ପ୍ରକାଶ ପାଇଳା OTET 2022 ପରୀକ୍ଷା ଫଳାଫଳ, ଏମିତି କରନ୍ତୁ ରେଜଲ୍ଟ ଚେକ୍
ଭୁବନେଶ୍ୱର: ପ୍ରକାଶ ପାଇଲା OTET 2022 ପରୀକ୍ଷା ଫଳାଫଳ । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଓଡିଶା ଗୁରୁବାର ଦିନ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2022 ର ଫଳାଫଳ ପ୍ରକାଶ କରିଛି ।
ପ୍ରାର୍ଥୀ ମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶାର ୱେବସାଇଟ www.bseodisha.ac.inକୁ ଯାଇ ନିଜ ନିଜର ଫଳାଫଳ ଦେଖିପାରିବେ । ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ ନମ୍ବର ମୋବାଇଲ ନମ୍ବର ଦାଖଲ କରି ପରୀକ୍ଷା ଫଳାଫଳ ଦେଖି ପାରିବେ ।

ସେମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର ଏବଂ ମୋବାଇଲ୍ ନମ୍ବର ସହିତ ଲଗ୍ ଇନ୍ କରିବାକୁ ପଡିବ । ଅନ୍ତିମ ସ୍କୋରିଂ କୀ ମଧ୍ୟ ଅପଲୋଡ୍ ହୋଇଛି ଏବଂ ୱେବସାଇଟରେ ଉପଲବ୍ଧ ଅଛି ।
ଜାଣି ରଖନ୍ତୁ, ଥରେ OTET ରେ ସଫଳ ହେଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ପୂର୍ବରୁ OTETର ବୈଧତା 7 ବର୍ଷ ଥିବାବେଳେ ରାଜ୍ୟ ସରକାର ଏହାକୁ ହଟାଇ ଦେଇଛନ୍ତି । ଯେଉଁ ପ୍ରାର୍ଥୀ ଥରେ OTETରେ ସଫଳ ହେବେ ସେ ଶିକ୍ଷକତା ପାଇଁ ଆବେଦନ କରିବାକୁ ଯୋଗ୍ୟ ବିବେଚିତ ହେବେ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଶିକ୍ଷକତା ପାଇଁ OTETରେ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ OTET ପାସ୍ କରିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ଓଡ଼ିଶାର ସରକାରୀ, ବେସରକାରୀ କିମ୍ବା ସହାୟକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀର ଶିକ୍ଷକ ହେବାକୁ ଆଶା କରୁଥିବା ପ୍ରାର୍ଥୀଙ୍କ ଯୋଗ୍ୟତାକୁ ମୂଲ୍ୟାଙ୍କନ କରିବା ପାଇଁ OTET ପରୀକ୍ଷା କରାଯାଏ ।
ପେପର I ଏବଂ ପେପର-2 ନାମକ ଦୁଇଟି ପରୀକ୍ଷା ବର୍ଗ A ଏବଂ ବର୍ଗ B OTET ପରୀକ୍ଷା କରାଯାଏ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ବର୍ଗ A ଏବଂ ଷଷ୍ଠ ରୁ ସପ୍ତମ ଶ୍ରେଣୀ ପାଇଁ ବର୍ଗ B ପରୀକ୍ଷା ରହିଛି ।












Click it and Unblock the Notifications