ପୂରଣ ହେବ 20 ହଜାର ପ୍ରାଥମିକ ଶିକ୍ଷକ ପଦବୀ, 13 ରୁ ଆରମ୍ଭ ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର: ପ୍ରାଥମିକ ସ୍କୁଲ ଶିକ୍ଷକ ପଦବୀ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ନିଯୁକ୍ତ ହେବେ 20 ହଜାର ପ୍ରାଥମିକ ଶିକ୍ଷକ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା 13 ତାରିଖରୁ ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ରହିଛି ଅକ୍ଟୋବର 10 ତାରିଖ । ଓସେପା ୱେବସାଇଟ୍ https://osepa.odisha.gov.in ରେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ରାଜ୍ୟରେ 20 ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ଅଗଷ୍ଟ 22 ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିବାବେଳେ ଶିକ୍ଷକମାନେ ଏଣିକି ଯୋଜନା ଭିତ୍ତିକ (ସ୍କିମାଟିକ୍) ଅଧାରରେ ନିଯୁକ୍ତି ପାଇବେ । ରାଜ୍ୟ ଗଣଶିକ୍ଷା ବିଭାଗ ଅଧୀନରେ ଏହି ନିଯୁକ୍ତି ପ୍ରଦାନ କରାଯିବ । ନିଯୁକ୍ତି ସମ୍ପର୍କରେ ଆବେଦନକାରୀ ଅନ୍ୟ କୌଣସି ୱେବ ସାଇଟକୁ ଫଲୋ ନ କରି କେବଳ ଓସେପା ୱେବ ସାଇଟରୁ ତଥ୍ୟ ନେବାକୁ ଗଣଶିକ୍ଷା ସଚିବ ପରାମର୍ଶ ଦିଆଯାଇଛି ।
ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ରେ କରାଯିବ । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଲିଖିତ ପରୀକ୍ଷା କରାଯାଇ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ । ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲା ଅନୁସାରେ ଜିଲ୍ଲା ପରିଷଦ ପକ୍ଷରୁ ସମସ୍ତ ପ୍ରାଥମିକ କନିଷ୍ଠ ଶିକ୍ଷକ (ସିମାଟିକ୍)ଙ୍କୁ ନିଯୁକ୍ତି ଦିଆଯିବ । ଓସେପାରେ ୱେବସାଇଟ୍ରେ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ପଦବୀ, ଲିଖିତ ପରୀକ୍ଷାର ସିଲାବସ୍, କେଉଁ କେଉଁ ତଥ୍ୟ ଅପଲୋଡ୍ କରାଯିବ ଆଦି ସବିଶେଷ ବିବରଣୀ ଉପଲବ୍ଧ ରହିଛି ।
ଓସେପାର ୱେବସାଇଟ୍ (https://osepa.odisha.gov.in) ରେ ଆଶାୟୀମାନେ ଆବେଦନ କରିବେ । ଏହା ବ୍ୟତୀତ ଅନ୍ୟକୌଣସି ମାଧ୍ୟମରେ ଆବେଦନକୁ ସ୍ୱୀକାର କରାଯିବ ନାହିଁ । ଆଶାୟୀମାନେ ଉପଯୁକ୍ତ ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଦେଇ ନିଜ ନାମ ପଞ୍ଜୀକରଣ କରିବେ । ଏହା ପରେ ଆବଶ୍ୟକ ତଥ୍ୟ ଅପଲୋଡ୍ କରି ଆବେଦନ କରିବେ । ଅନ୍ଲାଇନ୍ରେ ଆବେଦନ କରିବା ସମୟରେ ଯଦି କୌଣସି ସମସ୍ୟା ଦେଖାଯାଏ, ତେବେ ଆଶାୟୀମାନେ ହେଲ୍ପଡେସ୍କ୍ର 7353927779 ନମ୍ବରରେ ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ 10 ଟାରୁ ଅପରାହ୍ନ 5ଟା ମଧ୍ୟରେ ଯୋଗାଯୋଗ କରିପାରିବେ ।












Click it and Unblock the Notifications