ଚାକିରୀ ହାରଇବେ 10 ହଜାର ଲୋକ, ଛଟେଇ ପାଇଁ ଯୋଜନା କରୁଛି ମେଟା
Meta Layoffs: ପୁଣି ଛଟେଇ କରିବ ମେଟା । ଚାକିରୀ ହରାଇବେ ମେଟାର 10 ହଜାର କର୍ମଚାରୀ । ଏ ନେଇ ଯୋଜନା କରୁଛି ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା ।

ସୂଚନା ଅନୁଯାୟୀ, ଫେସବୁକ୍, ହ୍ୱାଟସ୍ ଆପ୍ ଏବଂ ଇନଷ୍ଟାଗ୍ରାମର 10,000 କର୍ମଚାରୀଙ୍କୁ ଛଟେଇ କରିବାକୁ କମ୍ପାନୀ ପ୍ରସ୍ତୁତ ହେଉଛି । ଖର୍ଚ୍ଚ କାଟ୍ କରିବା ପାଇଁ କମ୍ପାନୀ ଏତେ ବଡ ନିଷ୍ପତ୍ତି ନେଇଛି । ଏଥିରେ ଅତି କମରେ 4,000 ଉଚ୍ଚ ପ୍ରତିଭାବାନ କର୍ମଚାରୀ ମଧ୍ୟ ଛଟେଇ ହେବେ ।
ଗତ ନଭେମ୍ବରରେ, ମେଟା ଏହାର ପ୍ରାୟ 13 ପ୍ରତିଶତ କର୍ମଜୀବୀ ତଥା ପ୍ରାୟ 11,000 ଛଟେଇ କରିସାରିଛି । ପ୍ରଥମ ତ୍ରୟମାସିକରେ କମ୍ପାନୀ ଏହାର ନିଯୁକ୍ତିରେ ରୋକ ଲଗାଇଥିଲା । ଜୁକରବର୍ଗ କହିଛନ୍ତି ଯେ ବ୍ୟବସାୟୀ ତଥା ପ୍ରଶାସନିକ କର୍ମଚାରୀଙ୍କ ସହ ଟେକ୍ନୋଲୋଜିଷ୍ଟ ଏବଂ ଇଞ୍ଜିନିୟରଙ୍କ ଅନୁପାତକୁ ପୁନର୍ବାର ସନ୍ତୁଳିତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି ।












Click it and Unblock the Notifications