ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ । ସିଭିଲ ସର୍ଭିସ ପରୀକ୍ଷାର ଫଳାଫଳ ପ୍ରକାଶ କରିଛି କେନ୍ଦ୍ରୀୟ ଲୋକ ସେବା ଆୟୋଗ । ଏଥର ମୋଟ 1022 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।
ଏହି ପରୀକ୍ଷାରେ ପୁଣି ଥରେ ଯୁବତୀଙ୍କ କମାଲ ଦେଖିବାକୁ ମିଳିଛି । ତାଲିକାର ପ୍ରଥମ ଚାରି ଜଣଙ୍କ ମଧ୍ୟରେ ମହିଳା ରହିଛନ୍ତି । ସିଭିଲ ସର୍ଭିସ ପରୀକ୍ଷାରେ ଈଶିତା କିଶୋରୀ ଟପ୍ପର ହୋଇଛନ୍ତି । ଏହା ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ୍ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ।
ଓଡ଼ିଶାର କସ୍ତୁରୀ ପଣ୍ଡା 67ତମ ସ୍ଥାନରେ ରହଛନ୍ତି । 162 ତମ ସ୍ଥାନରେ ରହିଛନ୍ତି ଦୁର୍ଗାପ୍ରସାଦ । ତେଜସ୍ୱିନୀ ବେହେରା 516 ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।
ଅନ୍ତିମ ଫଳାଫଳରେ ନିଯୁକ୍ତି ପାଇଁ ମୋଟ 933 ପ୍ରାର୍ଥୀଙ୍କୁ ଚୟନ କରାଯାଇଛି । ସେଥିମଧ୍ୟରୁ 345 ପରୀକ୍ଷାର୍ଥୀ ଅଣସଂରକ୍ଷିତ, 99 ପରୀକ୍ଷାର୍ଥୀ ଇଡବ୍ଲୁଏସ, 263 ପରୀକ୍ଷାର୍ଥୀ ଓବିସି, 154 ପରୀକ୍ଷାର୍ଥୀ ଏସସି ଏବଂ 72 ପରୀକ୍ଷାର୍ଥୀ ଏସଟି ବର୍ଗର ରହିଛନ୍ତି । ଏହା ସହ 178 ପ୍ରାର୍ଥୀଙ୍କ ଏକ ରିଜର୍ଭ ତାଲିକା ରହିଛି । ଆଇଏଏସ ପୋଷ୍ଟରେ ନିଯୁକ୍ତି ପାଇଁ 180 ଜଣ ପରୀକ୍ଷାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଛି।
ଏହି ପରୀକ୍ଷା ଫଳର ସବିଶେଷ ବିବରଣୀ ୟୁପିଏସସିର ଅଫିସିଆଲ ୱେବସାଇଟ upsc.gov.in ରେ ଜାଣିପାରିବେ ।












Click it and Unblock the Notifications