Get Updates
Get notified of breaking news, exclusive insights, and must-see stories!

RBI Assistant Exam Date: ବଦଳିଲା RBI ପରୀକ୍ଷା ତାରିଖ, ଏପରି କରନ୍ତୁ ଆଡମିଟ୍ କାର୍ଡ ଡାଉନଲୋଡ୍

RBI Assistant Exam Date: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ଆସିଷ୍ଟାଣ୍ଟ ପଦବୀ ପାଇଁ ପରୀକ୍ଷା ତାରିଖ ବଦଳାଇଛି । ବିଜ୍ଞପ୍ତି ଅନୁଯାୟୀ, ଆସିଷ୍ଟାଣ୍ଟ ପଦ ପାଇଁ ଅନଲାଇନ୍ ପ୍ରାଥମିକ ପରୀକ୍ଷା ନଭେମ୍ବର 18 ଏବଂ ନଭେମ୍ବର 19 ରେ କରାଯିବ । ଅନଲାଇନ୍ ମେନ୍ ପରୀକ୍ଷା ଡିସେମ୍ବର 31 ରେ କରାଯିବ ।

RBI Assistant 2023 exam date

ଏହା ପୂର୍ବରୁ ପ୍ରାଥମିକ ପରୀକ୍ଷା ଅକ୍ଟୋବର 21 ଏବଂ ଅକ୍ଟୋବର 23 ରେ ଅନୁଷ୍ଠିତ ହେବାର ଥିଲା । ସେହିପରି ମେନ୍ ପରୀକ୍ଷା ଡିସେମ୍ବର 2 ରେ ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଛି । ଆରବିଆଇ ଆସିଷ୍ଟାଣ୍ଟ ନିଯୁକ୍ତି 2023 ପାଇଁ ଆବେଦନ ୱିଣ୍ଡୋ ଅକ୍ଟୋବର 4 ରେ ଶେଷ ହୋଇଥିଲା । 450 ସହାୟକ ପଦ ପାଇଁ ଗତ ସେପ୍ଟେମ୍ବର ମାସ 13 ତାରିଖରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

କିପରି ରହିବ ପ୍ରଶ୍ନପତ୍ର-

ପ୍ରିଲିମିନାରୀ ପରୀକ୍ଷାରେ ମଲ୍ଟିପଲ ଚଏସର 100 ଟି ପ୍ରଶ୍ନ ଆସିବ । ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ପାଇଁ ପ୍ରାର୍ଥୀଙ୍କୁ 1 ମାର୍କ ମିଳିବ । ଏହି ପରୀକ୍ଷାରେ ଇଂରାଜୀ ଭାଷା, ରିଜୋନିଂ ଦକ୍ଷତା ବିଷୟରୁ ପ୍ରଶ୍ନ ଆସିବ । ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ 60 ମିନିଟ୍ ସମୟ ମିଳିବ ।

ଚୟନ ପ୍ରକ୍ରିୟା-

ପ୍ରାର୍ଥୀମାନେ ପ୍ରିଲିମିନାରୀ ପରୀକ୍ଷା ପାସ କରିବା ପରେ ମୁଖ୍ୟ ପରୀକ୍ଷା ଦେବେ । ସେଥିରେ ପାସ କରିବା ପରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ଏହି ପରୀକ୍ଷାରେ ସିଲେକ୍ଟ ହେବା ପରେ ନିଯୁକ୍ତି ମିଳିବ ।

ଦରମା- ପ୍ରତି ମାସରେ 47849 ଟଙ୍କା ବେତନ ମିଳିବ ।

ଏମିତି ଡାଉନଲୋଡ୍ କରନ୍ତୁ ଆଡମିଟ୍ କାର୍ଡ

  • Rbi.org.in ରେ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ ।
  • ମୁଖ୍ୟ ପେଜ୍ ରେ ସାମ୍ପ୍ରତିକ ଖାଲି(Current Vacancies) ଉପରେ କ୍ଲିକ୍ କରନ୍ତୁ ଏବଂ ତା'ପରେ କଲ୍ ଲେଟର୍ ଉପରେ କ୍ଲିକ୍ କରନ୍ତୁ ।
  • ଆପଣଙ୍କ ସ୍କ୍ରିନ୍ ରେ ଏକ ନୂତନ ପୃଷ୍ଠା ଆସିଯିବ ।
  • ଆପଣଙ୍କର ଲଗଇନ୍ ବିବରଣୀ ଦେଇ ସବମିଟ୍ କରନ୍ତୁ ।
  • ଏହା ପରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରନ୍ତୁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+