ଦଶମ ପାସ୍ କରିଛନ୍ତି କି ? ଓଡ଼ିଶା ପୋଲିସ୍ ରେ ଅଛି ବଡ଼ ନିଯୁକ୍ତି
Odisha Police JOB: ଓଡ଼ିଶା ପୋଲିସ୍ ରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ଏଥିଲାଗି ଅଛି ସୁବର୍ଣ୍ଣ ସୁଯୋଗ । ଏଥିଲାଗି ଆପଣଙ୍କୁ ଦଶମ ପାସ୍ କରିଥିବା ଆବଶ୍ୟକ । ଓଡ଼ିଶା ପୋଲିସରେ ନିଯୁକ୍ତି ପାଇଁ ଓଡ଼ିଶା ପୋଲିସ୍ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ 3000 ଅଧିକ ପଦବୀ ପୂରଣ ହେବ ।

ପ୍ରାର୍ଥୀମାନେ SI, କନଷ୍ଟେବଲ୍ ବାଟାଲିଅନ୍, ସିପାହୀ, SI ସଶସ୍ତ୍ର, ଡ୍ରାଇଭର MT, ଜୁନିଅର କ୍ଲର୍କ, କନଷ୍ଟେବଲ୍ ଯୋଗାଯୋଗ ଆଦି ପାଇଁ ଆବେଦନ କରିପାରିବେ । ପ୍ରାର୍ଥୀମାନେ OPDର ଅଫିସିଆଲ୍ ୱେବ୍ସାଇଟ୍ https://odishapolice.gov.in/କୁ ଯାଇ ଦେଖିପାରିବେ । ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେଉଥିବା ବେଳେ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ । ପ୍ରାର୍ଥୀ କେନ୍ଦ୍ର ସରକାର ଅଧିନରେ ଏହି ଚାକିରି କରିବେ । ଦଶମ ପାଶ୍ ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ ।
କେଉଁ ପଦବୀରେ କେତେ ନିଯୁକ୍ତି-
ପୋଲିସ୍ SI - 704 ଟି ପୋଷ୍ଟ୍
ସଶସ୍ତ୍ର SI - 95 ପୋଷ୍ଟ୍
ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ - 1513 ପୋଷ୍ଟ୍
ଡ୍ରାଇଭର MT - 405 ପୋଷ୍ଟ୍
ଜୁନିଅର କ୍ଲର୍କ- 177 ଟି ପୋଷ୍ଟ୍
କନଷ୍ଟେବଲ୍ ଯୋଗାଯୋଗ - 300 ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା-
ପୋଲିସର SI / ସଶସ୍ତ୍ର SI ପଦବୀ ପାଇଁ ପ୍ରାର୍ଥୀ ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ । ସେହିପରି ସିପାହୀ / କନଷ୍ଟେବଲ୍ ବାଟାଲିଅନ୍ ପାଇଁ ଦଶମ ପାଶ୍ ଶିକ୍ଷାଗତ ଯୋଗ୍ୟତା ରହିଛି । ଡ୍ରାଇଭର MT - ଦଶମ ପାଶ ସହିତ ଡ୍ରାଇଭିଂ ଲାଇସେନ୍ସର ଆବଶ୍ୟକତା ରହିଛି । ଜୁନିଅର କ୍ଲର୍କ ପାଇଁ ଯେକୌସି ବିଷୟରେ ସ୍ନାତକ କରିଥିବା ଆବଶ୍ୟକ । କନଷ୍ଟେବଲ୍ କମ୍ୟୁନିକେସନ ( ଯୋଗାଯୋଗ ) - ପଦାର୍ଥ ବିଜ୍ଞାନ / ରସାୟନ ବିଜ୍ଞାନ ଏବଂ ଗଣିତ ସହିତ +2 ପାସ୍ କରିଥିବା ଆବ୍ୟକ ।
ବୟସ ସୀମା-
ଆବେଦନ ଲାଗି ସର୍ବନିମ୍ନ ବୟସ 18 ବର୍ଷ ରହିଥିବା ବେଳେ 38 ବର୍ଷରୁ ଅଧିର ବୟସର ବ୍ୟକ୍ତି ଏଥିଲାଗି ଆବେଦନ କରିପାରିବେ ନାହିଁ । ତେବେ OBC ପାଇଁ 3 ବର୍ଷ, ST / SC / PWD/ESM ପାଇଁ 5 ବର୍ଷ ଏବଂ PWD + SC / ST- 15 ବର୍ଷ ବୟସ କୋହଳ ରହିଛି ।
କିପରି ହେବ ଚୟନ -
ଆବେଦନ କରିଥିବା ପ୍ରାର୍ଥୀ ଲିଖିତ ପରୀକ୍ଷା, ଶାରିରୀକ ପରୀକ୍ଷା(PMT / PET) ଏବଂ ଡକ୍ୟୁମେଣ୍ଟ୍ ଯାଞ୍ଚ ପ୍ରକ୍ରିୟାରେ ପାସ୍ କରିବାକୁ ହେବ ।












Click it and Unblock the Notifications