ଏହି ତାରିଖରେ ହେବ ପୋଲିସ୍ ସବ୍-ଇନ୍ସପେକ୍ଟର ପରୀକ୍ଷା, ଜାରି ହେଲା ଆଡ଼ମିଟ୍ କାର୍ଡ
ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ସବ୍-ଇନ୍ସପେକ୍ଟର ପାଇଁ ହେବ ପରୀକ୍ଷା । ଆସନ୍ତା 26 ତାରିଖ ରବିବାର ଦିନ ଓଡିଶାର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ ଓଡ଼ିଶା ପୋଲିସ୍ ସବ୍ ଇନ୍ସପେକ୍ଟର ପରୀକ୍ଷା-2021 । ପରୀକ୍ଷା ନିମନ୍ତେ ଆଡମିଟ୍ କାର୍ଡ ଜାରି ହୋଇଛି ।

ଓଡ଼ିଶା ପୋଲିସ ୱେବସାଇଟ http://odishapolice.gov.in ରେ ରେ ଆଡମିଟ୍ କାର୍ଡ ଉପଲବ୍ଧ ଅଛି । ପ୍ରାର୍ଥୀମାନେ ସେମାନଙ୍କ ପ୍ରବେଶ ପତ୍ର ଏଥିରୁ ଡାଉନ୍ଲୋଡ୍ କରିପାରିବେ ।
ପରୀକ୍ଷା ନିମନ୍ତେ ପୂର୍ବରୁ ଆବେଦନ କରିଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କର ପ୍ରବେଶ ପତ୍ର ଡାଉନଲୋଡ କରିବା ସମ୍ବଦ୍ଧୀୟ ସୂଚନା ଏସଏମଏସ ମାଧ୍ୟମରେ ପଞ୍ଜିକୃତ ମୋବାଇଲ ନମ୍ବର ଓ ଇ-ମେଲ୍ ମାଧ୍ୟମରେ ଜଣାଇ ଦିଆଯାଇଛି ।
ପ୍ରାର୍ଥୀମାନେ ଉପରୋକ୍ତ ଓ୍ବେବସାଇଟକୁ ଯାଇ କ୍ୟାଣ୍ଡିଡେଟ ଲଗଇନ କୁ କ୍ଲିକ୍ କରି ନିଜ ନିଜର ପ୍ରବେଶ ପତ୍ର ଡାଉନଲୋଡ କରିପାରିବେ । ଡାଉନଲୋଡ କରିବା ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେଥିରେ ଉଲ୍ଲେଖ ଥିବା ହେଲପଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ ।












Click it and Unblock the Notifications