OSSC ର ଏହି ନିଯୁକ୍ତି ପାଇଁ ବଢିଲା ଆବେଦନ ତାରିଖ, ଯୁକ୍ତ ତିନି ପାସ୍ କରିଥିଲେ ସରକାରୀ ଚାକିରୀ ସୁଯୋଗ
OSSC Recruitment: ଆପଣ ଯୁକ୍ତ ତିନି ପାସ୍ କରିଛନ୍ତି ? ସରକାରୀ ଚାକିରୀ କରିବାର ଆଶା ରହିଛି ? ତେବେ ଆପଣ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜାରି ହୋଇଥିବା ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପଦ ପାଇଁ ଆବେଦନ କରିପାରିବେ ।
ଆବେଦନ ତାରିଖ
ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କୁ ଅନଲାଇନ ମାଧ୍ୟମରେ ଫର୍ମ ଭରିବାକୁ ହେବ । ଆବେଦନ ବର୍ତ୍ତମାନ ଜାରି ରହିଛି । ଫେବୃଆରୀ 18 ତାରିଖରେ ଅନଲାଇନ୍ ଫର୍ମ ଦାଖଲର ଶେଷ ତାରିଖ ଥିବାବେଳେ ଏଥିରେ ବୃଦ୍ଧି କରାଯାଇଛି ।

ନୂଆ ବିଜ୍ଞପ୍ତି ମୁତାବକ, ଏବେ ପ୍ରାର୍ଥୀମାନେ ଜାନୁଆରୀ 22 ରୁ ଅନଲାଇନ ରେଜିଷ୍ଟ୍ରେସନ ଓ ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ କରିବେ । ଅନଲାଇନ୍ ରେଜିଷ୍ଟ୍ରସନ ପାଇଁ ଅନ୍ତିମ ତାରିଖ ଫେବୃଆରୀ 22 ରହିଛି । ସେହିପରି ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ପାଇଁ ଅନ୍ତିମ ତାରିଖ ଫେବୃଆରୀ 24 ରହିଥିବା ବେଳେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ ପାଇଁ ଅନ୍ତିମ ତାରିଖ ଫେବୃଆରୀ 26 ରହିଛି ।
ପଦବୀ ସଂଖ୍ୟା - 31
ଜୁନିଅର ଏନଫୋର୍ସମେଣ୍ଟ ଅଫିସର-30 ଟି ପଦବୀ
ଜୁନିଅର ଆକାଉଣ୍ଟାଣ୍ଟ- 1
ଶିକ୍ଷାଗତ ଯୋଗ୍ୟତା
ଜୁନିଅର ଏନଫୋର୍ସମେଣ୍ଟ ଅଫିସର
ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ଯେକୌଣସି ଷ୍ଟ୍ରିମ୍ରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଜରୁରୀ। ଏହାବାଦ ବ୍ୟାଚଲର ଡିଗ୍ରୀଧାରୀ ଅବସରପ୍ରାପ୍ତ ମିଲିଟାରୀ ଅଫିସର ବି ଏହି ପଦ ନିମନ୍ତେ ଆବେଦନ କରି ପାରିବେ। ଏଥିନିମନ୍ତେ ତାଙ୍କର କମ୍ପ୍ୟୁଟର ଜ୍ଞାନ ଥିବା ଆବଶ୍ୟକ ।
ଜୁନିଅର ଆକାଉଣ୍ଟାଣ୍ଟ
ଏହି ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ କଳା କିମ୍ବା ବିଜ୍ଞାନ କିମ୍ବା ବାଣିଜ୍ୟରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଜରୁରୀ।
ବୟସ
ଆବେଦନକାରୀଙ୍କ ସର୍ବାଧିକ ବୟସ 38 ବର୍ଷରୁ ଊର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ ।
ଏମିତି କରନ୍ତୁ ଆବେଦନ
- ଆଶାୟୀ ପ୍ରାର୍ଥୀମାନେ www.ossc.gov.in ଯାଆନ୍ତୁ ।
- "Apply" ବଟମ୍ ଉପରେ କ୍ଲିକ କରନ୍ତୁ ।
- ନିଜ ନାମ ରେଜିଷ୍ଟ୍ରି କରିବା ସହ ଆବେଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରନ୍ତୁ।
- ଏବେ ସେଥିରେ ନିଜର ସମସ୍ତ ସାର୍ଟିଫିକେଟ ଅପଲୋଡ କରନ୍ତୁ ।
- ସମସ୍ତ ତଥ୍ୟ ଦାଖଲ କରିବା ପରେ ଆବେଦନ ଫର୍ମକୁ ସବ୍ମିଟ୍ କରନ୍ତୁ ।
- ସବ୍ମିଟ୍ ହେବା ପରେ ଆପଣ ତାହାର ଏକ ହାର୍ଡ କପି ବାହାର କରି ନିଜ ପାଖରେ ରଖନ୍ତୁ ।












Click it and Unblock the Notifications