Get Updates
Get notified of breaking news, exclusive insights, and must-see stories!

ଗ୍ରାଜୁଏସନ୍ କରିଛନ୍ତି ? ନୌସେନାରେ ବଡ଼ ନିଯୁକ୍ତି...

Indian Navy Job: ଭାରତୀୟ ନୌସେନାରେ ରହି ଦେଶ ସେବା କରିବାର ଇଛା ଅଛି କି ? ତେବେ ଆପଣଙ୍କ ସ୍ୱପ୍ନ ପୂଣ ହେବା ନେଇ ରାସ୍ତା ଫିଟିଛି । ନୌସେନାର ଅଧିକାରୀ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଆସିଛି ବଡ଼ ସୁଯୋଗ । ଭାରତୀୟ ନୌସେନା ଜୁନ୍ 2024 କୋର୍ସ ପାଇଁ 224 ସର୍ଟ ସର୍ଭିସ କମିଶନ ଅଫିସର (ଏସଏସସି ଅଫିସର) ପାଇଁ ବିଜ୍ଞପ୍ତି ଜାରି କରିଛି ।

indian navy

ଏ ନେଇ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ରହିଛି 29 ଅକ୍ଟୋବର 2023 । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ join Indianavy.gov.inକୁ ଯାଇ ସେମାନଙ୍କର ଆବେଦନ ଫର୍ମ ଦାଖଲ କରିପାରିବେ । ଏହି ନିଯୁକ୍ତି ଡ୍ରାଇଭ ମାଧ୍ୟମରେ ମୋଟ 224 ଟି ପଦ ପୂରଣ ହେବ ।

ଭାରତୀୟ ନ ନୌସେନା ଏସଏସସି ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ଉଲ୍ଲେଖ କରି ପିଡିଏଫ୍ ଫର୍ମାଟରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁ ପ୍ରାର୍ଥୀମାନେ ସର୍ଟଲିଷ୍ଟ ହେବେ ସେମାନେ ଭାରତୀୟ ନୌସେନା ଏକାଡେମୀ, ଏଜିମାଲା କେରଳର ଅଂଶ ହେବେ ।

ପଦବୀ

ଏହି ନିଯୁକ୍ତି ଡ୍ରାଇଭ ଅଧୀନରେ 224 ଟି ପଦବୀ ପୂରଣ ହେବ । ସେଥିମଧ୍ୟରୁ 18 ଟି ଏଜୁକେସନ୍ ବ୍ରାଞ୍ଚ ପାଇଁ, 100 ଟି ଟେକନିକାଲ ବ୍ରାଞ୍ଚ ଏବଂ 106 ଟି କାର୍ଯ୍ୟନିର୍ବାହୀ ପାଇଁ ରହିଛି ।

କଣ ରହିଛି ଯୋଗ୍ୟତା

କାର୍ଯ୍ୟନିର୍ବାହୀ ଶାଖା: ପ୍ରାର୍ଥୀମାନେ ସର୍ବନିମ୍ନ 60% ମାର୍କ ରଖି ଯେକୌଣସି ବିଷୟରେ ବିଇ / ବିଟେକ କରିଥିବା ଆବଶ୍ୟକ ।
ଏଜୁକେସନ୍ ବ୍ରାଞ୍ଚ: ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ 60 % ମାର୍କ ସହିତ ଏମଏସସି ଡିଗ୍ରୀ ହାସଲ କରିବା ଜରୁରୀ ।

ଏପରି କରନ୍ତୁ ଆବେଦନ

  1. ଭାରତୀୟ ନୌସେନାର ଅଫିସିଆଲ୍ ୱେବସାଇଟ୍ join Indianavy.gov.in ଲଗ୍ ଇନ୍ କରନ୍ତୁ ।
  2. ଅନଲାଇନ୍ ଆବେଦନ ବିଭାଗକୁ ଯାଆନ୍ତୁ ଏବଂ 'ଆପଣଙ୍କର ଆବେଦନ ପୁରା କରନ୍ତୁ' ଲିଙ୍କରେ କ୍ଲିକ୍ କରନ୍ତୁ ।
  3. ପଞ୍ଜୀକରଣ ଆଇଡି ଏବଂ ପାସୱାର୍ଡ ପାଇବା ପାଇଁ ନିଜକୁ ପଞ୍ଜିକରଣ କରନ୍ତୁ ।
  4. ଆପଣଙ୍କର ଲଗଇନ୍ ପରିଚୟପତ୍ର ଏଣ୍ଟର କରନ୍ତୁ ଏବଂ ଆବେଦନ ପ୍ରକ୍ରିୟା ପୂରଣ କରିବା ଆରମ୍ଭ କରନ୍ତୁ ।
  5. ନିର୍ଦ୍ଦିଷ୍ଟ ଫର୍ମାଟ୍ ଏବଂ ଆକାରରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
  6. ସଫଳତାର ସହିତ ଆପଣଙ୍କର ଆବେଦନ ଫର୍ମ ଦାଖଲ କରିବାକୁ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+