SBI Clerk Vacancy 2021 : 5327 ପଦବୀ ପାଇଁ ନିଯୁକ୍ତି, ମେ 17 ପର୍ଯ୍ୟନ୍ତ କରିପାରିବେ ଆବେଦନ
ଅପ୍ରେଲ 26 ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏସବିଆଇରେ ଥିବା 5327 ଖାଲି କ୍ଲର୍କ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ମେ 17 ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ sbi.co.in ପରିଦର୍ଶନ କରିବାକୁ ହେବ ।
ନୂଆଦିଲ୍ଲୀ : ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇରେ କ୍ଲର୍କ ପଦବୂ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଅପ୍ରେଲ 26 ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏସବିଆଇରେ ଥିବା 5327 ଖାଲି କ୍ଲର୍କ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ମେ 17 ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ କରିବାକୁ, ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ sbi.co.in ପରିଦର୍ଶନ କରିବାକୁ ହେବ ।

ଅନଲାଇନ୍ ଆବେଦନ ୱିଣ୍ଡୋ ଆରମ୍ଭ
ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ ଆବେଦନ ୱିଣ୍ଡୋ ଏପ୍ରିଲ 27 ରୁ ଆରମ୍ଭ ହୋଇଛି ଏବଂ ପ୍ରାର୍ଥୀମାନେ ମେ 17 ସୁଦ୍ଧା ଆବେଦନ କରିବାକୁ ସମୟ ପାଇବେ । ପ୍ରାର୍ଥୀମାନେ ମନେ ରଖିବା ଉଚିତ୍ ଯେ ଆପଣ କେବଳ ଗୋଟିଏ ରାଜ୍ୟ ପାଇଁ ଆବେଦନ କରିପାରିବେ, ତେଣୁ ଆବେଦନ କରିବା ପୂର୍ବରୁ ସ୍ଥିର କରନ୍ତୁ ଯେ ଆପଣ ଆବେଦନ କରୁଥିବା ରାଜ୍ୟର ସ୍ଥାନୀୟ ଭାଷା ପଢିବା, ଲେଖିବା ଏବଂ କହିବାରେ ସକ୍ଷମ ହେଉଥିବା ଆବଶ୍ୟକ ।
ଜୁଲାଇ 31 ରେ ପରୀକ୍ଷା
ଏହି ନିଯୁକ୍ତି ଅଧୀନରେ ତିନୋଟି ପରୀକ୍ଷା ହେବ । 26 ମଇ 2021 ରେ ପ୍ରି ଏକ୍ଜାମ୍ ଟ୍ରେନିଙ୍ଗ କଲ୍ ସେଣ୍ଟର ଅନୁଷ୍ଠିତ ହେବାକୁ ଥିବାବେଳେ ଜୁନ 2021 ରେ ପ୍ରିଲିମ୍ସ ପରୀକ୍ଷା ହେବ । ଏହା ବ୍ୟତୀତ ମୁଖ୍ୟ ପରୀକ୍ଷା 31 ଜୁଲାଇରେ ଅନୁଷ୍ଠିତ ହେବ । ମୁଖ୍ୟ ପରୀକ୍ଷାରେ ପ୍ରାର୍ଥୀଙ୍କୁ ରାଜ୍ୟର ସ୍ଥାନୀୟ ଭାଷା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ପ୍ରି ଏକ୍ଜାମ୍ ରେ ପ୍ରାର୍ଥୀ ଏକ ଘଣ୍ଚା ସମୟ ପାଇବେ, ଯେଉଁଥିରେ ଇଂରାଜୀ, ନ୍ୟୁମେରିକାଲ, ଏବଂ ଲଜିକାଲ ଆଦି ଆଧାରିତ 100 ଟି ପ୍ରଶ୍ନର ଉତ୍ତର ଦେବାକୁ ହେବ ।
ଆବେଦନକାରୀଙ୍କ ଯୋଗ୍ୟତା
ଆବେଦନକାରୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଏହାବ୍ୟତୀତ ତୃତୀୟ ବର୍ଷର ଛାତ୍ରମାନେ ମଧ୍ୟ ଆବେଦନ କରିପାରିବେ, କିନ୍ତୁ ସେମାନେ ମନେ ରଖିବାକୁ ହେବ ଯେ ସେମାନଙ୍କର ଫଳାଫଳ 16 ଅଗଷ୍ଟ 2021 ପୂର୍ବରୁ ଆସିବ । ଶିକ୍ଷାଗତ ଯୋଗ୍ୟତା ବାଦ୍ ପ୍ରାର୍ଥୀଙ୍କ ବୟସ 20 ଏପ୍ରିଲ 2021 ସୁଦ୍ଧା 20 ରୁ 28 ବର୍ଷ ମଧ୍ୟରେ ହେବା ଉଚିତ୍ ।












Click it and Unblock the Notifications