JOB Vacancy : ଦଶମ ପାସ୍ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ, CRPF ରେ 1 ଲକ୍ଷ 29 ହଜାର ପଦବୀ ପାଇଁ କରନ୍ତୁ ଆବେଦନ
CRPF Vacancy : ଦଶମ ପାସ୍ ପିଲାଙ୍କ ପାଇଁ ବଡ଼ ନିଯୁକ୍ତି ସୁଯୋଗ । ସାରା ଦେଶରେ ବାହାରିଛି 1 ଲକ୍ଷ 29 ହଜାର ପଦବୀ । ଅନଲାଇନ୍ ଯୋଗେ ଆବେଦନ କରିପାରିବେ ଆଶାୟୀ ପ୍ରାର୍ଥୀ ।
ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସରେ କନଷ୍ଟେବଳ ନିଯୁକ୍ତି ପାଇଁ ବାହାରିଛି 129929 ପଦବୀ । ଏହି ନିଯୁକ୍ତି ପାଇଁ CRPF କନଷ୍ଟେବଲ୍ ଭ୍ୟାକାନ୍ସି 2023 ଗେଜେଟ୍ ଜାରି କରାଯାଇଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଛି ଏହି ଗେଜେଟ୍ ।

ପଦବୀ ଓ ଶିକ୍ଷାଗତ ଯୋଗ୍ୟତା
ମୋଟ 1 ଲକ୍ଷ 29 ହଜାର 929 ପଦବୀରୁ 1 ଲକ୍ଷ 25 ହଜାର 262 ପୋଷ୍ଟ ପୁରୁଷଙ୍କ ପାଇଁ ରହିଛି । ସେହିପରି ମହିଳାଙ୍କ ପାଇଁ 4667 ପଦବୀ ନିଯୁକ୍ତ କରାଯିବ । ଯେଉଁଥି ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ଦଶମ ଓ ଦ୍ୱାଦଶ ଦ୍ୱାଦଶ ପାସ୍ । CRPF କନଷ୍ଟେବଳ ନିଯୁକ୍ତି 2023 ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ କରିପାରିବେ ।
କେତେ ମିଳିବ ଦରମା
ଆମେ ଆପଣଙ୍କୁ କହି ରଖୁଛୁ ଗେଜେଟ୍ ଅନୁସାରେ CRPF କନଷ୍ଟେବଳ ଜିଡି ପଦବୀ ପାଇଁ ମନୋନୀତ ହୋଇଥିବା ପୁରୁଷ ଏବଂ ମହିଳା ପ୍ରାର୍ଥୀଙ୍କୁ ମାସିକ 21700 - 69100 ଟଙ୍କା ଦରମା ପ୍ରଦାନ କରାଯିବ । CRPF କନଷ୍ଟେବଳ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ଲିଖିତ ପରୀକ୍ଷା, ଶାରୀରିକ ମାନକ, ଶାରୀରିକ ଦକ୍ଷତା ପରୀକ୍ଷା ଆଧାରରେ କରାଯିବ ।
ଅନଲାଇନ୍ ଆବେଦନ ପାଇଁ ଆବଶ୍ୟକ
- ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
- ପରିଚୟ ପତ୍ର
- ଜାତିଗତ ପ୍ରମାଣପତ୍ର
- ଠିକଣା ପ୍ରମାଣ
- ଜନ୍ମ ପ୍ରମାଣପତ୍ର
- ପାସପୋର୍ଟ ସାଇଜ୍ ଫଟୋ
- ନିଯୁକ୍ତି ପଞ୍ଜୀକରଣ ପ୍ରମାଣପତ୍ର












Click it and Unblock the Notifications