ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସେସ୍ ଚୂଡାନ୍ତ ଫଳାଫଳ
ସିଭିଲ ସର୍ଭିସ ପରୀକ୍ଷା 2021 ର ଫଳାଫଳକୁ କେନ୍ଦ୍ର ଲୋକସେବା ଆୟୋଗ ସୋମବାର ଘୋଷଣା କରିଛି । ଏହି ପରୀକ୍ଷାରେ 685 ଜଣ ଛାତ୍ର ସଫଳ ହୋଇଛନ୍ତି ।
ନୂଆଦିଲ୍ଲୀ : ସିଭିଲ ସର୍ଭିସ ପରୀକ୍ଷା 2021 ର ଫଳାଫଳକୁ କେନ୍ଦ୍ର ଲୋକସେବା ଆୟୋଗ ସୋମବାର ଘୋଷଣା କରିଛି । ଏହି ପରୀକ୍ଷାରେ 685 ଜଣ ଛାତ୍ର ସଫଳ ହୋଇଛନ୍ତି । ଏଥର ଶ୍ରୁତି ଶର୍ମା ଶୀର୍ଷରେ ଥିବାବେଳେ ପ୍ରଥମ ଚାରିଟି ପଦବୀରେ ଝିଅମାନେ ରହିଛନ୍ତି ।

ୟୁପିଏସସି ଅନୁଯାୟୀ ମୋଟ 685 ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । 244 ଜେନେରାଲ୍, 73 EWS, 203 OBC, 105 SC ଏବଂ 60 ST ବର୍ଗ ପ୍ରାର୍ଥୀ ଅନ୍ତର୍ଭୁକ୍ତ । ଶ୍ରୁତି ଶର୍ମା ପ୍ରଥମ, ଅଙ୍କିତା ଅଗ୍ରୱାଲ ଦ୍ୱିତୀୟ, ଗାମିନୀ ସିଙ୍ଗଲା ତୃତୀୟ ଏବଂ ଐଶ୍ୱର୍ଯ୍ୟା ଭର୍ନା ଚତୁର୍ଥ ସ୍ଥାନ ପାଇଛନ୍ତି । ବାଳକମାନଙ୍କ ମଧ୍ୟରେ ଉତ୍କର୍ଷ ଦ୍ୱିବେଦୀ ଶୀର୍ଷରେ ଥିବାବେଳେ ସେ ପଞ୍ଚମ ସ୍ଥାନର ରହିଛନ୍ତି ।
ସେହିପରି ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ 63ତମ ସ୍ଥାନ ହାସଲ କରିଛନ୍ତି । 232 ତମ ସ୍ଥାନରେ ଅଛନ୍ତି ବିଶ୍ୱ ବିଶ୍ରୁତି ତ୍ରିପାଠୀ । 273 ତମ ସ୍ଥାନରେ ସମୀର କୁମାର ଜେନା ରହିଥିବା ବେଳେ 306 ତମ ସ୍ଥାନରେ ଅଛନ୍ତି ସୌମ୍ୟରଞ୍ଜନ ପ୍ରଧାନ । ସେହିପରି 376 ତମ ସ୍ଥାନରେ ଅଛନ୍ତି ହର୍ଷିତ ମେହେର ଏବଂ 513 ତମ ସ୍ଥାନରେ ମାନସ ରଞ୍ଜନ ସାହୁ ରହିଛନ୍ତି ।
ପରୀକ୍ଷାର୍ଥୀମାନେ Upsc.gov.in ବା upsconline.nic.in ସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ ।












Click it and Unblock the Notifications