ଅଧ୍ୟାପକ ଆଶାୟୀଙ୍କ ପାଇଁ ବଡ଼ ଖବର, ପୂରଣ ହେବ 1065 ପଦବୀ

JOB: ଓଡ଼ିଶାରେ ହେବ ବଡ଼ ନିଯୁକ୍ତି । ପୂରଣ ହେବ 1065 ପଦବୀ । ଅଧ୍ୟାପକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଷ୍ଟେଟ୍‌ ସିଲେକ୍ସନ୍‌ ବୋର୍ଡ (SSB) ।

SSB job

ଉଚ୍ଛ ଶିକ୍ଷା ବିଭାଗ ଅଧିନରେ ଦିଆଯିବ ଏହି ନିଯୁକ୍ତି । ବିଭିନ୍ନ ବିଷୟ ପାଇଁ ମୋଟ୍ 1065 ଅଧ୍ୟାପକ ପଦବୀ ପୂରଣ ହେବ । ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ ।

କେବେ କରିବେ ଆବେଦନ ?

ଅଧ୍ୟାପକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀ ମାନେ ସେପ୍ଟେମ୍ବର 11 ତାରିଖ ଦିନ 1 ଟା ପରେ ଆବେଦନ କରିପାରିବେ । ଅନଲାଇନ୍ ଜରିଆରେ ଆବେଦନ କରିପାରିବେ । ଅକ୍ଟୋବର 10 ତାରିଖ ରାତି 11 ଟା 45 ମିନିଟ୍ ପର୍ଯ୍ୟନ୍ତ ୱେବସାଇଟ୍ ଆବେଦନ ପ୍ରକ୍ରିୟା ପାଇଁ ଖୋଲା ରହିବ ।

SSBର ଅଫିସିଆଲ ୱବେସାଇଟ୍‌ www.ssbodisha.ac.in କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ ।

ତେବେ ଏନେଇ ସବିଶେଷ ତଥ୍ୟ ସେପ୍ଟେମ୍ବର 11 ତାରିଖ ପରଠୁ ଏହାର ଅଫିସିଆଲ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+