Get Updates
Get notified of breaking news, exclusive insights, and must-see stories!

NTPC ପରୀକ୍ଷା ଫଳାଫଳ ପ୍ରକାଶ ସୂଚୀ ଜାରି କଲା ରେଳବାଇ, 2023 ସୁଦ୍ଧା ମିଳିବ 35,281 ଚାକିରି

ଅଣ-ବୈଷୟିକ ଲୋକପ୍ରିୟ ବର୍ଗ ପରୀକ୍ଷାରେ ମନୋନୀତ ହୋଇଥିବା 35,281 ପ୍ରାର୍ଥୀଙ୍କୁ ଚାକିରି ଯୋଗାଇବା ପାଇଁ ରେଳବାଇ ମଧ୍ୟ ଏକ ସମୟସୀମା ଘୋଷଣା କରିବ । ମାର୍ଚ୍ଚ 2023 ସୁଦ୍ଧା ଏହି ଚାକିରି ଯୋଗାଇ ଦିଆଯିବ ।

ଭାରତୀୟ ରେଳବାଇରେ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ବଡ଼ ଖବର । ପ୍ରଥମ ଥର ପାଇଁ ଭାରତୀୟ ରେଳବାଇ କେବଳ ନିଯୁକ୍ତି ପରୀକ୍ଷାର ଫଳାଫଳ ଘୋଷଣା କରିବା ପାଇଁ ଏକ ସମୟସୀମା ସ୍ଥିର କରିଛି । ଅଣ-ବୈଷୟିକ ଲୋକପ୍ରିୟ ବର୍ଗ ପରୀକ୍ଷାରେ ମନୋନୀତ ହୋଇଥିବା 35,281 ପ୍ରାର୍ଥୀଙ୍କୁ ଚାକିରି ଯୋଗାଇବା ପାଇଁ ରେଳବାଇ ମଧ୍ୟ ଏକ ସମୟସୀମା ଘୋଷଣା କରିବ । ମାର୍ଚ୍ଚ 2023 ସୁଦ୍ଧା ଏହି ଚାକିରି ଯୋଗାଇ ଦିଆଯିବ । RRB NTPC ପରୀକ୍ଷା ପ୍ରାୟ ଚାରି ବର୍ଷ ଧରି ଅନେକ ରେଳବାଇ ଏବଂ ଭାରତୀୟ ରେଳର ଉତ୍ପାଦନ ୟୁନିଟ୍ ପାଇଁ କରାଯାଇଥିଲା । 35,281 ପଦବୀ ପୂରଣ ପାଇଁ ଏହି ପରୀକ୍ଷା କରାଯାଇଥିଲା ।

railway

ଲେଭଲ୍ 6 ରେ 7,124 ପ୍ରାର୍ଥୀଙ୍କ ଫଳାଫଳ ସେପ୍ଟେମ୍ବର 2022 ରେ ଘୋଷଣା କରାଯାଇଥିଲା, ସେମାନଙ୍କର ଡାକ୍ତରୀ ମୂଲ୍ୟାଙ୍କନ ଏବଂ ଡକ୍ୟୁମେଣ୍ଟ ଯାଞ୍ଚ ଚାଲିଥିଲା । 21 ଟି ଆରଆରବି ମଧ୍ୟରୁ 17 ଜଣ ସେମାନଙ୍କର ଅନ୍ତିମ ଫଳାଫଳ ଘୋଷଣା କରିସାରିଥିବାବେଳେ ବାକିଗୁଡିକ ଶୀଘ୍ର ଘୋଷଣା କରିବେ ।

ଭାରତୀୟ ରେଳବାଇର କାର୍ଯ୍ୟସୂଚୀରେ ଉଲ୍ଲେଖ କରାଯାଇଛି ଯେ ଲେବଲ୍ 5 ର ଫଳାଫଳ ନଭେମ୍ବରର ତୃତୀୟ ସପ୍ତାହ ଏବଂ ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ମେଡିକାଲ ଟେଷ୍ଟ କାର୍ଯ୍ୟ ଶେଷ ହେବ । ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା, ସେମାନେ ଚାକିରିରେ ନିଯୁକ୍ତ ହେବେ ।
ସେହିପରି ଲେବଲ୍ 4 ଚାକିରିର ଫଳାଫଳ ଜାନୁଆରୀ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ । ଯାହା ପରେ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ମେଡିକାଲ୍ ଟେଷ୍ଟ ସମାପ୍ତ ହେବ । ସେହି ମାସର ଚତୁର୍ଥ ସପ୍ରାହ ସୁଦ୍ଧା ମନୋନୀତ ବ୍ୟକ୍ତିମାନେ ନିଯୁକ୍ତି ପାଇବେ ।

ଏହା ବ୍ୟତୀତ ଲେବଲ୍ 3ର ଫଳାଫଳ ମାର୍ଚ୍ଚ 2023 ର ପ୍ରଥମ ସପ୍ତାହ ସୁଦ୍ଧା ଶେଷ ହେବ ଏବଂ ଲେବଲ୍ 2 ର ପ୍ରକ୍ରିୟା ମାର୍ଚ୍ଚ 2023 ର ଚତୁର୍ଥ ସପ୍ତାହ ସୁଦ୍ଧା ଶେଷ ହେବ ।
ଏଥିରେ ଷ୍ଟେସନ ମାଷ୍ଟର, ଗୁଡ୍ସ ଗାର୍ଡ, ଟିକେଟ୍ କ୍ଲର୍କ, ଜୁନିଅର ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ସିନିୟର କ୍ଲର୍କ କମ ଟାଇପିଷ୍ଟ ଏବଂ ଟାଇମକିପର ଭଳି ଚାକିରି ରହିଛି ।

ଅଧିକାରୀଙ୍କ କହିବାନୁସାରେ, ଆରଆରବି ଦ୍ୱାରା ସର୍ବୋଚ୍ଚରୁ ନିମ୍ନ ପର୍ଯ୍ୟନ୍ତ ଏମ୍ପାନେଲମେଣ୍ଟ କରାଯିବ । ଉଚ୍ଚ ସ୍ତର ପାଇଁ ମେଡିକାଲରେ ଅଯୋଗ୍ୟ ଘୋଷିତ ହୋଇଥିବା ବ୍ୟକ୍ତିମାନେ ଯୋଗ୍ୟତା ହାସଲ କଲେ ନିମ୍ନ ସ୍ତର ପାଇଁ ବିଚାର କରାଯିବ ବୋଲି ଅଧିକାରୀମାନେ କହିଛନ୍ତି ।
RRB NTPC ନିଯୁକ୍ତି ପ୍ରକ୍ରିୟାରେ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା, ଟାଇପିଂ ସ୍କିଲ୍ ଟେଷ୍ଟ, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ମେଡିକାଲ ଟେଷ୍ଟ ଭଳି ପର୍ଯ୍ୟାୟରେ ହେବ । 28 ଫେବୃଆରୀ 2019 ରେ RRB NTPC ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+