ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷା ଫଳ, ପ୍ରଥମ 8 ଜଣ ଝିଅ
ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍ ପରୀକ୍ଷା । ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍(ଓଜେଏସ୍) ପରୀକ୍ଷାରେ ମୋଟ 55 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି 39 ଜଣ ଝିଅ । ପ୍ରଥମ 10 ଟି ସ୍ଥାନରେ ଅଛନ୍ତି 8 ଜଣ ଝିଅ । ସୁଶ୍ରୀତା ମିଶ୍ର ଏହି ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ।

ଏହୁ ପରୀକ୍ଷାରେ ସୁଶ୍ରୀତା ମିଶ୍ର ଟପ୍ପର ହୋଇଛନ୍ତି । ସେହିପରି ନୀଲିଶା ପଟ୍ଟନାୟକ ଦ୍ୱିତୀୟ, ଅନନ୍ୟା ମିଶ୍ର ତୃତୀୟ, ରାଣୀରଂଜିତା ପଟ୍ଟନାୟକ ଚତୁର୍ଥ ସ୍ଥାନରେ ରହିଛନ୍ତି । ଏହାପରେ ପଞ୍ଚମ ସ୍ଥାନରେ ଅଛନ୍ତି ଲୋପାମୁଦ୍ରା ଆଚାର୍ଯ୍ୟ । ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମ ସ୍ଥାନରେ ପ୍ରଜ୍ଞା ସୁମନ ମହାପାତ୍ର , ଅଷ୍ଟମ ସ୍ଥାନରେ ରହିଛନ୍ତି ଏସ୍.ଆର.ତୋଷାଳି । ସେହିପରି ସତ୍ୟଜିତ ପାଣି ଓ ଲଳିତେନ୍ଦୁ ଦେବତା ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ରହିଛନ୍ତି ।












Click it and Unblock the Notifications