ପୁଣି ଛଟେଇ କରିବ ଫେସବୁକ, ଆସନ୍ତା ସପ୍ତାହରେ ବରଖାସ୍ତ ହୋଇପାରନ୍ତି କର୍ମଚାରୀ
ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି ।

ନୂଆଦିଲ୍ଲୀ : ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀ ଅଧିକ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି । ଆସନ୍ତା ସପ୍ତାହରେ ଏହି ଛଟେଇ ହୋଇପାରେ । ଏହାପୂର୍ବରୁ ମେଟା 12000 କର୍ମଚାରୀଙ୍କୁ ବରଖାସ୍ତ କରିଛି । କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ସବ୍ପର ରେଟିଂ ଦେଇଥିଲା, ଯାହା ପରେ ଆଗାମୀ ମାସରେ କମ୍ପାନୀ ଅଧିକ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ସୂଚନା ମିଳିଥିଲା ।
ବ୍ଲୁମବର୍ଗଙ୍କ ରିପୋର୍ଟ ଅନୁଯାୟୀ ମେଟା ର ଦ୍ୱିତୀୟ ପର୍ଯ୍ୟାୟ ଛଟେଇ ଆରମ୍ଭ ହେବାକୁ ଯାଉଛି । ମେଟା ବିଜ୍ଞାପନରୁ ଏହାର ଅଧିକାଂଶ ରାଜସ୍ୱ ଅର୍ଜନ କରେ, କିନ୍ତୁ ବର୍ତ୍ତମାନ କମ୍ପାନୀ ମେଟାଭର୍ସ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁଛି । କମ୍ପାନୀ ଏଥିପାଇଁ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛି, ଯେଉଁ କାରଣରୁ କମ୍ପାନୀ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀର କିଛି ବ୍ୟକ୍ତିମାନେ କହିଛନ୍ତି ଯେ ଆର୍ଥିକ ଲକ୍ଷ୍ୟ ପୂରଣ ପାଇଁ ଏହି ଛଟେଇ କରାଯିବ । ବରଖାସ୍ତ ହେବାକୁ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁପ ନିର୍ଦ୍ଦେଶକ ଏବଂ ଉପାଧ୍ୟକ୍ଷଙ୍କୁ କୁହାଯାଇଛି । ଏ ବାବଦରେ କମ୍ପାନୀ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କହିନାହିଁ ।












Click it and Unblock the Notifications