Get Updates
Get notified of breaking news, exclusive insights, and must-see stories!

ବଡ଼ ଖବର: ଚାକିରି ଆଶାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର, ଏହି ସବୁ ଚାକିରୀ ପାଇଁ ବଦଳିଲା ଶିକ୍ଷାଗତ ଯୋଗ୍ୟତା

Jobs: ରାଜ୍ୟ ସରକାରଙ୍କ ଚାକିରୀ ପାଇଁ ଆବେଦନ କରୁଛନ୍ତି କି ? ତେବେ ଏହି ଖବରଟି ସମ୍ପୂର୍ଣ୍ଣ ପଢନ୍ତୁ । ଏହା ଆପଣଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରେ । ବିଭିନ୍ନ ପଦବୀ ପାଇଁ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତାରେ ହୋଇଛି ପରିବର୍ତ୍ତନ । ତେବେ ଆପଣ ଯଦି ଏହି ସବୁ ଚାକିରୀ ପାଇଁ ଆବେଦନ କରୁଛନ୍ତି, ତେବେ ଖବରଟିକୁ ପୂରା ପଢନ୍ତୁ ।

jobs

ଲାବୋରେଟୋରୀ ଟେକ୍ନିସିଆନ ଓ ରେଡିଓଗ୍ରାଫର ନିଯୁକ୍ତିକୁ ନେଇ ରାଜ୍ୟ ସରକାର ଆଣିଛନ୍ତି ନୂଆ ନିୟମ । ଦୁଇ ପଦବୀର ନିଯୁକ୍ତି ନିୟମରେ ପରବର୍ତ୍ତନ କରାଯାଇଛି । ଏହାର ଆଶାୟୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଆଦେଶନାମା ଜାରି କରାଯାଇଛି ।

ଲାବୋରେଟୋରୀ ଟେକ୍ନିସିଆନ ସର୍ଭିସେସ (ମେଥଡସ ଅଫ୍ ରିକ୍ୟୁଟମେଣ୍ଟ ଆଣ୍ଡ କଣ୍ଡିସନ ଅଫ୍ ସର୍ଭିସ) ରୁଲ୍ସ 2019 ସହିତ ଆମେଣ୍ଟମେଣ୍ଟ ରୁଲ୍ସ 2021 ଅନୁଯାୟୀ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି । ସେହିପରି ଓଡ଼ିଶା ରେଡିଓଗ୍ରାଫର ସର୍ଭିସେସ (ମେଥଡସ ଅଫ୍ ରିକ୍ୟୁଟମେଣ୍ଟ ଆଣ୍ଡ କଣ୍ଡିସନ ଅଫ୍ ସର୍ଭିସ) ରୁଲ୍ସ 2019 ସହିତ ଆମେଣ୍ଡମେଣ୍ଟ ରୁଲ୍ସ 2020 ଅନୁଯାୟୀ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି ।

ଲାବୋରେଟୋରୀ ଟେକ୍ନିସିଆନ ସର୍ଭିସେସ ପାଇଁ ଶିକ୍ଷାଗତ ଯୋଗ୍ୟତା
ଲାବୋରେଟୋରୀ ଟେକ୍ନିସିଆନ ସର୍ଭିସେସ ପାଇଁ ଆଶାୟୀ ପ୍ରାର୍ଥୀ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଅଧିନରେ ଯୁକ୍ତ ଦୁଇରେ ବିଜ୍ଞାନରେ ପାସ କରିଥିବା ଆବଶ୍ୟକ । ଏଥିସହିତ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ମେଡିକାଲ ଲାବୋରେଟୋରୀ ଟେକ୍ନିସିଆନରେ ଡିପ୍ଲୋମା ପାସ କରିଥିବେ । ଉଭୟ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗ୍ରହଣଯୋଗ୍ୟ ହେବ । ସେହିପରି ପ୍ରାର୍ଥୀ ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିରେ ବ୍ୟାଚେଲର (ବିଏମଏଲଟି) ଓ ମାଷ୍ଟର (ଏମଏମଏଲଟି) ଡିଗ୍ରୀ କରିଥିବେ ତାହାକୁ ମଧ୍ୟ ଗ୍ରହଣ କରାଯିବ ।

ରେଡିଓଗ୍ରାଫର ପାଇଁ ଶିକ୍ଷାଗତ ଯୋଗ୍ୟତା

ରେଡିଓଗ୍ରାଫର ପାଇଁ ଆଶାୟୀ ପ୍ରାର୍ଥୀ ସିଏଚଏସଇ ଅଧିନରେ ଯୁକ୍ତଦୁଇ ବିଜ୍ଞାନ ପାସ କରିବା ସହିତ ବ୍ୟାଚେଲର ଇନ ରେଡିଏସନ ଟେକ୍ନୋଲୋଜି (ବିଏମଆରଟି), ମାଷ୍ଟର ଇନ୍ ମେଡିକାଲ ରେଡିଏସନ ଟେକ୍ନୋଲୋଜି (ଏମଏମଆରଟି)ରେ ଡିଗ୍ରୀ ହାସଲ କରିଥିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+