ରକ୍ଷା ପାଇଁ ଅନେକ ବାରମ୍ବାର ଔଷଧ ମଧ୍ୟ ସେବନ କରିଥାଆନ୍ତି ।

headache

ଏହା ପଛର ମୂଳ କାରଣ ହେଲା ଆମ ଦୈନନ୍ଦିନ ଜୀନବଶୈଳୀରେ ପରିବର୍ତ୍ତନ । ସଠିକ୍‌ ଭାବେ ଖାଦ୍ୟ ଗ୍ରହଣ ନ କରିବା, ଉପବାସ ରହିବା ମୁଣ୍ଡ ବିନ୍ଧାର ଏକ ମୁଖ୍ୟ କାରଣ । ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ହେବା ମଧ୍ୟ ମୁଣ୍ଡ ବିନ୍ଧାର ଏକ କାରଣ । ତେବେ ଏପରି କେତେକ ଖାଦ୍ୟ ବିଷୟରେ ଜାଣନ୍ତୁ ଯାହା ଖାଇବା ଦ୍ୱାରା ବାରମ୍ବାର ହେଉଥିବା ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ ।

ମୁଣ୍ଡ ବିନ୍ଧା ଲାଗି ରହୁଥିଲେ, ଆପଣ ଖାଦ୍ୟରେ ସେଓ କୁ ସାମିଲ କରନ୍ତୁ । ନିଜ ଦୈନନ୍ଦିନ ଖାଦ୍ୟରେ ସେଓ ନିଶ୍ଚୟ ରଖନ୍ତୁ । ସେଓରେ ପୋଟାସିୟମ,ଆଇରନ,ଫାଇବର ଓ ଭିଟାମିନ ସି ଭରପୁର ମାତ୍ରାରେ ରହିଛି । ନିୟମିତ ସେଓ ଖାଇବା ଦ୍ୱାରା ଧିରେ ଧିରେ ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ । ସେଓରେ ଥିବା ପୋଟାସିୟମ ମୁଣ୍ଡ ବିନ୍ଧା ଦୂର କରିଥାଏ । ସେଓ ବ୍ୟତୀତ କଦଳୀ, ତରଭୂଜ ମଧ୍ୟ ସେବନ କରିପାରିବେ ।

ଏପରିକି ନିୟମିତ ମୁଣ୍ଡ ବିନ୍ଧାରୁ ମୁକ୍ତି ଦେଇଥାଏ ଦହି । ପ୍ରତିଦିନ ଖାଦ୍ୟରେ ଦହିକୁ ସାମିଲ କରନ୍ତୁ । ଦହିର ସେବନ କରିବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ । ଏହା ଶରୀରରେ ଜଳୀୟ ଅଂଶ ସଠିକ୍‌ ରଖିଥାଏ । ଦହିରେ କ୍ୟାଲସିୟମ ରହିଛି । ଦହି ସେବନ ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

ଅନ୍ୟ ଏକ ଉପଚାର ହେଲା ପଇଡ ପାଣି । ପଇଡ ପାଣି ପିଇବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ । ପଇଡ ପାଣି ପୋଷକ ତତ୍ତ୍ୱର ଭଣ୍ଡାର । ଏଥିରେ ପୋଟାସିୟମ, ଫାଇବର, ପ୍ରୋଟିନ୍‌ , ଭିଟାମିନ୍‌ ସି ରହିଛି। ଏହା ଶରୀରକୁ ଦୁର୍ବଳ ହେବାକୁ ଦେଇନଥାଏ । ମୁଣ୍ଡ ବିନ୍ଧା ଦୂର ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+