ରାଜ୍ୟରେ ବଡ଼ ନିଯୁକ୍ତି ସୁଯୋଗ, 5396 ଜୁନିଅର ଆସିଷ୍ଟାଣ୍ଟ ଏବଂ PEO ପଦବୀ ପାଇଁ କରନ୍ତୁ ଆବେଦନ

ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପାଇଁ ମିଳିତ ନିଯୁକ୍ତି ପରୀକ୍ଷା- 2023 ପାଇଁ ଓଡିଶା ସବୋର୍ଡ ଷ୍ଟାଫ୍ ଚୟନ ଆୟୋଗ (OSSSC) ଶୁକ୍ରବାର ଦିନ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ କରିଛି ।

JOBS

ଭୁବନେଶ୍ୱର: ରାଜ୍ୟରେ ଆସିଛି ବଡ଼ ନିଯୁକ୍ତି ସୁଯୋଗ । ଜୁନିଅର ଆସିଷ୍ଟାଣ୍ଟ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପାଇଁ ମିଳିତ ନିଯୁକ୍ତି ପରୀକ୍ଷା- 2023 ପାଇଁ ଓଡିଶା ସବୋର୍ଡ ଷ୍ଟାଫ୍ ଚୟନ ଆୟୋଗ (OSSSC) ଶୁକ୍ରବାର ଦିନ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ କରିଛି । +2 ଏବଂ +3 ପାସ୍ କରିଥିବା ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ । ଜିଲ୍ଲା କ୍ୟାଡର ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।
ବିଜ୍ଞାପନ ଅନୁଯାୟୀ, ମିଳିତ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ମୋଟ 5369 ପଦବୀ ପୂରଣ ହେବ । ଏଥିରେ 3099 ଜୁନିଅ ଆସିଷ୍ଟାଣ୍ଟ ପଦବୀ ଥିବା ବେଳେ 2297 PEO ପଦବୀ ପାଇଁ ହେବ ନିଯୁକ୍ତି ।

କିପରି କରିବେ ଆବେଦନ

ଆବେଦନ ଫେବୃଆରୀ 24ରୁ ଆରମ୍ଭ ହୋଇଯାଇଛି । ଅନଲାଇନ୍ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ରହିଛି 23 ମାର୍ଚ୍ଚ 2023 । www.osssc.gov.in ସାଇଟ୍ ମାଧ୍ୟମରେ ଆପଣ ଅନଲାଇନ୍ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା

ଜୁନିଅର ଆସିଷ୍ଟାଣ୍ଟ ପଦବାର ଆବେଦନ ପାଇଁ ପ୍ରାର୍ଥୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ତିନି (+3) ରହିଛି । ସେହିପରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ନିଶ୍ଚିତ ଭାବରେ ଯୁକ୍ତ (+2) ର ଶିକ୍ଷାଗତ ଯୋଗ୍ୟତା ରଖିଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ବୟସ ସାମୀ 21 ରୁ 38 ବର୍ଷ ମଧ୍ୟରେ ହେବା ଆବଶ୍ୟକ । ଅର୍ଥାତ୍ 1 ଜାନୁୟାରୀ 2023 ସୁଦ୍ଧା ପ୍ରାର୍ଥୀ 38 ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ ।

ଦରମା:

ଜୁନିଅର ଆସିଷ୍ଟାଣ୍ଟ ପାଇଁ ପେ ସ୍କେଲ 19900 - 63200, ପେ ମ୍ୟାଟ୍ରିକ୍ସ ସ୍ତର - 4, ସେଲ୍ -1 ରହିଛି ।
ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପେ ସ୍କେଲ 21700 ରୁ 69100, ପେ ମ୍ୟାଟ୍ରିକ୍ସ ସ୍ତର -5, ସେଲ -1 ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+