OPSC ଆଶାୟୀଙ୍କ ପାଇଁ ଖୁସି ଖବର, 399 ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
JOB: OPSC ଆଶାୟୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ସିଭିଲ୍ ସର୍ଭିସ୍ (ଗ୍ରୁପ୍-ଏ ଓ ଗ୍ରୁପ୍-ବି)ର ବିଭିନ୍ନ ବର୍ଗରରେ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ 399 ପଦବୀ ପାଇଁ ନିଯୁକ୍ତି ହେବ ।
ଯୋଗ୍ୟ ପ୍ରାର୍ଥୀମାନେ 17 ଜାନୁଆରୀ 2024 ରୁ 16 ଫେବୃଆରୀ 2024 ପର୍ଯ୍ୟନ୍ତ ଓପିଏସସି ୱେବସାଇଟ୍ (www.opsc.gov.in) ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

ଓଡ଼ିଶା ପ୍ରଶାସନିକ ସେବା, ଓଡ଼ିଶା ଅର୍ଥ ସେବା, ଓଡ଼ିଶା ପୁଲିସ ସେବା, ଓଡ଼ିଶା ସମବାୟ ସେବା, ଓଡ଼ିଶା ଶ୍ରମ ସେବା, ଓଡ଼ିଶା ରାଜସ୍ୱ ସେବା, ଓଡ଼ିଶା ଟିକସ ଓ ଆକାଉଣ୍ଟସ୍ ସେବା, ଓଡ଼ିଶା ନିଯୁକ୍ତି ସେବା, ଓଡ଼ିଶା ସମବାୟ ଅଡିଟ୍ ସେବା ଏବଂ ଓଡ଼ିଶା ପର୍ଯ୍ୟଟନ ସେବାରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ହେବ ।
ମୋଟ 399 ପଦବୀ ମଧ୍ୟରୁ ମହିଳା ପ୍ରାର୍ଥୀଙ୍କ ପାଇଁ 131, SEBC ପ୍ରାର୍ଥୀଙ୍କ ପାଇଁ 38, SC ପ୍ରାର୍ଥୀଙ୍କ ପାଇଁ 60 ଏବଂ ST ପ୍ରାର୍ଥୀଙ୍କ ପାଇଁ 72 ଟି ପଦବୀ ସଂରକ୍ଷିତ ରହିଛି ।
ତିନୋଟି ପର୍ଯ୍ୟାୟରେ ଏହି ନିଯୁକ୍ତି ପ୍ରକ୍ରିୟା ହେବ । ପ୍ରିଲିମନାରୀ ପରୀକ୍ଷା, ମେନ୍ (ରିଟିନ) ପରୀକ୍ଷା ଏବଂ ସାକ୍ଷାତକାର/ ବ୍ୟକ୍ତିତ୍ୱ (ଭାଇବା) ପରୀକ୍ଷା କରାଯାଇ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ।
ପ୍ରିଲିମିନାରୀ ପରୀକ୍ଷା ଏକ ବହୁଚୟନ ଫର୍ମାଟରେ ଅନୁଷ୍ଠିତ ହେବ । ଯେଉଁଥିରେ ସାଧାରଣ ଜ୍ଞାନ, ସିଏସଏଟି ଏବଂ ମାନସିକ ଦକ୍ଷତା ଏବଂ ଯୁକ୍ତି ଅନ୍ତର୍ଭୁକ୍ତ ହେବ । ମୁଖ୍ୟ ପରୀକ୍ଷାରେ ନିଯୁକ୍ତି ପାଇଥିବା ପଦବୀ ସହ ଜଡ଼ିତ ବିଭିନ୍ନ ବିଷୟରେ ଲିଖିତ ପ୍ରଶ୍ନପତ୍ର ରହିବ । ଇଣ୍ଟରଭ୍ୟୁ/ପର୍ସନାଲିଟି ଟେଷ୍ଟ ଚୟନ ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ହେବ ।












Click it and Unblock the Notifications