ପ୍ରକାଶ ପାଇଲା ଓପିଏସସି ପ୍ରିଲିମ୍ ପରୀକ୍ଷା ଫଳ, 8220 ଜଣ କୃତକାର୍ଯ୍ୟ
କଟକ: ପ୍ରକାଶ ପାଇଲା ଓପିଏସସି ପ୍ରିଲିମ୍ ପରୀକ୍ଷା ଫଳ । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍)-2022 ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ 8220 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରେ 2730 ଜଣ ମହିଳା ରହିଛନ୍ତି ।

ଏହା ପରେ 2024 ଫେବୃଆରୀରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଥାଉକି, 2023 ଅକ୍ଟୋବର 15 ରେ ଓସିଏ ପ୍ରାଥମିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । 10 ହଜାରରୁ ଊର୍ଦ୍ଧ୍ବ ଆବେଦନକାରୀ ପରୀକ୍ଷା ଦେଇଥିଲେ । ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ଅନୁଷ୍ଠିତ ହେବ । ପରୀକ୍ଷା ସଂକ୍ରାନ୍ତରେ ଓପିଏସସି ୱେବସାଇଟରେ ସବିଶେଷ ତଥ୍ୟ ରହିଥିବା ଆୟୋଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।












Click it and Unblock the Notifications